ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆକୁ ଲାଗିଲା ଶକ୍ତ ଝଟକା,ମହମ୍ମଦ ଶାମି ଦଳରୁ ବାହାର

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟେଷ୍ଟ ଖେଳିବେ କି ନାହିଁ ଆଶଙ୍କା ସୃଷ୍ଟି ହୋଇଛି । ଅଡ଼ିଲେଡ଼ ଟେଷ୍ଟର ତୃତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ସେ ଆଘାତ ପାଇଥିଲେ । ମହମ୍ମଦ ଶାମିଙ୍କୁ ଆଘାତ କାରଣରୁ ରିଟାୟର୍ଡ ହର୍ଟ ହେବାକୁ ପଡିଥିଲା। ସେ ଫିଲ୍ଡିଂ କରିବାକୁ ମଧ୍ୟ ଆସିନଥିଲେ । ମ୍ୟାଚ ପରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶାମିଙ୍କୁ ନେଇ ବୟାନ ମଧ୍ୟ ଦେଇଥିଲେ ।

Google

ବିରାଟ କୋହଲି କହିଥିଲେ, ଶାମିଙ୍କର ଆଘାତ ପାଇଁ କୌଣସି ଖାସ ଖବର ଆମକୁ ମିଳିନାହିଁ । ତାଙ୍କୁ ବର୍ତ୍ତମାନ ସ୍କାନ କରିବାପାଇଁ ପଠାଯାଇଛି । ଶାମି ବହୁତ ଦରଜ ଅନୁଭବ କରୁଥିଲେ ଓ ନିଜର ହାତ ହଲାଇ ପାରୁନଥିଲେ । ଆମକୁ ଏହିସମୟରେ ଜଣାପଡିଥିଲା ଯେ, ଶାମିଙ୍କ ଆଘାତ କେତେ ଜଟିଳ ଥିଲା ।

Google

ମହମ୍ମଦ ଶାମି ଯେଉଁ ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ ସେସମୟର ଦଳର ସ୍କୋର 31 ରନରେ 9 ଟି ଉଇକେଟ ଚାଲିଯାଇଥିଲା । ପ୍ୟାଟ କମିନ୍ସଙ୍କ ବାଉଁସର ସିଧା ତାଙ୍କ ହାତର ହାଡ଼ରେ ବାଜିଥିଲା ଓ ସେ ବହୁତ କଷ୍ଟ ଅନୁଭବ କରିଥିଲେ । ଫିଜିଓ ମୈଦାନକୁ ଆସି ଶାମିଙ୍କୁ ଉପଶମ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର ଆଘାତ ଏତେ ଅଧିକ ଥିଲା ଯେ, ସେ ମୈଦାନ ଛାଡି ଚାଲିଯାଇଥିଲେ ।

ଟିମ ଇଣ୍ଡିଆକୁ ପ୍ରଥମ ଟେଷ୍ଟର ଅଢେ଼ଇ ଦିନରେ ହିଁ ହାରିବାର ସାମ୍ନା କରିବାକୁ ପଡିଥିଲା । ଟିମ ଇଣ୍ଡିଆ ନିଜର ଦ୍ଵିତୀୟ ପାଳିରେ ମାତ୍ର 36 ରନ କରି ଆଉଟ ହୋଇଯାଇଥିଲେ ଓ ଭାରତୀୟ ଦଳ ସମ୍ମୁଖରେ ମାତ୍ର 90 ରନର ବିଜୟ ଲକ୍ଷ୍ୟ ଥିଲା । ଅଷ୍ଟ୍ରେଲିଆ ଏହି ସ୍କୋରର ପିଛା ମାତ୍ର 2 ଉଇକେଟ ହରାଇ ହାସଲ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *