କ’ଣ ମାର୍ଚ୍ଚ ୨୦୨୧ ଭିତରେ ଭାରତରେ ଶେଷ ହୋଇଯିବ କରୋନା ? ବିଶେଷଜ୍ଞମାନେ ଦେଇଛନ୍ତି ଏହି ଖୁସିଖବର,ପଢନ୍ତୁ ପୁରା ଖବର

ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭କୋଟି୬୬ଲକ୍ଷରୁ ଉର୍ଦ୍ଧ୍ବ ହେଲାଣି, ତନ୍ମଧ୍ୟରୁ ମୃତକଙ୍କ ସଂଖ୍ୟା ୧୬ଲକ୍ଷ ୯୨ ହଜାର ଅତିକ୍ରମ କରିଅଛି|ଏହି ମହାମାରୀରୂ ମୁକ୍ତିଲାଭ ପାଇଁ ବହୁତ ଦେଶ ଟିକାକରଣ ଅଭିଯାନ ଚଳାଇଛନ୍ତି କିନ୍ତୁ ଭାରତ ଏପର୍ଯ୍ୟନ୍ତ କୋୖଣସି ଟିକାକୁ ମଞ୍ଜୁରୀ ଦେଇନାହିଁ|ଏହା ଉପରେ ବିଶେଷଜ୍ଞମାନେ ବଡ ଖୁସି ଖବର ଦେଇଛନ୍ତି|ଏମାନଙ୍କ କହିବାନୁଯାୟୀ ଆସନ୍ତା ଫେବୃୟାରୀ ପର୍ଯ୍ୟନ୍ତ କରୋନା ସ୍ଥିର ହୋଇଯିବ ଓ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ଭିତରେ ରହିବ|ଏବେ ସକ୍ରିୟ ମାମଲା ସଂଖ୍ୟା ୩ଲକ୍ଷରୁ ଉର୍ଦ୍ଧ୍ବ ଅଟେ|

ବିଶେଷଜ୍ଞଙ୍କ ମତାନୁସାରେ ଭାରତରେ କରୋନାର ଦ୍ୱିତୀୟ ଲହରୀ ଆସିବା ସମ୍ଭାବନା ନାହିଁ|ଆଇସିଏମ୍ଆର୍ ର ପୂର୍ବ ମହାମାରୀ ବିଶେଷଜ୍ଞ ଡକ୍ଟର ରମନ ଗଙ୍ଗାଖେଡକରଙ୍କ କହିବାନୁଯାୟୀ ଟିକାକରଣର ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି|ତେଣୁ ୨ୟ ଲହର ପୂର୍ବରୁ ସମସ୍ତଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଯାଇଥିବ|

Google

ମିଡିଆ ରିପୋର୍ଟ ଅନୁସାରେ ହୃଦୟ ରୋଗର ବିଶେଷଜ୍ଞ ଡାକ୍ତର କେ ଅଗ୍ରୱାଲ କହିଛନ୍ତି ଯଦି ଭାରତରେ କରୋନାର ଷ୍ଟ୍ରେନ୍ ନାହିଁ,୨ୟ ଲହରୀ ଆସିବ ନାହିଁ|ସେ କହିଛନ୍ତି ଯଦି ଏହି ମାସ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ ହୋଇଯାଏ, ଆସନ୍ତା ବର୍ଷ ଶେଷ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରାଯାଇପାରିବ|

ଜଣାଶୁଣା ଭାରତୀୟ ବୈଜ୍ଞାନିକ ଡକ୍ଟର ଗଗନଦୀପ କଙ୍ଗ କହିଛନ୍ତି ଯେ ଯଦି କରୋନାର ୨ୟ ଲହରୀ ଆସେ ପୂର୍ବଭଳି ଏତେ ଶକ୍ତିଶାଳୀ ହେବ ନାହିଁ|ଏହାର ସଂକ୍ରମଣ ପୂର୍ବଭଳି ହେଵ ନାହିଁ|

ଜଣାଶୁଣା ଭାଇରୋଲୋଜିଷ୍ଟ ଡକ୍ଟର ସାହିଦ୍ ଜମିଲ କହିଛନ୍ତି ଯେ ତାଙ୍କୁ ଲାଗୁନାହିଁ ଯେ କରୋନାର ୨ୟ ଲହରୀ ଆସିବ|ଯଦିଓ ଅସୁରକ୍ଷିତ ଓ ଅତି ସମ୍ବେଦନଶୀଳ ଲୋକଙ୍କୁ ହୋଇପାରେ କିନ୍ତୁ ଟିକା ପରେ ଏହା ନିୟନ୍ତ୍ରଣ ହୋଇଯିବ|

କିଛି ସମୟ ପୂର୍ବରୁ ମିଡିଆ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଏହାର ୩ୟ ଲହରୀ ମଧ୍ୟ ଆସିଯାଇଛି|ମୁଖ୍ୟମନ୍ତ୍ରୀଙ୍କ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ୩ୟ ଲହରୀ ବା ଶେଷ ଅବସ୍ଥା ଅଟେ|ସେ କହିଛନ୍ତି ସମୟ ଥିଲା ଦିଲ୍ଲୀରେ ଦୈନିକ ସଂକ୍ରମଣ ସର୍ବାଧିକ ଥିଲା, କିନ୍ତୁ ଲୋକମାନେ ସାଥ୍ ଦେବାରୁ ଏହାକୁ କାବୁ କରାଯାଇଛି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *