ନବବୋଧୂର ଭୟଙ୍କର ପ୍ଲାନ : ବିବାହର ଦ୍ୱିତୀୟ ଦିନରେ ଘଟାଇଲେ ଭୟଙ୍କର କାଣ୍ଡ ,ମନ୍ଦିର ଯିବା ବାହାନାରେ ରଚିଥିଲେ ଭୟଙ୍କର ଷଡଯନ୍ତ୍ର ,ଜାଣନ୍ତୁ ପୁରା ଘଟଣା

ଲୁଟେରା କନ୍ୟାର କାହାଣୀ ଆପଣ ଫିଲ୍ମ୍ କିମ୍ବା କାହାଣୀରେ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ମଧ୍ୟ ପ୍ରଦେଶରେ ଏମିତି ଏକ ବାସ୍ତବିକ କାହାଣୀ ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ବିବାହର ଦୁଇ ଦିନ ପରେ ଶ୍ଵଶୁର ଘରୁ ନଗଦ ଏକ ଲକ୍ଷ ଟଙ୍କା ଓ ଗହଣା ନେଇ ଫେରାର ହୋଇଯାଇଛନ୍ତି।

ବିବାହର ଦ୍ଵିତୀୟ ଦିନ ସାମ୍ନାକୁ ଆସିଗଲା କନ୍ୟାର ସତ:-

ବିବାହର ଏହି ଠକ ମାମଲା ଦାମୋହ ଜିଲ୍ଲାର ବେଲଖେଡି ଗ୍ରାମର ଅଟେ। ଏଠାରେ ରହୁଥିବା ରାଜେଶଙ୍କର ବିବାହ ଜବଲ ପୁରରେ ରହୁଥିବା ରିୟାଙ୍କ ସହ ଡିସେମ୍ବର ୧୬ ରେ ହୋଇଥିଲା| ତାଙ୍କର ବାସ୍ତବତା ବୁଝିବା ପୂର୍ବରୁ ସେ କୋର୍ଟରେ ବିବାହ କରିଥିଲେ, କିନ୍ତୁ ରାଜେଶଙ୍କୁ ଜଣାନଥିଲାକି ସେ ଯାହା ସହ ବିବାହ କରିବାକୁ ଯାଉଛନ୍ତି ସେ ଜଣେ ଲୁଟେରା ବୋଲି। ଯିଏକି ବିବାହର ଦୁଇ ଦିନ ପରେ ଫେରାର ହୋଇଯିବେ।

Google

ଏମିତି ସୃଷ୍ଟି ହୋଇଥିଲା ଦୁଇଜଣଙ୍କର ସମ୍ପର୍କ:-

ପୋଲିସକୁ ଅଭିଯୋଗ ଦେଉଥିବା ସମୟରେ ରାଜେଶ କହିଲେକି କିଛି ଦିନ ପୂର୍ବରୁ ବଟିୟାଗଡରେ ରହୁଥିବା ମୁକେଶ ଯାଦବ(ଦଲାଲ)ଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ଏହା ପରେ ସେ ମୋତେ ଜବଲପୁର ଝିଅ ଦେଖାଇବାକୁ ନେଇ ଯାଇଥିଲେ, କିନ୍ତୁ ଝିଅକୁ ସେଠାରେ ଦେଖାଯାଇ ନଥିଲା| ତା’ପରେ କିଛି ଦିନ ପରେ ଝିଅ ଘର ପକ୍ଷରୁ ସମ୍ପର୍କ ପକ୍କା କରାଯାଇଥିଲା।

ମନ୍ଦିରର ଦର୍ଶନ କରିବା ମାତ୍ରେ କରିଦେଲେ କାଣ୍ଡ:-

ରାଜେଶ କହିଲେକି ବିବାହ କରିବା ବାହାନାରେ ମୁକେଶ ଝିଅର ଲାଳନପାଳନ କରିବା ପାଇଁ ମୋତେ ଏକ ଲକ୍ଷ ଟଙ୍କା ମାଗିଥିଲେ। ମୁଁ ସେଥିପାଇଁ ତାଙ୍କୁ ପଇସା ଦେଇଥିଲି। ଏହାପରେ ଡିସେମ୍ବର ୧୬ରେ ବିବାହ କରିଲେ। ବିବାହ କରିବାର ପ୍ରଥମ ଦିନ କନ୍ୟା ଠିକ୍ ଥିଲେ। ଦ୍ଵିତୀୟ ଦିନ ସେ ଛୋଟ ଛୋଟ କଥାକୁ ନେଇ ବିବାଦ ଆରମ୍ଭ କରିଲେ। କେବଳ ଏତିକି ନୁହେଁ ସେ ବାନ୍ଦକପୂର୍ ଯାଇ ଦର୍ଶନ କରିବେ ବୋଲି ଜିଦ୍ କରିଲେ। ଆମେ ଦୁଇଜଣ ବାଇକରେ ସେଠାକୁ ଗଲୁ ଫେରିବା ସମୟରେ ଏକ କାର ଆସି ବାଇକ ଆଗରେ ରହିଗଲା ଏବଂ ସେଥିରୁ କିଛି ଲୋକ ବାହାରି ମୋତେ ପିଟିବା ଆରମ୍ଭ କରିଦେଇଥିଲେ, ତାପରେ ଝିଅକୁ ନେଇ ଫେରାର ହୋଇଗଲେ। ଝିଅଟି ଗୋଟିଏ ଦିନ ପୂର୍ବରୁ ମୋ ପାଖରୁ ଏକ ଲକ୍ଷ ଟଙ୍କା ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *