ନା ଗୁଗଲ ପେ,ନା ଫୋନ୍ ପେ, ସିଧା ‘ପକେଟ୍ ପେ’ରେ ଲାଞ୍ଚ ନେଉଥିବା ପୋଲିସ କର୍ମଚାରୀଙ୍କ ଭିଡିଓ ଭାଇରାଲ୍

ଇଣ୍ଟରନେଟରେ କେତେବେଳେ କ’ଣ ଭାଇରାଲ ହୋଇଥାଏ କାହାକୁ ଜଣା ନଥାଏ| ଏହିଭଳି ଭାବେ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ମହିଳା ପୋଲିସ କର୍ମଚାରୀଙ୍କ ଲାଞ୍ଚ ନେଉଥିବା ଉପାୟ ଦେଖି ଆପଣ ହସିହସି ଗଡିଯିବେ|

ରିପୋର୍ଟ୍ ଅନୁସାରେ ଏହି ଘଟଣାଟି ପୁନେ ସାଇ ଚେକ ଅନ୍ତର୍ଗତ ବୋଲି ଜଣାପଡିଛି| ଭିଡିଓରେ ଦେଖାଯାଏ ଯେ, ଏକ ମହିଳା ଟ୍ରାଫିକ ପୋଲିସ ସ୍କୁଟିରେ ଯାଉଥିବା ଏକ ମହିଳାଙ୍କୁ ଅଟକାଇ ଇସାରା ମାଧ୍ୟମରେ ପାଖକୁ ଡାକି କିଛି ବୁଝାଉଛନ୍ତି| ଏହା ପରେ ସ୍କୁଟିବାଲି ମହିଳା ପୋଲିସଙ୍କ ପଛ ପକେଟ୍ ରେ କିଛି ପଇସା ରଖି ଚାଲି ଯାଉଛନ୍ତି|

Google

ଏହି ଭିଡିଓକୁ ପାଖରେ ଦେଖୁଥିବା ଲୋକ ଫୋନରେ ରେକର୍ଡ କରି ଟୁଇଟରରେ ଭାଇରାଲ୍‌ କରିଦେଇଥିଲେ| ଜଣେ ୟୁଜର ଟୁଇଟରରେ ଲେଖିଛନ୍ତି-ନା ଗୁଗଲ ପେ,ନା ଫୋନ୍ ପେ, ସିଧା ‘ପକେଟ୍ ପେ’ |

Google

ଆଉ ଜଣେ ଲେଖିଛନ୍ତି- ଗୋଲମାଲ୍ ଭାଇ ସବୁ ଗୋଲମାଲ୍ | ଏହି ଭିଡିଓରେ ମହିଳା ଜଣଙ୍କ ଟିକେ ବି ଭୟ ନଥିଲା ଯେ କାଳେ କିଏ ଏହି ଲାଞ୍ଚ ନେଉଥିବା ଭିଡିଓର ରେକର୍ଡିଙ୍ଗ୍ କରିନେବ|

Google

ଆଉଜଣେ ଲେଖିଛନ୍ତି ଭାରତରେ ପଇସା କମାଇଵାର ସବୁଠାରୁ ଶସ୍ତା ଓ ଲୋକପ୍ରିୟ ପଦ୍ଧତି ପେମେଣ୍ଟ ଅଟେ| ଏପର୍ଯ୍ୟନ୍ତ ମହିଳା ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରାଯାଇପାରିନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *