ମେଲବର୍ଣ୍ଣରେ ଡ଼ିସେମ୍ବର ୨୬ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚକୁ କଣ ପାଇଁ “ବକ୍ସିଂ ଡେ ଟେଷ୍ଟ” ବୋଲି କୁହାଯାଉଛି,ଜାଣନ୍ତୁ ୧୨୮ ବର୍ଷର ପୁରୁଣା ଇତିହାସ |

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡ଼ିସେମ୍ବର 26 ତାରିଖରୁ ଦ୍ବିତୀତ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଯାଉଛି ଓ ଏହି ଟେଷ୍ଟକୁ ବକ୍ସିଂ ଡେ ଟେଷ୍ଟ ବୋଲି କୁହାଯାଉଛି । ଏମିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କି, କ୍ରିସମାସ ର ପରବର୍ତ୍ତୀ ଦିନରେ ହେଉଥିବା ଏହି ମ୍ୟାଚକୁ ‘ବକ୍ସିଂ ଡେ ଟେଷ୍ଟ’ କାହିଁକି କୁହାଯାଉଛି । ଏଠାରେ ବକ୍ସିଂର ଅର୍ଥ ମୁଥି ମାରିବା ନୁହେଁ, ଏହା କ୍ରିସମାସ ଗିଫ୍ଟ ବକ୍ସ ପାଇଁ ବ୍ୟବହାର କରାଯାଉଛି ଓ ଏହାର ଇତିହାସ 128 ବର୍ଷ ପୁରୁଣା ମଧ୍ୟ । ଦୁନିଆରେ ଏମିତି କିଛି ଦେଶ ରହିଛି ଯେଉଁମାନେ କ୍ରିସମାସର ପରବର୍ତ୍ତୀ ଦିନକୁ ‘ବକ୍ସିଂ ଡେ’ କହିଥାନ୍ତି । ଏହିଦିନରେ ଲୋକମାନେ ନିଜ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ଭେଟ ହୋଇଥାନ୍ତି ଓ ସେମାନଙ୍କୁ ବକ୍ସ ଜରିଆରେ ଉପହାର ମଧ୍ୟ ଦେଇଥାନ୍ତି । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି ।

Google

ସେଫିଲଡ଼ ସିଲଡ଼ ମ୍ୟାଚ ମଧ୍ୟ ଖେଳାଯାଇଛି :-

ଯଦି ଆମେ କ୍ରିକେଟ ଓ ବକ୍ସିଂ ଡେ କଥା କହିବା ତାହେଲେ ଏହାର ଇତିହାସ 128 ବର୍ଷ ପୁରୁଣା ଅଟେ । 1892 ମସିହାରେ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ସେଫିଲଡ଼ ସିଲଡ଼ର ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭିକ୍ଟୋରିଆ ଓ ନ୍ୟୁ ସାଉଥ ୱେଳସ ମଧ୍ୟରେ କ୍ରିସମାସ ଦିନ ମ୍ୟାଚ ଖେଳିବାର ପରମ୍ପରା ହୋଇଗଲା । ହୁଏତ ମେଲବର୍ଣରେ 1950 ମସିହାରେ ପ୍ରଥମ ଇଣ୍ଟରନାଶନାଲ ମ୍ୟାଚ ଖେଳାଯାଇଥିଲା । ଯାହା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ ଡିସେମ୍ବର 22 ତାରିଖରେ ଖେଳାଯାଇଥିଲା କିନ୍ତୁ ଧୀରେଧୀରେ ଏହା ବକ୍ସିଂ ଡେ ପରମ୍ପରା ଆଡ଼କୁ ଗତି କଲା ।

ମେଲବର୍ଣରେ 1980 ପୂର୍ବରୁ 1952, 1968, 1974 ଓ 1975ରେ ମାତ୍ର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏହାବ୍ୟତୀତ ଆଡ଼ିଲେଡ଼ରେ 1967, 1972 ଓ 1976 ରେ ଆଡ଼ିଲେଡ଼ରେ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । 1975 ମସିହାରେ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ମ୍ୟାଚକୁ ଦେଖିବାକୁ 85 ହଜାର ଦର୍ଶକ ଉପସ୍ଥିତ ହୋଇଥିଲେ । ଏହାର 5 ବର୍ଷ ପରେ ଅଷ୍ଟ୍ରେଲିଆ ‘ବକ୍ସିଂ ଡେ ଟେଷ୍ଟ’ ମ୍ୟାଚ କରିବା ଆରମ୍ଭ କରିଦେଲା । ବକ୍ସିଂ ଡେ ମ୍ୟାଚ କେବଳ ଅଷ୍ଟ୍ରେଲିଆରେ ନୁହେଁ ବରଂ ନ୍ୟୁଜିଲାଣ୍ଡ ଓ ସାଉଥ ଆଫ୍ରିକାରେ ମଧ୍ୟ ଖେଳାଯାଏ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *