ପ୍ରେମ ପାଇଁ ବାପାଙ୍କ ନାମରେ ଅଭିଯୋଗ କରିବାକୁ ଝିଅ ପହଞ୍ଚିଲା ଥାନାରେ,ତା ପରେ ଥାନା ବାବୁ

ଉତ୍ତରପ୍ରଦେଶରେ ମୁଜାଫରନଗରର ବିରଲସୀ ଅଞ୍ଚଳରେ ଏକ ପ୍ରେମୀ ଯୁଗଳ ବିବାହ କରିବାର ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ଯୁବତୀ ପୋଲିସ ଷ୍ଟେସନକୁ ଯାଇ ନିଜ ବାପାଙ୍କ ନାମରେ ମାରପିଟ କରିଛନ୍ତି ବୋଲି ଅଭିଯୋଗ କରିବାକୁ ପହଞ୍ଚିଥିଲେ | କିନ୍ତୁ ଯେତେବେଳେ ପଚରାଉଚରାରେ ଏହି ମାମଲା ପ୍ରେମ ସମ୍ବନ୍ଧୀୟ ବୋଲି ସାମ୍ନାକୁ ଆସିଲା ସେତେବେଳେ ପୋଲିସ ପରିବାରଲୋକଙ୍କୁ ବୁଝାଇସୁଝାଇ ବାହାଘର କରାଇ ଦେଇଥିଲେ |

ତେବେ ଏହି ମାମଲା ଜ୍ଞାନା ମାଜରା ରୋଡାନ ଗ୍ରାମର ଅଟେ | ଯେଉଁଠାରେ ପ୍ରୀତି ନାମକ ଜଣେ ଯୁବତୀ ଶନିବାର ଦିନ ଚରାଥାବଲ ଥାନା ଅଞ୍ଚଳର ବିରଲାସି ଥାନା ଠାରେ ନିଜ ବାପାଙ୍କ ଦ୍ୱାରା ତାଙ୍କ ସହିତ ମାରପିଟ କରିବାର ଅଭିଯୋଗ କରିବାକୁ ପହଞ୍ଚିଥିଲେ | ଯେତେବେଳେ ପୋଲିସ ଆନନ୍ଦ ପୋସୱାନ ଯୁବତୀଙ୍କ ସହିତ ବ୍ୟକ୍ତିଙ୍କୁ ପଚରାଉଚରା କରାଗଲା ସେତେବେଳେ ଏହି ମାମଲା ପ୍ରେମ ସମ୍ବନ୍ଧୀୟ ବୋଲି ପ୍ରମାଣିତ ହେଲା |

Google

ଏହି ମାମଲାର ସୂଚନା ଦେଇ ଜ୍ଞାନା ମାଜରା ରୋଡାନ ଗାଁର ପ୍ରଧାନ କମ୍ବରପାଲ କହିଛନ୍ତି ଯେ ଏହି ଯୁବତୀ ପଞ୍ଜାବର ଏକ ଢ଼ାବାରେ ନିଜ ପରିବାର ସହ କାମ କରୁଥିଲେ | ସେହିପରି ବୁଢ଼ାନା କୋଟବାଲୀ ଅଞ୍ଚଳର ବିଟାୱାଡାର ଜଣେ ଯୁବକ ରବି ମଧ୍ୟ କାମ କରୁଥିଲେ | ଏହାମଧ୍ୟରେ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଯେତେବେଳେ ଏହାର ସୂଚନା ପ୍ରୀତୀଙ୍କ ବାପା ଜାନେଶ୍ୱର ଜାଣିପାରିଲେ, ସେତେବେଳେ ସେ ପ୍ରୀତିଙ୍କ ସହ ତାଙ୍କ ଗାଁକୁ ଆସିଥିଲେ |

ପ୍ରଧାନ କମ୍ଭରପାଳ ଆଗକୁ କହିଛନ୍ତି ଯେ ନିଜ ବାପାଙ୍କ ବିରୋଧରେ ମାରପିଟ କରିଥିବା ଅଭିଯୋଗ କରିବାପାଇଁ ଥାନାରେ ପହଞ୍ଚିଥିଲେ |ଯେଉଁଠାରେ ଚୌକି ଇନଚାର୍ଜ ଆନନ୍ଦ ପୋସୱାନ ଯେତେବେଳେ ଯୁବତୀଙ୍କ ସହିତ କଡା ପ୍ରଶ୍ନ ପଚାରିଥିଲେ, ସେତେବେଳେ ମାମଲାଟି ପ୍ରେମ ସମ୍ବନ୍ଧୀୟ ପ୍ରମାଣିତ ହୋଇଥିଲା | ଚୌକି ଇନଚାର୍ଜ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରେମିକ ରବି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଡାକି ଆଲୋଚନା କରିଥିଲେ, ସେତେବେଳେ ଦୁଇ ପରିବାର ଯୁବକ-ଯୁବତୀଙ୍କ ବିବାହ କରିବାକୁ ରାଜି ହୋଇଥିଲେ | ଏହାପରେ ଗ୍ରାମବାସୀମାନେ ଚୌକି ଷ୍ଟାଫଙ୍କ ସହିତ ପ୍ରେମୀ ଯୁଗଳଙ୍କ ବିବାହ କରାଇ ଯୁବତୀ ପ୍ରୀତିଙ୍କୁ ରବିଙ୍କ ସହିତ ପଠାଇ ଦେଇଥିଲେ | ବର୍ତ୍ତମାନ ଏପରି ଭାବରେ ପ୍ରେମୀଯୁଗଳଙ୍କର ହୋଇଥିବା ବିବାହ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *