ସ୍ୱାମୀ ମହମ୍ମଦ ଶାମିଙ୍କୁ ଆଘାତ ଲାଗିବାରୁ ଟେଷ୍ଟ ସିରିଜରୁ ପଡିଲେ ବାଦ କିନ୍ତୁ ସେପଟେ ପତ୍ନୀ ହାସିନ ଜହାଂ ଏହି କ୍ରିକେଟରଙ୍କ ସହିତ କରୁଛନ୍ତି ପାର୍ଟି,ଦେଖନ୍ତୁ କେମିତି ଟ୍ରୋଲ ହେଉଛନ୍ତି ଶାମୀଙ୍କ ସ୍ତ୍ରୀ

ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ବହୁତ ଲଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡିଛି । ଅଷ୍ଟ୍ରେଲିଆ ଭାରତୀୟ ଦଳକୁ 8 ଉଇକେଟରେ ଧୋଇଦେଲା । ଟିମ ଇଣ୍ଡିଆ ଏହି କ୍ଷୋଭରୁ ବାହାରକୁ ବହାରିନାହିଁ ତ ଆଉଏକ ଖରାପ ଖବର ଆସି ପହଞ୍ଚିଯାଇଛି । ଖବରଟି ହେଉଛି, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବାକି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଉପସ୍ଥିତ ରହିବେନାହିଁ କାରଣ ସେ ପ୍ରଥମ ଟେଷ୍ଟ ମ୍ୟାଚରେ ତାଙ୍କ ହାତରେ ବଲ ବାଜିବା କାରଣରୁ ସେ ଆଘାତ ପାଇଥିଲେ । ତାଙ୍କ ନଖେଳିବା ଖବର ସାମ୍ନାକୁ ଆସିବାପରେ ଭାରତୀୟ କ୍ରିକେଟ ଫ୍ୟାନସ ଦୁଃଖିତ ହୋଇଯାଇଛନ୍ତି । ଅନ୍ୟ ପଟରେ କିନ୍ତୁ ମହମ୍ମଦ ଶାମିଙ୍କ ପତ୍ନୀ ହାସିନ ଜହାଂ ଜନ୍ମଦିନ ଉପଭୋଗ କରୁଥିବାର ଦେଖାଯାଇଛନ୍ତି । ସେ ଇରଫାନ ପଠାନଙ୍କ ପୁଅ ଜନ୍ମଦିନର ଫୋଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ଲଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅଷ୍ଟ୍ରେଲିଆ ଭାରତକୁ 8 ଉଇକେଟରେ ହରାଇ ଦେଇଥିଲା । ଭାରତକୁ ମ୍ୟାଚର ତୃତୀୟ ଦିନରେ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

Google

ଏହି ମ୍ୟାଚର ଦ୍ଵିତୀୟ ପାଳିରେ ପ୍ୟାଟ କମିନ୍ସଙ୍କ ଏକ ବଲ ମହମ୍ମଦ ଶାମିଙ୍କ ହାତ ହାଡ଼ରେ ବାଜିଥିଲା । ଯାହାଦ୍ୱାରା, ଭାରତ ପାଳି ଘୋଷଣା କରିଥିଲା ଓ ମହମ୍ମଦ ଶାମିଙ୍କୁ ତୁରନ୍ତ ମେଡିକାଲ ପଠାଯାଇଥିଲା ।

ହସ୍ପିଟାଲରେ ସ୍କାନ ପରେ ଜଣାପଡିଲା କି, ମହମ୍ମଦ ଶାମିଙ୍କ ହାତରେ ଫ୍ୟାକ୍ଚର ଆସିଯାଇଛି । ଆଗକୁ ଏହା ଅନ୍ଦାଜ ଲଗାଯାଉଥିଲା କି, ଶାମି ଆଗାମୀ ଟେଷ୍ଟ ଖେଳିପାରିବେ ନାହିଁ ଓ ସେୟା ହିଁ ହୋଇଥିଲା ।

ଏହାପରେ ବିସିସିଆଇ ନିଜର ରିପୋର୍ଟରେ ଏହା କହିଥିଲା କି, ଆଗକୁ ତିନୋଟି ମ୍ୟାଚ ପାଇଁ ଶାମି ଖେଳିପାରିବେନାହିଁ । ଏହା ପୂର୍ବରୁ ବିସିସିଆଇ ଶାମିଙ୍କୁ ତାଙ୍କର ସ୍କାନ ରିପୋର୍ଟ ଦେଖାଇ ନିଷ୍ପତି ନେଇଥିଲେ ।

ସେହିପରି ଅନ୍ୟପଟରେ ଶାମିଙ୍କ ପତ୍ନୀ ହାସିନ ଜହାଂ ଇରଫାନ ପଠାନଙ୍କ ପୁଅ ଜନ୍ମଦିନ ପାଳନରେ ନିଜ ଇଂଷ୍ଟା ଆକାଉଣ୍ଟରେ ଫୋଟୋ ଶେୟର କରିଥିଲେ । ଇରଫାନ ପଠାନ ନିଜ ପୁଅର ଜନ୍ମଦିନ ପାଳନ ଡିସେମ୍ବର 19 ତାରିଖରେ କରିଥିଲେ ।

ପାର୍ଟିରେ ହାସିନ ଜହାଂ ଏକ ସାଲ ଘୋଡ଼ି ହୋଇଥିବାର ଦେଖାଯାଇଥିଲା ଏବଂ ସେ ମାସ୍କ ପିନ୍ଧିନଥିଲେ କିନ୍ତୁ ଇରଫାନ ପଠାନ ଯିଏକି ଜନ୍ମଦିନ ଅନୁଷ୍ଠାନ କରୁଥିଲେ, ସେ କୋଭିଡକୁ ଧ୍ୟାନରେ ରଖି ମାସ୍କ ପିନ୍ଧିଥିଲେ ।

Google

ଇରଫାନ ପଠାନଙ୍କ ଏହି ପାର୍ଟିରେ ତାଙ୍କ ପତ୍ନୀ ମଧ୍ୟ ମାସ୍କ ପିନ୍ଧିଥିଲେ। ଏହି ଫୋଟୋ ଶେୟର କରିବା ପରେ ଲୋକମାନଙ୍କ ପ୍ରତିକ୍ରିୟା ଆସିଥିଲା କି, ପତି ସେପଟେ ଆଘାତ ପ୍ରାପ୍ତ କିନ୍ତୁ ପତ୍ନୀ ପାର୍ଟି ଏଞ୍ଜୟ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *