କରୋନା ଟୀକା ନେଲେ ମଣିଷ ହେବ କୁମ୍ଭୀର, ମହିଳା ମାନଙ୍କର ଉଠିବ ଦାଢ଼ି : ବ୍ରାଜିଲ ରାଷ୍ଟ୍ରପତି

କରୋନା ମହାମାରୀ ଟିକାକୁ ସମସ୍ତେ ଅପେକ୍ଷା କରିଥିବା ସମୟରେ ଏହା ବିରୁଦ୍ଧରେ ବୟାନ ଦେଇଛନ୍ତି, ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ । ବିଶେଷକରି କରୋନା ଟିକା ଫାଇଜର-ବାୟୋନଟେକ ପ୍ରସ୍ତୁତ କରୁଥିବା ଟିକା ସେବନ କଲେ ମଣିଷ କୁମ୍ଭୀର ହେବା ସହ ମହିଳାଙ୍କର ଦାଢ଼ି ଉଠିବାର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ବୋଲସୋନାରୋ ନିଜେ ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ଯେତେବେଳେ ଏହି ଭାଇରସ ସଂକ୍ରମଣ ବ୍ୟାପିଥିଲା,ଏହାକୁ ସେ ହାଲୁକା ଭାବରେ ନେଇଥିଲେ। କରୋନା ଭାଇରସକୁ ଛୋଟିଆ ଫ୍ଲୁ ବୋଲି କହିଥିଲେ। ଏବେ ସେ କରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି।

Google

ସେ କହିଛନ୍ତି, ଫାଇଜର ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହାକୁ ନେବା ପରେ ଯଦି କାହା ଶରୀରରେ କୌଣସି ପ୍ରତିକ୍ରିୟା ଦେଖାଦେଲେ, ସେମାନେ ନିଜେ ହିଁ ଦାୟୀ ରହିବେ। ଟିକା ନେବା ପରେ ଯଦି କେହି କୁମ୍ଭୀରରେ ପରିଣତ ହେଲେ , ସେଥିପାଇଁ ସରକାର ଦାୟୀ ରହିବେ ନାହିଁ।

ଟିକା ନେବା ପରେ ଯଦି ଆପଣ ସୁପର ହ୍ୟୁମାନ ହୋଇଯିବେ, ଯଦି ମହିଳାଙ୍କ ଦାଢ଼ି ଉଠିଲା କିମ୍ବା ପୁରୁଷ ଟିକା ନେବା ପରେ ମହିଳାଙ୍କ ଭଳି କଥା କହିଲା,ତା’ହେଲେ ଟିକା ନିର୍ମାଣ କରିଥିବା କମ୍ପାନୀ କୌଣସି ଉତ୍ତର ଦାୟିତ୍ଵ ଗ୍ରହଣ କରିବ ନାହିଁ। କରୋନା ଟିକା ନେବା ଦ୍ଵାରା ଉପରୋକ୍ତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ଟିକା କାଯ୍ୟକ୍ରମକୁ ଲଞ୍ଚ କରି କହିଛନ୍ତି, ଦେଶବାସୀଙ୍କୁ ମାଗଣାରେ ଏହି ଟିକା ପ୍ରଦାନ କରାଯିବ, କିନ୍ତୁ ଏହା ଇଚ୍ଛାଧୀନ ଓ ସ୍ଵେଚ୍ଛାକୃତ ରହିବ। ଏହି ଟିକା ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ। କାହାକୁ ଏଥିପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ।

Google

ବ୍ରାଜିଲର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ତିକକୁ ଅନୁମତି ଦେବା ପରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ। ଯେଉଁମାନେ ଚାହିଁବେ ସେମାନେ ଏହି ଟିକାକୁ ନେଇପାରିବେ, କିନ୍ତୁ ମୁଁ ନିଜେ ଏହାକୁ ନେବି ନାହିଁ। କିଛି ଲୋକ ମୋ କଥାକୁ ଶୁଣି ମୁଁ ଖରାପ ଉଦାହରଣ ଦଉଛି ବୋଲି କହି ପାରନ୍ତି।

ମୁଁ ସେଭଳି ଲୋକଙ୍କୁ କହିବାକୁ ଚାହେଁ ଯେ, ମୁଁ ଥରେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇସାରିଛି। ଏହାପରେ ମୋର ଆଣ୍ଟିଵଡି ସୃଷ୍ଟି ହୋଇସାରିଛି, ତେଣୁ ମୁଁ କଣ ପାଇଁ ଆଉ ଥରେ ଟିକା ନେବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *