ଏ ହେଉଛନ୍ତି ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ଗଣିତ ଶିକ୍ଷକ,ସମସ୍ତେ ହେଉଛନ୍ତି ତାଙ୍କର ଦିୱାନା,ଜାଣନ୍ତୁ ତାଙ୍କ ବିଷୟରେ

ଆପଣ ଦେଖିଥିବେ ଦୁନିଆର ବହୁତ ମଡେଲ ନିଜ କାମ ପାଇଁ ଭଲ | ବହୁବାର ଫେସନ୍ ମଡେଲ୍ସ ପାଇଁ କୁହାଯାଏ ଯେ, ସେମାନେ ସେତେ ପଢାଲେଖା ଓ ଜ୍ଞାନୀ ନୁହନ୍ତି, କିନ୍ତୁ ଏହି ହ୍ୟାଣ୍ଡସମ୍ ଗଣିତ ଶିକ୍ଷକ ଏହାର ବ୍ୟତିକ୍ରମ| ଯିଏ ଏବେ ଚର୍ଚ୍ଚାରେ,ଖାସ୍ କଥା ଏହା ଯେ ସେ ଏହି ଗଣିତ ଶିକ୍ଷକ ପିଲାମାନଙ୍କୁ ପଢ଼ାଇବା ସହ ପେଶାଦାର ମଡେଲ ଅଟନ୍ତି|

Google

ଏହି ହ୍ୟାଣ୍ଡସମ୍ ଗଣିତ ଶିକ୍ଷକଙ୍କ ନାମ ପିଏତ୍ରୋ ବୋସିଲି| ସେ ୩୨ ବର୍ଷର ଅଟନ୍ତି, ସେ ପିଲାଙ୍କୁ ପଢାଇବା ସହ ମଡେଲିଙ୍ଗ୍ ମଧ୍ୟ କରନ୍ତି|ମେକାନିକାଲ ଇଂଜିନିୟରିଂ ରେ ଡକ୍ଟରେଟ୍ କରିଥିବା ବୋସିଲି ଇଣ୍ଟରନେଟରେ ଗଣିତ ମଡେଲ ଭାବେ ପରିଚିତ|

ସେ ୨୦୧୬ ମସିହାରେ ଇଣ୍ଟରନେଟର ସେନସେଶନ୍ ବନିଥିଲେ| ତାଙ୍କ ଏକ ଛାତ୍ର ବୋସିଲିଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଥିଲା| ଏହା ପରେ ମଡେଲିଙ୍ଗ୍ ଦୁନିଆରେ ତାଙ୍କର ଜବରଦସ୍ତ ଡିମାଣ୍ଡ ଆସିଲା|

Google

ତାଙ୍କର ଫଟୋ ବହୁ ବଡବଡ ପତ୍ରିକାର ଉପର ପୃଷ୍ଠାରେ ଆସିଛି| ସେ କହିଛନ୍ତି ତାଙ୍କର ୧୫ ବର୍ଷର ଗଣିତ ଓ ପଦାର୍ଥ ବିଜ୍ଞାନରେ ଗଭିର ରୁଚି ରହିଛି| ଏହାପରେ ସେ ମେକାନିକାଲ ଇଂଜିନିୟରିଂ ରେ ପିଏଚଡ଼ି କରି ଛାତ୍ରଙ୍କୁ ଗଣିତ ପଢାନ୍ତି| ସେ ମଧ୍ୟ ଟୋମି ହିଲଫିଗର୍ ଭଳି ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ୍ କରନ୍ତି|

ତାଙ୍କର ମଧ୍ୟ ଅଧେ ମିଲିଅନରୁ ଅଧିକ ଫଲୋୟର ଇନଷ୍ଟାଗ୍ରାମରେ ରହିଛି| ସେ ଦ ଗାର୍ଡିଆନକୁ କହିଛନ୍ତି ୧୫ ବର୍ଷ ବୟସରୁ ତାଙ୍କର ଗଣିତରେ ରୁଚି ରହିଛି| ସ୍କୁଲରେ ଏହାର ଆନନ୍ଦ ନେବା ସହ ସମସ୍ୟାର ସମାଧାନ ପାଇଁ ମଜା ଲାଗୁଥିଲା| ଏହା ପରେ ଗଣିତ ପ୍ରତି ରୂଚି ବଢ଼ିଗଲା|

Google

ତାଙ୍କ କହିବାନୁଯାୟୀ ସେ ଇଞ୍ଜିନିୟରିଂକୁ ଭଲ ପାଆନ୍ତି| ଯେଉଁ ଜିନିଷ ଆମେ ଘରକୁ ନେଉ, ଏଥିପାଇଁ ବହୁତ ବୁଦ୍ଧି-ବିଚାର ଓ ଜ୍ଞାନର ଆବଶ୍ୟକ ରହିଛି| ଇଞ୍ଜିନିୟରିଂ ପଢ଼ିବା ସମୟରେ ତାଙ୍କୁ ଏକ ନୂତନ ଦିଗ ମିଳିଥିଲା ବୋଲି ସେ କହିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *