କେତେ ଭୟଙ୍କର ଏହି କରୋନାର ନୂଆ ଷ୍ଟ୍ରେନ୍,କେତେବେଳେ ଆସିଲା ଓ କେଉଁ କେଉଁ ସ୍ଥାନରେ ବ୍ୟାପିଲା? ଜାଣନ୍ତୁ କରୋନାର ନୂଆ ଷ୍ଟ୍ରେନ୍ ସମ୍ବନ୍ଧୀୟ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର

ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପୂରା ଦୁନିଆକୁ ଦୋହଲାଇ ଦେଇଛି|ଏହାର ଭୟାଭୟତାକୁ ଦେଖି ବିଶ୍ୱର ୪୦ ରୁ ଅଧିକ ଦେଶ ବ୍ରିଟେନ ଠାରୁ ନିଜକୁ ଅଲଗା କରିଛନ୍ତି|ଭାରତ ସମେତ ୟୁରୋପ ଦେଶ ବ୍ରିଟେନରୁ ଯିବାଆସିବା କରୁଥିବା ସମସ୍ତ ଫ୍ଲାଇଟକୁ ବନ୍ଦ କରିଛନ୍ତି ଓ ସୀମାକୁ ମଧ୍ୟ ସିଲ୍ କରିଛନ୍ତି|ଚାଲନ୍ତୁ ଏହି କରୋନାର ନୂଆ ଷ୍ଟ୍ରେନ୍ କେତେ ଭୟଙ୍କର ଓ କେବେ ଆସିଲା ଜାଣିବା

ପ୍ରଶ୍ନ-୧:ନୂଆ ଭାଇରସ୍ କେବେ ଆସିଲା?

କରୋନା ଭାଇରସର ନୂଆ ରୂପ ୩ମାସ ପୂର୍ବରୁ ୨୦-୨୧ସେପ୍ଟେମ୍ବର ମଧ୍ୟରେ ଲଣ୍ଡନର କେଣ୍ଟ ଅଞ୍ଚଳରୁ ନିଆଯାଇଥିବା ସାମ୍ପଲରୁ ଆସିଥିଲା|ଭାଇରସର ଏହି ଜିନୋମର ନାମ ବି.୧.୧.୭ ରଖାଯାଇଥିଲା|

ପ୍ରଶ୍ନ-୨:ନୂଆ ରୂପକୁ କିପରି ଜଣାଗଲା ?

Google

ଭାଇରସର ନୂଆ ରୂପ ସାମାନ୍ୟ ଆରଟିପିସିଆର୍ ଟେଷ୍ଟ ରେ ହେଇଥିଲା|ବ୍ରିଟେନରେ ଆରଟିପିସିଆର୍ ଟେଷ୍ଟ ପାଇଁ ଟେକପାଥର ଟେଷ୍ଟକିଟ୍ ଉପଯୋଗ ବହୁଳ ମାତ୍ରାରେ ହେଉଛି|ଏହା ଯାଞ୍ଚ କରିବା ଫଳରେ ମୁଖ୍ୟତଃ କରୋନାର ତିନି ଜିନ୍ ସାମ୍ନାକୁ ଆସେ, କିନ୍ତୁ ଏହି ଦିନରେ ଏମିତି ମାମଲା ବଢୁଛି, ଯେଉଁଥିରେ କେବଳ ୨ଟି ଜିନ୍ ସାମ୍ନାକୁ ଆସୁଛି|ଏହା ଗବେଷଣା କରିବାରୁ ଜଣାଗଲା ଯେ ଭାଇରସର ନୂଆ ରୂପ ଏକ ଜିନକୁ ଲୁଚାଇଦେଲା|ଏହା ମଧ୍ୟରେ ମାମଲା ଶୀଘ୍ର ବଢ଼ିବାକୁ ଲାଗିଲା|ନୂତନ ଭାଇରସ ଯୋଗୁଁ ଏହା ହେଉଛି ବୋଲି ଜଣା ପଡ଼ିଲା|ଏହି ଟେଷ୍ଟକିଟର ଉପଯୋଗ ପାଇଁ ଭାରତ ମଧ୍ୟ ମଞ୍ଜୁରୀ ନେଇଛନ୍ତି|

ପ୍ରଶ୍ନ-୩:ଭାଇରସ୍ କାହିଁକି ରୂପ ବଦଳାଏ ?

କୈଣସି ଭାଇରସର ଆନୁବଶିକ ତତ୍ୱରେ ସମୟ ସହିତ ଅଂଶକ ପରିବର୍ତ୍ତନ ହୋଇଥାଏ|ଏହା ପ୍ରାକୃତିକ ପ୍ରକ୍ରିୟା ଅଟେ|ଏହି ଭଳି ଭାବେ ଭାଇରସ ମଣିଷର କୋଷିକାରେ ବହୁତ ସହଜରେ ପ୍ରବେଶ କରିବା ପଦ୍ଧତି ଖୋଜେ|ବୁହାନରେ ପାଇଥିବା କରୋନା ଭାଇରସ ପରେ ଏପର୍ଯ୍ୟନ୍ତ କୋଭିଡ-୧୯ର ଭାଇରସରେ ଅତିକମରେ ୨୫ଥର ମ୍ୟୁଟେସନ ହୋଇସାରିଛି|

ପ୍ରଶ୍ନ-୪:ନୂଆ ଭାଇରସ କ’ଣ ଅଧିକ ମରଣାନ୍ତକ ଅଟେ?

ବର୍ମିହାମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲନ୍ ମେକନଲୀ କହିଛନ୍ତି ଏହା ଏକ ନୂଆ ପ୍ରକାରର ଭାଇରସ ଅଟେ|ଜୈବିକ ରୂପେ ଆମେ ଏହା ବିଷୟରେ ଜାଣୁ ନାହିଁ|ଏହାର ପ୍ରଭାବ ବିଷୟରେ ଅନୁମାନ କରିବା ଜଲ୍ଦବାଜୀ ଅଟେ|ଯଦିଓ ବ୍ରିଟେନରେ ଏହି ଭାଇରସ୍ ୭୦%ରୁ ଅଧିକ ରୂପେ ବ୍ୟାପିବାର କୁହାଯାଉଛି|

ପ୍ରଶ୍ନ-୫: କ’ଣ କେରଳରେ ଏହି ଭାଇରସ ସାମ୍ନକୁ ଆସିଛି?

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ କେଳଳର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ଯେହେତୁ ଏହି ଭାଇରସ ବ୍ରିଟେନରେ ସେପ୍ଟେମ୍ବରରୁ ସକ୍ରିୟ ଅଟେ, ଏହି ସମୟରେ କେରଳରେ ହଜାର ହଜାର ବିଦେଶୀ ଯାତ୍ରୀ ଆସିଥିବାରୁ ଏହାର ସମ୍ଭାବନା ଓ ମାମଲା ଅଧିକ ବୋଲି କୁହାଯାଉଛି|ଏହା ସେତେବେଳେ ମିଳିବ ଯେତେବେଳେ ଆଇସିଏମ୍ଆର୍ ନିର୍ଦ୍ଦେଶରେ ସମସ୍ତ ନମୁନାର ପୂର୍ଣ୍ଣ ଜିନୋମ ଅଧ୍ୟୟନ କରାଯିବ|

ପ୍ରଶ୍ନ-୬: ବ୍ରିଟେନ ବ୍ୟତୀତ କେଉଁ କେଉଁ ସ୍ଥାନରେ ବ୍ୟାପୁଛି?

ଇଟାଲୀ ଓ ଫ୍ରାନ୍ସ ବ୍ରିଟେନର କରୋନା ଭାଇରସ୍ ସହ ଜଡ଼ିତ ସଂକ୍ରମଣ କେଶ୍ ଆସିବାର ଅନୁମାନ କରାଯାଉଛି|ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାରେ ଅନ୍ୟ ଏକ ଲହରୀ ଆସିବାର କାରଣ ଏହି ଭାଇରସ ବୋଲି କୁହାଯାଏ|ଆମେରିକା ମଧ୍ୟ ମାମଲା ବଢ଼ିବାର କାରଣ ଏହି ନୂଆ ଭାଇରସ ବୋଲି ଆଶା କରାଯାଉଛି|

Google

ପ୍ରଶ୍ନ-କ’ଣ ଏହି ଭାଇରସ୍ ଅନୀୟନ୍ତ୍ରୀତ ହେଇଛି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇମରଜେନ୍ସୀ ଚିଫ୍ ମାଇକେଲ ରାୟନଙ୍କ କହିବାନୁଯାୟୀ ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂଆରୂପ ଅନୀୟନ୍ତ୍ରୀତ ନାହିଁ|ମହାମାରୀ ସମୟରେ ଏହାଠାରୁ ଅଧିକ ସ୍ଥିତିକୁ ମଧ୍ୟ କାବୁ କରିଛୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *