ଥାନାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ଏତଲା

ଏସ୍‌ଆଇଟି “ବିନା ଦୋଷରେ ମୋ ପୁଅକୁ ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ। ଏବଂ ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉ ଅଛି।” ସରୋଜ ସେଠୀଙ୍କ ମା’ ଏହିପରି ସଙ୍ଗୀନ ଅଭିଯୋଗ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି |

ଅରୁଣ ବୋଥ୍ରା ମୋ ପୁଅକୁ ମାଡ଼ ମାରି ପରୀ କେସ୍‌ରେ ଫସାଇଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏଥିସହ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ମୋ ପୁଅକୁ ବାଧ୍ୟ କରିଥିଲେ। ଏବଂ ତାକୁ ଗାଳି ଗୁଳଜ କରିଛନ୍ତି ବୋଲି ସେ ନିଜର ଏତଲାରେ ଦର୍ଶାଇଛନ୍ତି ।

Google

ସରୋଜଙ୍କ ମା’ କହିଛନ୍ତିକି, ଗତକାଲି ଡେମୋ ଦେଖାଇବା ପାଇଁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ତାଙ୍କୁ ନେଇ ଯାଇଥିଲେ। ସେମାନେ ମୋ ପୁଅକୁ କହିଥିଲେକି ତୁ ଗରିବ ଘରର ପିଲା। ତୋର ବାପା ନାହାନ୍ତି। ତୁ ୫ ଲକ୍ଷ ଟଙ୍କା ନେଇ ଦୋଷ ସ୍ବୀକାର କରିନେ।

ସୂଚନା ଅନୁସାରେ, ପରୀ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏସ୍‌ଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଥିଲେକି ତାଙ୍କ ବିରୋଧରେ ଆମ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି। ଦୁଷ୍କର୍ମ ଯୋଗୁଁ ଏହିଭଳି ହତ୍ୟାକାଣ୍ଡ ଘଟିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି।

Google

ଗତକାଲି ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ହଜାର କରିବା ପରେ ଅଧିକ ପଚରାଉଚରା କରିବା ପାଇଁ ଏସ୍‌ଆଇଟି ନିକଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅଭିଯୁକ୍ତଙ୍କୁ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟ ଏସଆଇଟିକୁ ଅନୁମତି ମଧ୍ୟ ଦେଇଛନ୍ତି, ରିମାଣ୍ଡ ଆଜି ଠାରୁ ଆରମ୍ଭ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *