ହରଭଜନ ସିଂ ନିଜେ ଖୋଲିଲେ ରାଜ : ଇଂଲଣ୍ଡର ସାଉଥହାମ୍ପଟନ ପହଞ୍ଚିବା ପରେ ‘ଭଜି’ ରୁ ‘ଜିଜୁ’ ହୋଇଯାଆନ୍ତି ହରଭଜନ ସିଂହ,ଜାଣନ୍ତୁ ପୁରା ଖବର

ଭାରତୀୟ ପୂର୍ବ କ୍ରିକେଟର ହରଭଜନ ସିଂହ ଯେତେବେଳେ ଇଂଲଣ୍ଡର ସାଉଥହାମ୍ପଟନକୁ ମ୍ୟାଚ ଖେଳିବାକୁ ଯାଆନ୍ତି ସେତେବେଳେ ତାଙ୍କୁ ଭଜି ବଦଳରେ ‘ଜିଜୁ’ ଡ଼କାଯାଇଥାଏ। ହରଭଜନ ସିଂହ ଏହିକଥା ‘ଦ କପିଲ ଶର୍ମା ସୋ’ ରେ କହିଥିଲେ। ଏହି ସୋରେ ହରଭଜନଙ୍କ ସହିତ ତାଙ୍କ ପତ୍ନୀ ଗୀତା ବସୁରା ମଧ୍ୟ ସାମିଲ ଥିଲେ । ହରଭଜନ ସିଂହ ଓ ତାଙ୍କ ପତ୍ନୀ ଗୀତା ଏହି ସୋରେ ଗେଷ୍ଟ ଭାବରେ ଉପସ୍ଥିତ ଥିଲେ । ସୋ ମଧ୍ୟରେ ଗୀତା କପିଲଙ୍କୁ କହିଥିଲେ କି, ତାଙ୍କୁ ହରଭଜନଙ୍କ ଜୋଲି ସ୍ଵଭାବ ବହୁତ ପସନ୍ଦ ।

କପିଲ ହରଭଜନଙ୍କୁ କହିଥିଲେ, ପାଜି ଆପଣଙ୍କୁ ଆମ ଟିମ ତରଫରୁ ଏକ ପ୍ରଶ୍ନ । ଯେମିତି ଆପଣ ପଞ୍ଜାବରେ ଜନ୍ମ ହୋଇଛନ୍ତି ସେହିପରି ଗୀତା ଇଂଲଣ୍ଡରେ ଜନ୍ମ । ଯେତେବେଳେ ଆପଣ ଇଂଲଣ୍ଡ ଖେଳିବାକୁ ଯାଆନ୍ତି ସେତେବେଳେ ସେଠାକାର ଲୋକ ଆପଣଙ୍କୁ ଭଜି ଭଜି କୁହନ୍ତି ନା ଜିଜୁ ଜିଜୁ ? ଏହାପରେ ହରଭଜନ କହିଥିଲେ, ଯେତେବେଳେ ସାଉଥହାମ୍ପଟନରେ ମ୍ୟାଚ ହୁଏ ଗୀତାଙ୍କ ଘର ପାଖାପାଖି ତ ସେତେବେଳେ ଜିଜୁ ଜିଜୁ ଶବ୍ଦ ଶୁଣାଯାଏ । ଏହାପରେ ସମସ୍ତେ ହସିବାକୁ ଲାଗିଥିଲେ ।

Google

ଏହାପରେ ହରଭଜନ କପିଲଙ୍କୁ କହିଥିଲେ, ଯେତେବେଳେ ମୋତେ ଗୀତାଙ୍କୁ ଭେଟିବାକୁ ମନ ହୁଏ ସେତେବେଳେ ମୁଁ ଆଇପିଏଲ ମ୍ୟାଚରେ ହିଁ ତାଙ୍କୁ ଡାକିଦେଇଥାଏ ଓ ଏହା ଏକମାତ୍ର ଉପାୟ ଥିଲା । ଭଜି କହିଥିଲେ, ମୁଁ ଡ୍ରାଇଭର ଜରିଆରେ ଗୀତାଙ୍କୁ କିଛି ଦେଇଥାଏ ଓ କହିଥାଏ କି, ମ୍ୟାଚ ଦେଖିବାକୁ ଆସିବାପାଇଁ ।

ଏହାପରେ ଗୀତା ହରଭଜନଙ୍କ କଥା କାଟି କହିଥିଲେ କି, ଡ୍ରାଇଭର ନଥିଲା ସେ ଫ୍ରେଣ୍ଡ ଥିଲା । ଡ୍ରାଇଭର ତ ଆମ ସହିତ ଡିନର କରିବାକୁ ଆସିଥିଲା । ଏହା ଶୁଣି କପିଲ ଶର୍ମା ସୋର ସମସ୍ତ ଅଡିଆନ୍ସ ହସିବାକୁ ଲାଗିଥିଲେ ।

ଆପଣଙ୍କୁ ଜଣାଇଦେଉଛୁ କି, ଗୀତାଙ୍କ ଜନ୍ମ ମାର୍ଚ୍ଚ 13 ତାରିଖ 1984ରେ ହାମ୍ପସାୟାର ସ୍ଥିତ ପୋର୍ଟସସାଉଥରେ ହୋଇଥିଲା। ସେ ଏକ ବ୍ରିଟିଶ ଅଭିନେତ୍ରୀ ହେବାସହ ବଲିଉଡରେ ମଧ୍ୟ କାମ କରିସାରିଛନ୍ତି । ସେ ଇମ୍ରାନ ହାସମୀ ଫିଲ୍ମ ଦିଲ ଦିୟାରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ‘ଦ ଟ୍ରେନ’ ଓ ଜିଲ୍ଲା ଗଜିଆବାଦରେ କାମ କରିସାରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *