ସଚିନ ତେନ୍ଦୁଲକରଙ୍କ ଆଉ ଜଣେ ସାଥିଙ୍କ ଜୀବନ ନେଲା କରୋନା,ଏକାଠି ସାଥିରେ ଖେଳୁଥିଲେ କ୍ରିକେଟ,ଜାଣନ୍ତୁ ସେ କିଏ?

ସଚିନ ତେନ୍ଦୁଲକରଙ୍କ ଏକ ସାଙ୍ଗଙ୍କର କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଯାଇଛି। ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ସାଥି କ୍ରିକେଟର ବିଜୟ ଶିର୍କେଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି।

ସଚିନ ତେନ୍ଦୁଲକର ବିଜୟ ଶିର୍କେଙ୍କ ନିଧନ ଉପରେ ଶୋକ ପ୍ରକାଶ କରିଲେ:-

ତେନ୍ଦୁଲକର ଟ୍ୱିଟ୍ କରି କହିଛନ୍ତି, ବିଜୟ ଶିର୍କରେ ତୁମର ଆତ୍ମା ​​ଶାନ୍ତିରେ ରୁହ। ମୁଁ ତାଙ୍କୁ ୧୫ବର୍ଷ ବୟସରୁ ଜାଣିଛି, ମୁଁ ତାଙ୍କ ସହିତ କିଛି ଭଲ ମୁହୂର୍ତ୍ତ ବିତାଇଛି। ସେ ସବୁବେଳେ ସ୍ମୃତିରେ ରହିବେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମ୍ବେଦନା।’

Google

ବିଜୟ ଶିର୍କେଙ୍କ ନିଧନ ଉପରେ ବିନୋଦ କାମ୍ବଲି ଏକ ପୁରୁଣା ଫୋଟ ସେୟାର କରି ଟୁଇଟ କରି ଲେଖିଲେକି,” ବିଜୟ ଶିର୍କେଙ୍କ ନିଧନରେ ମୁଁ ବହୁତ ଦୁଃଖିତ। ମୋର ଜୀବନର ଆରମ୍ଭରେ ତାଙ୍କର ଅବଦାନ ବହୁତ ରହିଛି। ତାଙ୍କର ପରିବାରକୁ ଶକ୍ତି ମିଳୁ ଓ ତାଙ୍କର ଆତ୍ମାକୁ ଶାନ୍ତି ମିଳୁ।’

ବିଜୟ ଶିର୍କେଙ୍କ ପୁରୁଣା ସାଥୀ ସଲିଲ ଅଙ୍କୋଲା ତାଙ୍କ ଫେସବୁକ ପେଜରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଲିଲ ଆଙ୍କୋଲା ଲେଖିଛନ୍ତି, ‘ତୁମେ ବହୁତ ଶୀଘ୍ର ବିଦାୟ ନେଇନେଲ ସାଙ୍ଗ, ତୁମର ଆତ୍ମାକୁ ଶାନ୍ତି ମିଳୁ, ଆମେ ପଡିଆ ବାହାରେ ବିତାଇଥିବା ସମୟ କେବେ ଭୁଲି ପାରିବା ନାହିଁ।’

ଏହା ପୂର୍ବରୁ ସଚିନ ତେନ୍ଦୁଲକରଙ୍କର ଆଉ ଜଣେ ମିତ୍ର ଅଭି କଦମଙ୍କ ଦେହାନ୍ତ କରୋନା ଯୋଗୁଁ ହୋଇଥିଲା।

ବିଜୟ ଶିର୍କେ ୮୦ଦଶକରେ ସନଗ୍ରେସ ମଫତଲାଲ ଦଳ ପକ୍ଷରୁ ଖେଳୁଥିଲେ, ଯେଉଁଠି ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ମଧ୍ୟ ଖେଳୁଥିଲେ। ବିଜୟ ଶିର୍କେ ଜଣେ ଦ୍ରୁତ ବୋଲର ଅଟନ୍ତି।

Google

କୁହାଯାଉଛିକି ଗତଦିନରେ ବିଜୟ ଶିର୍କେ କରୋନା ଆକ୍ରାନ୍ତ ହୋଇଥିଲେ ଓ କରୋନାରୁ ସୁସ୍ଥ ହୋଇସାରିଥିଲେ କିନ୍ତୁ ଅଚାନକ ତାଙ୍କର ମୃତ୍ୟୁ ହୋଇଗଲା। ହସ୍ପିଟାଲରେ ଚିକତ୍ସା ହେଉଥିବା ସମୟରେ ସେ କରୋନାରୁ ସୁସ୍ଥ ହୋଇଗଲେ କିନ୍ତୁ ଶରୀରରେ ଆଉ କିଛି ଅସୁବିଧା ରହିଗଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଗଲା। ଶିର୍କେ କଲ୍ଯାଣରେ ବଢିଥିଲେ ଓ ସେ ଥାଣେରେ ମୁମ୍ବାଇ କ୍ରିକେଟ ଏସୋସିଏସନର ଅଣ୍ଡର-୧୭ ସମର କ୍ୟାମ୍ପର କୋଚ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *