ଟିକଟକ ଷ୍ଟାରଙ୍କ ଓଜନ ବଢ଼ିବାରୁ ଲୋକମାନେ ଦେଲେ ଜୀବନରୁ ମାରିଦେବାର ଧମକ,ଜାଣନ୍ତୁ ପୁରା ଘଟଣା

ଆମେରିକାର ଟିକଟକ ଷ୍ଟାର କ୍ଲୋଏ ଯୋଣ୍ଡ୍ରିଆ ଲକଡାଉନରେ ଅଧିକ ସମୟ ଘରେ ରହିବାରୁ ତାଙ୍କର ଓଜନ ବଢ଼ିଯାଇଛି। ସେ କେବେ ଭାବିନଥିଲେକି ତାଙ୍କୁ ଏଥିପାଇଁ ଜୀବନରୁ ମାରିଦେବା ଭଳି ଧମକ ଓ ଖରାପ ଖରାପ ଗାଳି ଶୁଣିବାକୁ ମିଳିବ କିନ୍ତୁ ଏମିତି ହୋଇଛି, ଯେତେବେଳେ ସେ ଟିକଟକରେ ନିଜର ବଢ଼ିଥିବା ଓଜନ ସହିତ ଭିଡ଼ିଓ ପୋଷ୍ଟ କରିଲେ।

ଯୋଣ୍ଡ୍ରିଆ ଟିକଟକରେ ଭିଡ଼ିଓ ପୋଷ୍ଟ କରିଲେ, ଯେଉଁଥିରେ ସେ ତାଙ୍କର ଫେନ୍ସଙ୍କୁ ତାଙ୍କର ବଢୁଥିବା ଓଜନ ବିଷୟରେ କହୁଥିଲେ। ଯୋଣ୍ଡ୍ରିଆଙ୍କର ଟିକଟକରେ ପ୍ରାୟ ଅଢେ଼ଇ ଲକ୍ଷ ଫୋଲର୍ଶ ଅଛନ୍ତି। ଏହା ବ୍ୟତୀତ ସେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜର ଟି-ସାର୍ଟ ଉଠାଇ କହୁଥିଲେକି ଗତ କିଛି ମାସ ମଧ୍ୟରେ ତାଙ୍କର ଓଜନ କେତେ ବଢ଼ିଯାଇଛି।

Google

ଯୋଣ୍ଡ୍ରିଆଙ୍କର ଏହି ଭିଡ଼ିଓ ବହୁତ ଲୋକପ୍ରିୟ ହେଲା ଓ ଏହି ଭିଡ଼ିଓକୁ ପାଖାପାଖି ଗୋଟିଏ ଦିନରେ ୨୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। କିନ୍ତୁ ଫେନ୍ସ ପଜିଟିବ କମେଣ୍ଟ ସହିତ ନେଗେଟିବ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିଛନ୍ତି। ଯୋଣ୍ଡ୍ରିଆ କହିଲେ ଏହା ମୋ ପାଇଁ ବହୁତ୍ ଆଶ୍ଚର୍ଯ୍ୟର କଥା କିନ୍ତୁ ଏହା ସତ ଅଟେ। ମୁଁ ଭିଡ଼ିଓ ପୋଷ୍ଟ କରିବା ମାତ୍ରେ ଜୀବନରୁ ମାରିଦେବା ଭଳି ଧମକ ମିଳିଥିଲା। ମୋ ବିଷୟରେ ଏବଂ ମୋ ପରିବାର ବିଷୟରେ ବହୁତ୍ ଭଲ-ଖରାପ ମଧ୍ୟ କହୁଥିଲେ। ଏହି କାରଣରୁ ମୁଁ ମୋ ଭିଡ଼ିଓର କମେଣ୍ଟ ସେକ୍ସନ ବନ୍ଦ କରିଦେଲି।

ଯୋଣ୍ଡ୍ରିଆ ଏହା କହି ନାହାନ୍ତିକି ତାଙ୍କର ଓଜନ କେତେ ବଢ଼ିଛି। ଇଂସ୍ଟାଗ୍ରାମରେ ଏକ ପୁରୁଣା ପୋଷ୍ଟରେ ସେ କହିଥିଲେକି ସେ ନିଜର ବଢୁଥିବା ଓଜନକୁ ଏକ ଇଂଫ୍ଲୁଏଁସର୍ ଭାବରେ ସେ ନିଜର ପଜିଟିଭିଟିକୁ ନିଜର ଫେନ୍ସଙ୍କ ମଧ୍ୟରେ ପ୍ରୋମୋଟ କରିବାକୁ ଚାହାନ୍ତି।

ସେ ତାଙ୍କର ଏକ ପୋଷ୍ଟର ନିଜର ଦୁଇଟି ଫୋଟ ସେୟାର କରି ତୁଳନା କରିଥିଲେ। ଏହି ଫୋଟରେ ସେ ଲେଖିଥିଲେ- ବାମ ପଟେ ଥିବା ଫୋଟ ସେତେବେଳେ ସମୟରେ ଯେତେବେଳେ ସେ କଲେଜରେ ଥିଲେ ଓ ମୁଁ ସ୍କିନି ଫିଗର ପାଇଁ ବହୁତ୍ କମ ଖାଇବା ଖାଉଥିଲି। ଡାହାଣ ପାଖରେ ଥିବା ଫୋଟରେ ମୁଁ ୬ ମାସ କ୍ୱାରେଣ୍ଟାଇନ ହୋଇସାରିଥିଲା। ବୋଧହୁଏ ଆପଣ ଓଜନ ସାମାନ୍ୟ ବଢ଼ାଇଦେବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କ ସାଇଜ଼ ଓ ଆପଣ କଣ ଖାଆନ୍ତି ତାହା କିଛି ମାନେ ରଖେ ନାହିଁ ଯେତେ ଆପଣଙ୍କ ମାଇଣ୍ଡ ସେଟ୍। ମୁଁ ଡାହାଣ ଫୋଟରେ ମାନସିକ ସ୍ତରରେ ବହୁତ ଭଲ ଅନୁଭବ କରୁଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *