ଲୋକ ଭାବିଲେ ଶବ କିନ୍ତୁ ଜୀବନ୍ତ ଥିଲେ ମହିଳା, ୧୨ ଘଣ୍ଟାରେ ୧୦ କିଲୋମିଟର ନଦୀରେ ବହିଗଲେ ମହିଳା,ଜାଣନ୍ତୁ ପୁରା ଘଟଣା

ହାଡକୁ ଜମେଇ ଦେଉଥିବା ଏହି ଥଣ୍ଡା ଭଳି ପାଗରେ ବରଫ ହୋଇଯାଇଥିବା ନଦୀର ପାଣି… ଓ ଗଙ୍ଗା ନଦୀର ଧାରାରେ ବୋହୁଥିବା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ମାଛ ଧରାଳି ଚେଷ୍ଟା କରିଲେ ଓ ତାଙ୍କୁ ନଦୀରୁ ଉଦ୍ଧାର କରି ଡଙ୍ଗାକୁ ନେଇ ଆସିଲେ। ଆଶ୍ଚର୍ଯ୍ୟର କଥା ହେଉଛିକି ମହିଳା ଜଣକ ବଞ୍ଚିଥିଲେ। ଏହି ଘଟଣା ବିହାରର ବୈଶାଳୀ ଜିଲ୍ଲାର ଅଟେ।

ମହିଳା ଗଙ୍ଗା ନଦୀର ବରଫ ଭଳି ଜମେଇ ଦେଉଥିବା ପାଣିରେ ୧୨ଘଣ୍ଟା ପର୍ଯ୍ଯନ୍ତ ପହଁରୁଥିଲେ, ପାଖାପାଖି ୧୦କିଲୋମିଟର ପର୍ଯ୍ଯନ୍ତ ଭାସି ଯାଇଥିବା ଏହି ମହିଳାଙ୍କୁ ଜଣେ ମାଛ ଧରାଳି ବଞ୍ଚାଇଦେଲେ।

Google

ମହିଳାଙ୍କ ନାମ ଅନିତା ଦେବୀ ଅଟେ। ରାଘୋପୁର ଦିୟାରାରେ ରହୁଥିବା ଏହି ମହିଳା ସନ୍ଧ୍ଯା ସମୟରେ ଗଙ୍ଗା ନଦୀ ଉପରେ ହୋଇଥିବା ପୀପା ପୋଲ ଉପରେ ଯାଉଥିଲେ। ମୁଣ୍ଡ ବୁଲାଇଦେବାରୁ ସେ ଅଟୋରୁ ଉଲ୍ହାଇ ପୀପା ପୋଲ ଉପରେ ବସିଥିଲେ। ସେହି ସମୟରେ ତାଙ୍କର ଗୋଡ ଖସିଗଲା ଓ ସେ ନଦୀରେ ପଡିଗଲେ। ରାତି ସାରା ମହିଳାଜଣକ ନଦୀରେ ପହଁରୁଥିଲେ।

ସକାଳୁ ରାଘୋପୁର ପୀପା ବ୍ରିଜ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏକ ମତ୍ସ୍ୟଜୀବୀ ମହିଳା ଅନୀତା ଦେବୀଙ୍କୁ ଜଳ ସ୍ରୋତରେ ପ୍ରବାହିତ ହେଉଥିବା ଦେଖି ନଦୀରୁ ଉଦ୍ଧାର କରିଥିଲେ। ଜଣେ ମତ୍ସ୍ୟଜୀବୀ କର୍ମଚାରୀ ତାଙ୍କ ମୋବାଇଲରେ ଏହି ସମ୍ପୂର୍ଣ ଘଟଣାକୁ ରେକର୍ଡ କରିନେଲେ।

ରାତିସାରା ନଦୀର ଥଣ୍ଡା ପାଣିରେ ରହିବା ପରେ ମହିଳା ଜଣଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିଲା। ମହିଳାଙ୍କୁ ଆନନ ଫାନନରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି, ଯେଉଁଠି ଡାକ୍ତର ଗରମ କପଡା ଓ ହିଟର ସାହାଯ୍ୟରେ ତାଙ୍କୁ ଏକ ନୂଆ ଜୀବନ ଦେଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *