କରୋନା କାଳରେ ପାର୍ଟି : କ୍ରିକେଟର ସୁରେଶ ରାଇନା ସମେତ ଅନେକ ଷ୍ଟାର ଗିରଫ

ମହରାଷ୍ଟ୍ରର ମୁମ୍ବାଇରେ କରୋନାର ନିୟମ ଉଲ୍ଲଂଘନ କରି ପାର୍ଟି କରୁଥିବା ପୂର୍ବ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ ଏକ୍ସନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ ପାର୍ଟି କରୁଥିବା ପାଖାପାଖି ୩୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ତଥ୍ୟ ମୁତାବିକ, ଯେଉଁ ୩୪ଜଣ ଲୋକଙ୍କୁ ଗିରଫ କରାଯାଇଛି, ସେହିରେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରନ୍ଧାୱାଙ୍କ ସମେତ ଅନ୍ୟ ଲୋକ ସାମିଲ ଥିଲେ। ପରେ ସୁରେଶ ରାଇନା ଓ ଗୁରୁ ରନ୍ଧାୱାଙ୍କୁ ବେଲ ମିଳିଯାଇଥିଲା। ଏହା ବ୍ଯତୀତ କିଛି ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ପୋଲିସ ସେମାନଙ୍କ ବିଷୟରେ କିଛି ତଥ୍ୟ ଦେଇନାହିଁ, କିନ୍ତୁ ପରେ ବେଲରେ ଛାଡିଦେଇଛି।

କରୋନା ନିୟମର ହେଲା ଉଲ୍ଲଂଘନ:-

ମୁମ୍ବାଇର ଏୟାରପୋର୍ଟ ନିକଟରେ ଥିବା ଜେଡବ୍ଲୁ ମେରିୟଟ ହୋଟେଲର ଏକ କ୍ଲବରେ ପାର୍ଟି ହେଉଥିଲା। ଯେଉଁଥିରେ କରୋନା ନିୟମର ଉଲ୍ଲଂଘନ ହୋଇଛି। ସମସ୍ତଙ୍କ ବିରୁଦ୍ଧରେ ମୁମ୍ବାଇରେ ମାମଲା ରୁଜ୍ଜୁ ହୋଇଛି। ସୁରେଶ ରାଇନ ଓ ଗୁରୁ ରନ୍ଧାୱାଙ୍କ ସମେତ ୩୪ଜଣ ଲୋକ ସାମିଲ ଥିଲେ। ଯେଉଁମାନଙ୍କୁ ପୋଲିସ ଏକ କ୍ଲବରେ ରେଡ ମାରି ଗିରଫ କରିଥିଲା। ତଥ୍ୟ ମୁତାବିକ ନାଇଟ କର୍ଫ୍ଯୁ ଲାଗିବା ପରେ ଏହି କ୍ଲବରେ ବହୁତ ହାଇ ପ୍ରୋଫାଇଲ ପାର୍ଟି ଚାଲିଥିଲା। ମୁମ୍ବାଇରେ ବର୍ତ୍ତମାନ ନାଇଟ କର୍ଫ୍ଯୁ ଜାରି ଅଛି। ଏହା ସହିତ କ୍ଲବରେ ପାଖାପାଖି ରାତି ସାଢେ ତିନିଟା ବେଳେ ରେଡ ମରାଯାଇଥିଲା।

Google

ଆଇପିସିର ଧାରା-୧୮୮ ଅନ୍ତର୍ଗତ ମାମଲା ରୁଜ୍ଜୁ ହୋଇଛି:-

ମୁମ୍ବାଇ ପୋଲିସର ସୂତ୍ର ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଅବଶିଷ୍ଟ ତାରକାମାନେ କ୍ଲବର ପଛ ଦ୍ୱାର ଦେଇ ଦୌଡି ପଳାଇଥିଲେ। ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ଲକଡାଉନ ନିୟମ ଜାରି ରହିଛି। ଏହା ଅଧୀନରେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀରୁ ୧୯ଜଣ ପାର୍ଟୀକୁ ଆସିଥିଲେ। ଅନ୍ୟମାନେ ପଞ୍ଜାବ ଏବଂ ଦକ୍ଷିଣ ମୁମ୍ବାଇର ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଦ୍ୟପାନ କରିଥିଲେ।

ଜଣାଇଦେଉଛୁକି ୧୮୯୭ର ମହାମାରୀ ନିୟମ ସେକ୍ସନ ୩ରେ ଏହି ବିଷୟରେ କୁହାଯାଇଛିକି ଯଦି କୌଣସି ବ୍ୟକ୍ତି ସରକାରଙ୍କ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୧୮୮ ଅନ୍ତର୍ଗତ ଦଣ୍ଡିତ କରାଯାଇପାରେ।

ରାଇନା ଧୋନୀଙ୍କ ସହିତ ନେଇଥିଲେ ସନ୍ୟାସ:-

ସୁରେଶ ରାଇନା ଅଗଷ୍ଟ ୧୫ରେ ପୂର୍ବତନ ଅଧିନାୟକ ଧୋନୀଙ୍କ ସହିତ ସନ୍ୟାସ ନେଇଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଏହାପରେ ସୁରେଶ ରାଇନ ଆଇପିଏଲ ୨୦୨୦ ପାଇଁ ଦୁବାଇ ଯାଇଥିଲେ କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଫେରିଆସିଥିଲେ। ଏହା ପଛରେ ତାଙ୍କର ସିଏସକେ ଫ୍ରାଞ୍ଚାଇଜ ସହିତ ବିବାଦ ସାମ୍ନାକୁ ଆସିଛି।

ନିଜର କ୍ରିକେଟ କ୍ଯାରିୟରରେ ସୁରେଶ ରାଇନା ୧୮ଟି ଟେଷ୍ଟ ମ୍ଯାଚ ଖେଳିଛନ୍ତି। ଯେଉଁଥିରେ ସେ ଏକ ଶତକ ସହିତ ୭୬୮ରନ କରିଥିଲେ। ଏହା ବ୍ଯତୀତ ସେ ଭାରତ ପାଇଁ ୨୨୬ଟି ଦିନକିଆ ମ୍ଯାଚ ଖେଳିଛନ୍ତି। ଏଥିରେ ରାଇନାଙ୍କ ନାମରେ ୫ଟି ଶତକ ସାମିଲ ଅଛି। ରାଇନା ଦିନକିଆ କ୍ରିକେଟରେ ୫୬୧୫ରନ କରିଥିଲେ। ଏହା ବ୍ଯତୀତ ରାଇନା ୭୮ଟି ଟି-୨୦ ମୁକାବିଲାରେ ଭାରତ ପାଇଁ ୧୬୦୪ ରନ କରିଥିଲେ। ଏଥିରେ ଗୋଟିଏ ଶତକ ସାମିଲ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *