ଅର୍ଜୁନ ତେନ୍ଦୁଲକରଙ୍କୁ ନିସ୍ତୁକ ପ୍ରହାର କଲେ ସୂର୍ଯ୍ୟକୁମାର ଯାଦବ,ମାରିଲେ ଦ୍ରୁତତମ ଶତକ

ସୟଦ ମୁସ୍ତାକ ଅଲ୍ଲୀ t-20 ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଟିମର ବ୍ୟାଟ୍ସମ୍ୟାନ ହଇଚଇ ସୃଷ୍ଟି କରିଦେଇଛନ୍ତି । ପ୍ରଥମେ ଯଶସ୍ଵୀ ଜୟସ୍ୱାଲ ଓ ଏବେ ସୂର୍ଯ୍ୟକୁମାର ଯାଦବ ତାଣ୍ଡବ ସୃଷ୍ଟି କରିଛନ୍ତି । ସୂର୍ଯ୍ୟକୁମାରଙ୍କ ତୁଫାନ ବ୍ୟାଟିଂ ଦ୍ୱାରା ବୋଲର ମାନଙ୍କୁ ନେଇ ଆଶଙ୍କା ଜାହିର କରାଯାଇଛି । ବିରାଟ କରୋନା ମହାମାରୀ ସମୟ ଚାଲୁଥିବାରୁ ଏହା ହୋଇପାରୁନଥିଲା କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ ଏହାକୁ କରାଇବା ପାଇଁ ନିଷ୍ପତି ନେଇଛି । ପ୍ରତି ରାଜ୍ୟ ଆସୋସିଏସନ ନିଜ ନିଜର ଦଳ ଘୋଷଣା କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଦଳ ମୁମ୍ବାଇ ଅଭ୍ୟାସ ସମୟରେ ନିଜର ବ୍ୟାଟିଂ ଓ ବୋଲିଂ ଦେଖାଇସାରିଛି ।

ଅଭ୍ୟାସ ମ୍ୟାଚର ପ୍ରଥମଦିନରେ ସୂର୍ଯ୍ୟକୁମାର ଯାଦବ 31 ବଳରେ 59 ରନର ପାଳି ଖେଳିଥିଲେ ସେହିପରି ଦ୍ଵିତୀୟ ଦିନରେ ସେ 49 ବଲରୁ ଦ୍ରୁତ 123 ରନ ମାରିଛନ୍ତି । ସେ ଅଭ୍ୟାସ ମ୍ୟାଚରେ ମୋଟ 80 ବଳରେ 18 ଚୌକା ଓ 11 ଛକା ମାରିଥିଲେ ଓ ପରେ ରିଟାୟର୍ଡ ହର୍ଟ ହୋଇଥିଲେ ।

Google

ସୂର୍ଯ୍ୟକୁମାରଙ୍କ ଟାର୍ଗେଟକୁ ଆସିଲେ ଅର୍ଜୁନ ତେନ୍ଦୁଲକର :-

ଅଭ୍ୟାସ ମ୍ୟାଚର ଦ୍ଵିତୀୟ ଦିନରେ ଅର୍ଜୁନ ତେନ୍ଦୁଲକର ସ୍ଵର୍ଯ୍ୟକୁମାର ଯାଦବଙ୍କ ଟାର୍ଗେଟରେ ଆସିଗଲେ । ସୂର୍ଯ୍ୟକୁମାର ତାଙ୍କର ଗୋଟିଏ ଓଭରରୁ 21 ରନ ଆଦାୟ କରିଥିଲେ । ଏହି ଓଭରରେ ସେ 6,4,3,4,4,1 କରିଥିଲେ । ସେ ମାତ୍ର 44 ବଳରେ ନିଜର ଶତକ ପୁରା କରିଥିଲେ । ସେହିପରି ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂ କଥା କହିବାକୁ ଗଲେ ସେ ପ୍ରଥମ 4 ଓଭରରେ 22 ରନ ଦେଇ ଦୁଇଟି ଉଇକେଟ ନେଇଥିଲେ ଓ ପରବର୍ତ୍ତୀ 4 ଓଭରରେ 33 ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ । ଅଭ୍ୟାସ ମ୍ୟାଚର ପ୍ରଥମଦିନରେ ମୁମ୍ବାଇର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ୱାଲ ମଧ୍ୟ ତୁଫାନି ବ୍ୟାଟିଂ କରି 49 ବଲରେ 103 ରନ ବନାଇଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *