ଏହି ମଣିଷ କଲା ସବୁ ସୀମା ଲଂଘନ , କୁକୁରକୁ ଗାଡ଼ି ପଛରେ ଦଉଡିରେ ବାନ୍ଧି ସଡ଼କ ଉପରେ ଗାଡି ଚଢାଇ ଦେଲେ

କିଛି ମଣିଷଙ୍କ ମଧ୍ୟରେ ପଶୁ ମାନଙ୍କ ପ୍ରତି ପ୍ରେମ ଏବଂ ସ୍ନେହ ଭାବ ରହିଥାଏ ଏବଂ ଆଉକିଛି ମଣିଷଙ୍କୁ ପଶୁ ମାନଙ୍କୁ ନେଇ ସମସ୍ୟା ରହିଥାଏ। କିନ୍ତୁ ତଥାପି ନିର୍ଦୟତା ର ଯେଉଁ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାକୁ ଶୁଣି ଆପଣ ଚିନ୍ତାରେ ପଡ଼ି ଯିବେ। କେରଳ ର ଏକ ମାମଲା ଅଟେ, ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହାକୁ ଦେଖି କେହି ମଧ୍ୟ କ୍ରୋଧ ପ୍ରଦର୍ଶନ କରିବ। ଏହି ଭିଡିଓ ରେ କୁକୁର ବେକରେ ମୋଟା ଦଉଡ଼ି ବାନ୍ଧି କାର ରେ ଘୁସାରି ନିଆ ଯାଉଛି। ଏହି ଘଟଣା ଏର୍ନାକୁଲମ ରୋଡ଼ ରେ ବୋଲି କୁହାଯାଉଛି।

ବୋଝ ହୋଇ ଯାଇଥିଲା କୁକୁର –

ଭିଡିଓ ରେ ଦେଖା ଯାଉଥିବା କାର ପଛରେ କୁକୁର କୁ ବନ୍ଧା ଯାଇଛି।କିନ୍ତୁ କିଛି କହି ପାରୁନଥିବା କୁକୁର ବୁଝି ପାରୁ ନାହିଁ କି ତା ସହିତ କଣ ହେଉଛି।କିନ୍ତୁ ଗାଡ଼ି ର ବେଗ ତାକୁ ଗାଡ଼ି ସହିତ ଟାଣି ନେଉଛି। ଖବର ଅନୁସାରେ ଯେଉଁ ବ୍ୟକ୍ତି ଏଭଳି ଜଘନ୍ୟ ଅପରାଧ କରିଛି ତାର ନାମ ୟୁସୁଫ ଅଟେ। କୁହାଯାଉଛି କି ସେ ନିଜ କୁକୁର କୁ ନେଇ ଚିନ୍ତିତ ଥିଲା। ଯାହା ପରେ ସେ ଏଭଳି ପଦକ୍ଷେପ ଉଠାଇଲା।

Google

କର ଦ୍ଵାରା ଘୁଷାରି ନିଆ ଯାଉଥିବା କୁକୁର କୁ ଦେଖି ସେହି ସ୍ଥାନରେ ଉପସ୍ଥିତ ଥିବା ଅଖିଳ ଏହି ମାମଲା ରେ ଦଖଲ ଦେଲେ। ଏହାପରେ ୟୁସୁଫ ଅଖିଳ ଙ୍କ ଉପରେ କ୍ରୋଧିତ ହୋଇ ଚିଲ୍ଲେଇବାକୁ ଲାଗିଲା। କିନ୍ତୁ ଯେତେବେଳେ ଅଖିଳ ପଚାରିଲେ ଯଦି ଏହି କୁକୁର ମରିଗଲା ତାହେଲେ ? ୟୁସୁଫ ନିଜର ବ୍ୟକ୍ତିଗତ ମାମଲା ବୋଲି କହିଲା। ଆହୁରି ମଧ୍ୟ ଅଖିଳ ଙ୍କୁ କହିଲା , ” ଯଦି ଇଏ ମରିଗଲା ତାହେଲେ ତୋର କଣ ଗଲା ? ଏହାପରେ ୟୁସୁଫ କୁକୁର କୁ ସଡ଼କ ରେ ଛାଡି ଦେଇ ପଳେଇଲା।

ୟୁସୁଫ କୁ ପୋଲିସ କଲା ଗିରଫ –

ଏହି ଘଟଣାର ସୂଚନା ପଶୁ ଅଧିକାର ସଂଗଠନ DAYA କୁ ପ୍ରାପ୍ତ ହେଲା। ଯାହା ପରେ ସଂଗଠନ ୟୁସୁଫ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କଲେ। ପୋଲିସ ଅପରାଧୀ କୁ ଗିରଫ କରି ଭାରତୀୟ ଦଣ୍ଡ ସଂହିତା ଧାରା ୪୨୮ ( ଜୀବଜନ୍ତୁଙ୍କ ହତ୍ୟା, ବିକଳାଙ୍ଗ ବନେଇବା ) ଏବଂ ପଶୁ ଙ୍କ ପ୍ରତି କ୍ରୁରତା ନିବାରଣ ଅଧିନିୟମ ୧୯୬୦ ଧାରା ୧୧(୧) ସହିତ ଗିରଫ କଲେ।

Google

ଆଖପାଖ ଲୋକଙ୍କ କହିବା ଅନୁସାରେ କୁକୁର କୁ ଅଧିକ ଆଘାତ ଲାଗିଛି। କିଛି ଜାଗାରେ ଚମଡା ବାହାରି ଯାଇଛି। ଯାହାଦ୍ବାରା ହାଡ଼ ଦେଖା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *