କାର ଚାଳକ ଓ ସ୍କୁଟି ଚାଳକ ମଧ୍ୟରେ ଝଗଡା :ତା ପରେ ଘଟିଲା ଭୟଙ୍କର କାଣ୍ଡ ଆଉ ଚାଲିଗଲା କାର ଚାଳକଙ୍କ ଜୀବନ,ସିସିଟିଭିରୁ ମିଳିଲା ଲୋମଟାଙ୍କୁରା ଦୃଶ୍ୟ

ଏକ ମାମୁଲି ବିବାଦ କାରଣରୁ କାର ଚାଳକ ଓ ସ୍କୁଟି ଚଳାଉଥିବା ବ୍ୟକ୍ତି ମଧ୍ୟରେ ଝଗଡା ଆରମ୍ଭ ହେବାକୁ ଲାଗିଲା। ଏହିସମୟରେ ଏକ ଟ୍ରକ ଆସିଥିଲା ଓ ଟ୍ରକ ଯେବେ ସେହି ବାଟ ଦେଇ ଚାଲିଗଲା ତ ସେତେବେଳେ କାର ଚାଳକଙ୍କର ଶବ ପଡିଥିଲା । ଏହି ସାରା ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା । ଲୋମଟାଙ୍କୁରା ଏହି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ସହରର ଅଟେ ।

ଇନ୍ଦୋରର ପଲାସିଆ ଥାନା ଅଞ୍ଚଳର ଏହି ଦୃଶ୍ୟ ଗୁରୁବାର 11 ଘଟିକା 14 ମିନିଟ ସମୟରେ ଘଟିଥିଲା । ଦୁର୍ଘଟଣା ପୂର୍ବରୁ କାର ଚାଳକ ସିଦ୍ଧାର୍ଥ ସୋନି ଓ ସ୍କୁଟି ଚାଳକ ବିକାଶ ଯାଦବଙ୍କ ମଧ୍ୟରେ ବିବାଦ ଝଗଡା ଆଡ଼କୁ ଗତି କରିଥିଲା । ଏହିସମୟରେ ଏକ ଟ୍ରକ ଆସିଥିଲା ଓ ଝଗଡା ସମୟରେ ଇଞ୍ଜିନିୟର ସିଦ୍ଧାର୍ଥ ସୋନି ରାସ୍ତାରେ ପଡିଯାଇଥିଲେ ଓ ତାଙ୍କ ଉପରେ ଟ୍ରକ ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Google

ସିଦ୍ଧାର୍ଥଙ୍କର ଦୁଇବର୍ଷ ପୂର୍ବେ ବିବାହ ହୋଇଥିଲା ଏବଂ ଡିସେମ୍ବର 26 ତାରିଖରେ ତାଙ୍କର ମ୍ୟାରେଜ ଆନିଭର୍ସାରୀ ଥିଲା । ପିତାଙ୍କର ଡିଟରଜେଣ୍ଟ ପାଉଡର ବନାଇବା କାରଖାନା ମଧ୍ୟ ଥିଲା । ଘରେ ତାଙ୍କର ମାଆ, ପତ୍ନୀ ଓ ଛୋଟ ଭଉଣୀ ଅଛନ୍ତି । ସାଙ୍ଗମାନେ କହିଥିଲେ, ସିଦ୍ଧାର୍ଥ ଜଣେ ଆର୍କିଟେକ ଥିଲା ଓ ସହରର ଏକ ସ୍ମାର୍ଟ ପ୍ରୋଜେକ୍ଟ ଉପରେ କାମ କରୁଥିଲେ ।

Google

ଏହାଥିଲା ପୁରା ମାମଲା :-

ଇନ୍ଦୋରରେ ଗୁରୁବାର ଦିନ ଝଗଡାରେ ମୃତ୍ୟୁ ସାଜିଥିବା ଆସିଥିବା କାଳ ଜଣେ ବ୍ୟକ୍ତିର ପ୍ରାଣ ନେଇଗଲା । ଘଟଣାଟି ପଳାସାଇ ଥାନା ଅନର୍ଗତ ପତ୍ରକାର କଲୋନୀ ଚୌରହେ ଅଞ୍ଚଳର ଅଟେ । ଏହିଠାରେ ଜଣେ କାର ଚାଳକ ଓ ସ୍କୁଟି ଚାଳକଙ୍କ ମଧ୍ୟରେ ସାମାନ୍ୟ ବିବାଦ ଝଗଡାରେ ପରିବର୍ତ୍ତନ ହୋଇଥିଲା ଓ କାର ଚାଳକ ରାସ୍ତାକୁ ଖସିପଡିଥିଲେ ଓ ସେହିସମୟରେ ତାଙ୍କ ଉପରେ ଟ୍ରକ ଚଢିଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଗଲା ।

Google

ଥାନା ଅଧିକାରୀଙ୍କ ମୁତାବିକ, ସିଦ୍ଧାର୍ଥ ନିଜର କାର ଚଳାଇ ଯାଉଥିବାବେଳେ ସାମ୍ନାରୁ ଏକ ସ୍କୁଟିରେ ବିକାଶ ଯାଦବ ନାମକ ବ୍ୟକ୍ତି ଆସୁଥିଲେ । କୌଣସି କାରଣ ବଶତଃ କାର ସ୍କୁଟି ସହ ଧକ୍କା ଖାଇବା ଦ୍ୱାରା ଉଭୟଙ୍କ ମଧ୍ୟରେ ବିବାଦ ଓ ପରେ ଏହା ଝଗଡା ଆଡକୁ ଗତି କରିଥିଲା । ସିଦ୍ଧାର୍ଥ ନିଜ କାରରୁ ଏହିସମୟରେ ପଡ଼ିଯାଇଥିଲେ ଓ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କ ଉପରେ ଚଢ଼ି ଯାଇଥିଲା । ପୋଲିସ ଯାଦବକୁ ଗିରଫ କରିଛି ।

Google

ଥାନା ପ୍ରଭାରୀ ସଞ୍ଜୟ ସିଂହ ମୁତାବିକ, ଏହି ସମ୍ପୂର୍ଣ୍ଣ ଘଟଣା ଅପରାଧିକ ମନୋବୃତ୍ତି ଜରିଆରେ ହୋଇଛି ଏଥିପାଇଁ ସ୍କୁଟି ଚାଳକ ଓ ଟ୍ରକ ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟବାହୀ ପୋଲିସ କରୁଛି । ଘଟଣାଟି ଘଟିବା ପରେ ସେହି ଅଞ୍ଚଳରେ ସମସ୍ତେ ଚକିତ ହୋଇଯାଇଥିଲେ ଓ ପୋଲିସ ଆସିବାପରେ ମୃତ ଶବ ସେମିତି ପଡିରହିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *