ଭୁବନେଶ୍ବରରେ ବ୍ରିଟେନ ଫେରନ୍ତା ଯୁବକ କରୋନା ଚିହ୍ନଟ

କରୋନାର ନୂଆ ଷ୍ଟ୍ରେନ ବ୍ରିଟେନରେ ଚିହ୍ନଟ ହେବ ପରେ ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏପରି ସ୍ଥିତିରେ ବ୍ରିଟେନରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତା ବଢ଼ିଯାଇଛି।

ଭୁବନେଶ୍ବରରେ ବ୍ରିଟେନରୁ ଆସିଥିବା ୩୮ବର୍ଷୀୟ ଯୁବକ ଏକ ଘରୋଇ ଲ୍ୟାବରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି, ଏହି ଯୁବକ ୧୮ ତାରିଖରେ ଭୁବନେଶ୍ଵର ପହଞ୍ଚିଥିଲେ। କୋଭିଡ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ସରକାରୀ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏହି ଯୁବକ ପାଖରେ ସାମାନ୍ୟ ଫ୍ଲୁ ଭଳି ଲକ୍ଷଣ ଦେଖିବାକୁ ମିଳିଛି।

କରୋନା ଭୁତାଣୁ ଷ୍ଟ୍ରେନ ସ୍ପଷ୍ଟ କରିବା ପାଇଁ RMRC ଜରିଆରେ ସ୍ପାଇକ୍ ଜିନୋମ୍ ସିକ୍ୱିନ୍ସିଂ କରାଯିବ। ସୂଚନା ଅନୁଯାୟୀ, ସରକାରୀ ଗାଇଡଲାଇନ ଅନୁସାରେ ଯୁବକଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ସରିଛି।

Google

ବିଏମସି କହିଛନ୍ତି, ବ୍ରିଟେନରୁ ଫେରିଥିବା ଲୋକଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ। ଭାରତରେ ପହଞ୍ଚିଲା ପରେ ନେଗେଟିଭ ରେପୋର୍ଟ ଦେଖାଇନଥିଲେ ସେଠାରୁ ଆସିବାର ୧୪ଦିନ ମଧ୍ୟରେ କରୋନା ଟେଷ୍ଟ କରାଇବା ଜରୁରୀ ବୋଲି କହିଛନ୍ତି।

ଭୁବନେଶ୍ବରରେ ବିଦେଶ ଫେରାନ୍ତଙ୍କ ପାଇଁ ଏୟାରପୋର୍ଟ ରେ ଜାରି ହୋଇଛି SOP। କରୋନା ଲକ୍ଷଣ ଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ ଯାତ୍ରୀମାନଙ୍କୁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିଦେଶ ଫେରନ୍ତା ଯାତ୍ରୀଙ୍କ ବିଷୟରେ ସୂଚନା ଦେବାପାଇଁ ଏୟାରପୋର୍ଟ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥାକୁ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ସ୍ଵତନ୍ତ୍ର କିଓସ୍କରେ ଯାତ୍ରୀଙ୍କୁ ଯାଞ୍ଚ କରାଯିବ। ଭୁବନେଶ୍ବରରେ ଆନ୍ତର୍ଜାତିୟ ବିମାନସେବା ବନ୍ଦ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *