ବ୍ରିଟେନରୁ ଭାରତକୁ ଫେରିଥିବା ଯାତ୍ରୀଙ୍କୁ କରୋନା,ବର୍ତ୍ତମାନ ନୂଆ ଷ୍ଟ୍ରେନର ଘାରିଲା ଚିନ୍ତା,ଜାଣନ୍ତୁ ପୁରା ଖବର

କରୋନାର ନୂଆ ଷ୍ଟ୍ରେନ ବା ରୂପକୁ ନେଇ ବର୍ତ୍ତମାନ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ ଭାରତରେ ଏହା ପ୍ରବେଶ କରିଛି ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ କରୋନାର ନୂଆ ରୂପ ବ୍ରିଟେନରେ ଦେଖାଯାଇଛି। ଯାହା ପୂର୍ବ ଅପେକ୍ଷା ଅତ୍ୟଧିକ ମାରାତ୍ମକ ଅଟେ ଓ ଦ୍ରୁତଗତିରେ ସଂକ୍ରମଣ କରୁଅଛି ବୋଲି କୁହାଯାଉଛି।

ଏସବୁ ମଧ୍ୟରେ ଜଣେ ଭାରତୀୟଙ୍କ ରିପୋର୍ଟ ପଜିଟିବ ଆସିଛି । ସେ ବ୍ରିଟେନରୁ ଭାୟା ଦିଲ୍ଲୀ ହୋଇ ଚେନ୍ନାଇ ଆସିଥିଲେ। କିନ୍ତୁ ଏହି ଯାତ୍ରୀ ଜଣଙ୍କ ନିକଟରେ କରୋନାର ନୂଆ ଷ୍ଟ୍ରେନ ନା ପୁରୁଣା ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି, ତାହା ବର୍ତ୍ତମାନ ପର୍ଯ୍ଯନ୍ତ ଜଣାପଡ଼ିନାହିଁ।

Google

ଏଥିପାଇଁ ତାଙ୍କ ନମୁନାକୁ ପରୀକ୍ଷା ପାଇଁ ପୁନେ ପଠାଯାଇଛି। ସେହିପରି ବର୍ତ୍ତମାନ ପର୍ଯ୍ଯନ୍ତ ବ୍ରିଟେନରୁ ଭାରତକୁ ସମୁଦାୟ ୧୪ ଜଣ ଲୋକ ଫେରିଛନ୍ତି ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେମାନଙ୍କ ଉପରେ ନଜର ରଖାଯାଇଛି। ଯେମିତି ଭାରତରେ କରୋନାର ନୂଆ ଷ୍ଟ୍ରେନ ପ୍ରବେଶ କରିନପାରେ, ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି।

ଭାରତ ସରକାର ଆଜିଠାରୁ ଡିସେମ୍ବର ୩୧ ଯାଏଁ ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ଓ ବ୍ରିଟେନ ମଧ୍ୟରେ ସମସ୍ତ ପ୍ରକାରର ବିମାନ ସମ୍ପର୍କକୁ ବିଚ୍ଛିନ୍ନ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *