ଭାରତ ବନାମ ଅଷ୍ଟ୍ରେଲିଆ: ପୃଥ୍ବୀ ଶୋଙ୍କ ହରକତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବିରାଟ କୋହଲୀ, ଦେଲେ ଗାଳି

ଏଡ଼ିଲେଡ୍ ଟେଷ୍ଟରେ ଭାରତର ବୋଲର ଭଲ ପ୍ରଦର୍ଶନ କଲେ କିନ୍ତୁ ପୃଥ୍ଵୀ ଶୋଙ୍କ ପାଇଁ ଏହି ମୁକାବିଲା କୌଣସି ଖରାପ୍ ସ୍ବପ୍ନଠୁ ମଧ୍ୟ କମ୍ ନଥିଲା। ଏଡିଲେଡ୍ ଟେଷ୍ଟର ଦ୍ଵିତୀୟ ଦିନ ପୃଥ୍ଵୀ କିଛି ଏମିତି କରିଦେଲେ ଯାହା ଦେଖି ବିରାଟ ବହୁତ୍ ରାଗିଗଲେ ଓ ଏହି ଯୁବ ଖେଳାଳୀଙ୍କୁ ଗାଳି ଦେଲେ। ପୃଥ୍ଵୀ ଶୋ ଜସପ୍ରିତ୍ ବୁମରାହଙ୍କ ବୋଲରେ ଏକ ସାଧାରଣ କ୍ୟାଚ ଧରିପାରିଲେ ନାହିଁ। ଶୋଙ୍କ ଏହି ଖରାପ୍ ଫିଲ୍ଡିଁ ଦେଖି ବିରାଟ ରାଗିଗଲେ ଓ ତାଙ୍କ ମୁହଁରୁ ଶୋଙ୍କ ପାଇଁ ଅପଶବ୍ଦ ବାହାରିଗଲା।

Google

ବିରାଟ କୋହଲୀ ଦେଲେ ଶୋଙ୍କୁ ଗାଳି:-

ଅଷ୍ଟ୍ରେଲିଆ ଇନିଙ୍ଗ୍ସର ୨୩ତମ ଅଭରରେ ଜସପ୍ରିତ ବୁମରାହ ମାର୍ନସ ଲାବୁସେନଙ୍କୁ ଏକ ବାଉନ୍ସର ବଲ ପକାଇଥିଲେ। ଲାବୁସେନ ସେହି ବଲରେ ପୁଲ ସଟ ଖେଳିଥିଲେ କିନ୍ତୁ ତାହା କ୍ୟାଚ ଚାଲିଯାଇଥିଲା। ସ୍କ୍ବାୟାର ଲେଗରେ ପୃଥ୍ବୀ ଶୋ ଛିଡା ହୋଇଥିଲେ କିନ୍ତୁ ସେ ଏହି କ୍ୟାଚ କୁ ଧରି ପାରିଲେ ନାହିଁ। ଯାହାପରେ ବୁମରାହ ହସିବାକୁ ଲାଗିଲେ। କିନ୍ତୁ ଅଧିନାୟକ ବିରାଟ କୋହଲୀଙ୍କ ମୁହଁରୁ ଗାଳି ବାହାରିଗଲା।

Google

ଜଣାଇଦେଉଛୁକି ପୃଥ୍ବୀ ଶୋଙ୍କ ପାଇଁ ଏହି ଟେଷ୍ଟ ମ୍ଯାଚ କୌଣସି ଖରାପ ସ୍ଵପ୍ନ ଠାରୁ କମ ନୁହେଁ। ଶୋ ପ୍ରଥମ ଇନିଙ୍ଗ୍ସରେ ଠିକ ଭାବରେ ଖେଳିପାରିଲେ ନାହିଁ, ବହୁତ ଖରାପ ସଟ ଖେଳି ଦ୍ଵିତୀୟ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ଫିଲଡିଙ୍ଗରେ ମଧ୍ୟ ଖରାପ ପ୍ରଦର୍ଶନ ଦେଖିଲେ। କେବଳ ପୃଥ୍ବୀ ଶୋ ଖରାପ ଫିଲଡିଙ୍ଗ କରିନାହନ୍ତି ବରଂ ଭାରତୀୟ ଦଳ ସମୁଦାୟ ତିନୋଟି କ୍ୟାଚ ଛାଡିଛନ୍ତି। ଜସପ୍ରିତ ବୁମରାହ ଓ ୱିକେଟ କିପର ଋଦ୍ଧିମାନ ସାହା ମଧ୍ୟ ଲାବୁସେନଙ୍କର କ୍ୟାଚ ଛାଡିଥିଲେ।

ବିରାଟ କୋହଲୀ-ରାହାଣେ ଧରିଲେ ବହୁତ ଭଲ କ୍ୟାଚ:-

ଭାରତୀୟ ଦଳର ଖେଳାଳୀ ସାଧାରଣ କ୍ୟାଚ ଛାଡିଦେଉଥିଲେ କିନ୍ତୁ ଅଧିନାୟକ କୋହଲୀ ଓ ଉପ-ଅଧିନାୟକ ରାହାଣେ ନିଜର ଫିଲଡିଙ୍ଗ ମାଧ୍ୟମରେ ଏକ ଉଦାହରଣ ଦେଇଥିଲେ। ରାହାଣେ ସ୍ଲିପରେ ସ୍ମିଥଙ୍କ କ୍ୟାଚ ଧରିଥିଲେ ଓ ବିରାଟ କୋହଲୀ ସର୍ଟ ମିଡ-ୱିକେଟରେ କେମରନ ଗ୍ରୀନଙ୍କ କ୍ୟାଚ ଧରିଥିଲେ। ସେଥିପାଇଁ ଅଷ୍ଟ୍ରେଲିଆ ଦଳ ଦ୍ଵିତୀୟ ସେଶନ ପର୍ଯ୍ଯନ୍ତ ପାଞ୍ଚଟି ୱିକେଟ ହରାଇଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *