ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳରେ ହୋଇପାରେ ଚାରୋଟି ବଡ ପରିବର୍ତ୍ତନ, ମେଲବର୍ନ ଟେଷ୍ଟରେ ମିଳିବ ଏହି ଖେଳାଳିଙ୍କୁ ସୁଯୋଗ,ପଢନ୍ତୁ ପୁରା ଖବର

ଭାରତୀୟ ଦଳ ଶନିବାର ଦିନ ଏଡିଲେଡ ଟେଷ୍ଟର ଦ୍ଵିତୀୟ ଇନିଙ୍ଗ୍ସରେ ୩୬ ରନରେ ଅଲଆଉଟ ହୋଇଗଲେ। ଯେଉଁଥିରେ ଅଷ୍ଟ୍ରେଲିଆକୁ ଅଢେଇ ଦିନରେ ଆଠ ୱିକେଟର ସାନଦାର ବିଜୟ ମିଳିଥିଲା।

ଭାରତ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ରେ ପଛରେ ଅଛି। ଅଗାମୀ ଟେଷ୍ଟ ମ୍ୟାଚ ମେଲବର୍ନରେ ୨୬ ଡିସେମ୍ବରରେ ଖେଳାଯିବ। ଏହି ପରାଜୟ ପରେ ଭାରତୀୟ ଦଳ ପାଇଁ ଆଗାମୀ ସମୟରେ ବିପଦ ଆହୁରି ବଢିଯାଇଛି। କାରଣ ଅଧିନାୟକ ବିରାଟ କୋହଲୀ ପ୍ରଥମ ସନ୍ତାନର ବାପା ହେବାକୁ ଯାଉଛନ୍ତି,ତେଣୁ ସେ ଭାରତ ଫେରିଆସିବେ।

ଭାରତ ପାଇଁ ଆଉ ଏକ ଖରାପ ଖବର ହେଉଛି କି ସିନିୟର ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିରୁଦ୍ଧରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାକି ତିନୋଟି ମୁକାବିଲାରୁ ବାହାରି ଯାଇପାରନ୍ତି। ଏଡିଲେଡ ଟେଷ୍ଟରେ ଭାରତକୁ ଦ୍ଵିତୀୟ ଇନିଙ୍ଗ୍ସ ସମୟରେ ପ୍ୟାଟ କମିନିନ୍ସଙ୍କ ବୋଲ ସାମିଙ୍କ ହାତରେ ବାଜିଥିଲା, ଯାହାପରେ ତାଙ୍କୁ ପଡିଆ ଛାଡିବାକୁ ପଡିଲା।

Google

ମହମ୍ମଦ ସାମିଙ୍କ ହାତକୁ ସ୍କାନ କରଯାଇଥିଲା, ଯେଉଁଥିରେ ତାଙ୍କର ହାତର ହେୟାରଲାଇନ ପ୍ରେକ୍ଚର ହୋଇଛି। ସାମିଙ୍କୁ ଅଧିକ ବ୍ୟଥା କାରଣରୁ ସେ ହାତ ଉଠାଇ ପାରୁନଥିଲେ ଓ ଏହି କାରଣରୁ ସେ ରିଟାଏର୍ଡ଼ ହର୍ଟ ନେଇ ଯାଇଥିଲେ। ତାପରେ ସେ ଆଉ ବୋଲିଂ କରି ନଥିଲେ। ବର୍ତ୍ତମାନ ଭାରତକୁ ମହମ୍ମଦ ସାମି ଓ ବିରାଟ କୋହଲୀଙ୍କ ବିକଳ୍ପ ଦେଖିବାକୁ ପଡିବ।

ଭାରତ ୨୬ ଡିସେମ୍ବରରେ ମେଲବର୍ନରେ ହେବାକୁ ଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ଅନେକ ପରିବର୍ତ୍ତନ କରିପାରନ୍ତି। ସୂତ୍ର ମୁତାବିକ ମେଲବର୍ନରେ ହେବାକୁ ଥିବା ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ପ୍ଲେଇଙ୍ଗ ଇଲେଭେନରେ ଚାରୋଟି ପରିବର୍ତ୍ତନ କରିବାକୁ ପଡିବ।

୧। କୋହଲୀଙ୍କ ବଦଳରେ କେଏଲ ରାହୁଲ:-

Gogole

କେଏଲ ରାହୁଲ ଟେଷ୍ଟ ଦଳରେ ନିଜର ସ୍ଥାନ ପୁଣିଥରେ ପାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ସେ ମିଡିଲ ଅର୍ଡର ନମ୍ବର ୪ରେ କୋହଲୀଙ୍କ ସ୍ଥାନରେ ଖେଳିବେ। ସାମିଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ନିଜର ପ୍ରଥମ ଟେଷ୍ଟ ମ୍ଯାଚ ଖେଳିପାରନ୍ତି।

୨। ମହମ୍ମଦ ସାମିଙ୍କ ସ୍ଥାନରେ ସିରାଜ:-

Google

୨୬ ବର୍ଷୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଟେଷ୍ଟ ସିରିଜରେ ପ୍ରଥମରୁ ଖେଳା ଯାଇଥିବା ଅଭ୍ୟାସ ମ୍ୟାଚରେ ସମୁଦାୟ ୫ଟି ୱିକେଟ ନେଇଥିଲେ। ଯେଉଁଥିରେ ପ୍ରଥମ ଅଭ୍ୟାସ ମ୍ୟାଚରେ ତିନୋଟି ୱିକେଟ ସାମିଲ ଥିଲା। ସିରାଜ ଫାର୍ଷ୍ଟକ୍ଳାସ ମ୍ୟାଚରେ ୨୩.୪୪ ହାରରେ ୧୫୨ଟି ୱିକେଟ ନେଇଛନ୍ତି।

୩। ପୃଥ୍ବୀ ଶୋଙ୍କ ପରିବର୍ତ୍ତେ ଶୁଭମନ ଗିଲ:-

Google

ଭାରତୀୟ ଦଳ ପରିଚାଳନା କମିଟି ଆଗାମୀ ଟେଷ୍ଟ ମ୍ୟାଚରୁ ପୃଥ୍ବୀ ଶୋଙ୍କୁ ଡ୍ରପ କରିପାରନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ଶୋ ଉଭୟ ଇନିଂସରେ ୦ ଓ ୪ ରନ ସ୍କୋର କରିଥିଲେ। ଫିଲ୍ଡିଂ କରୁଥିବା ସମୟରେ ସେ ସହଜ କ୍ୟାଚ୍ ଛାଡିଥିଲେ। ଶୋ ଙ୍କ ବ୍ୟାଟିଂର କୌଶଳର ଦୁର୍ବଳତା ଅଷ୍ଟ୍ରେଲିଆଙ୍କୁ ଜଣା ପଡିଯାଇଥିଲା। ବ୍ୟାଟିଂ ସମୟରେ ପୃଥ୍ବୀ ଶୋ ଙ୍କ ବ୍ୟାଟ ଏବଂ ପ୍ୟାଡ ମଧ୍ୟରେ ଏକ ବିରାଟ ବ୍ୟବଧାନ ରହୁଛି , ଯାହା ତାଙ୍କୁ ବୋଲ୍ଡ ହେବାରେ ସାହାଯ୍ୟ କରିଥାଏ। ଡିସେମ୍ବର ୨୬ରୁ ମେଲବର୍ନରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଶୋ ଙ୍କ ସ୍ଥାନରେ ଶୁଭମନ ଗିଲ ଟେଷ୍ଟ ଡେବ୍ୟୁ କରିପାରନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ଅଭ୍ୟାସ ମ୍ୟାଚରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ୪୩ ଏବଂ ୬୫ ରନର ସ୍କୋର କରିଥିଲେ।

୪। ରିଦ୍ଧିମାନ ସାହାଙ୍କ ସ୍ଥାନରେ ରିଷଭ ପନ୍ତ:-

Google

ଏହି ସମୟରେ ସିନିୟର ୱିକେଟ କିପର ରିଦ୍ଧିମାନ ସାହାଙ୍କୁ ମଧ୍ୟ ଆଗାମୀ ଟେଷ୍ଟର ପ୍ଲେୟଙ୍ଗ ଇଲେଭେନରୁ ବାଦ କରାଯାଇପାରେ। ସାହା ଜଣେ ୱିକେଟ କିପର ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ବ୍ୟାଟିଂରେ ଫ୍ଲପ୍ ଅଛନ୍ତି। ୱିକେଟ୍ କିପର ରିଦ୍ଧିମାନ ସାହା ଏଡିଲେଡ ଟେଷ୍ଟର ପ୍ରଥମ ଇନିଂସରେ ୯ ଏବଂ ଦ୍ୱିତୀୟ ଇନିଂସରେ ୪ ରନ ସ୍କୋର କରିଥିଲେ ଯାହା ତାଙ୍କ ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା।

ମେଲବର୍ନରେ ହେବାକୁ ଥିବା ଆଗାମୀ ଟେଷ୍ଟ ମ୍ଯାଚରେ ଋଦ୍ଧିମାନ ସାହାଙ୍କ ସ୍ଥାନରେ ରିଷଭ ପନ୍ତ ୱିକେଟକିପର ବ୍ୟାଟ୍ସମେନ ରୂପରେ ଭଲ ବିକଳ୍ପ ହୋଇପାରେ। ରିଷଭ ପନ୍ତଙ୍କ ବ୍ୟାଟିଂ ସାହାଙ୍କ ବ୍ୟାଟିଂ ଠାରୁ ଭଲ। ଟେଷ୍ଟ ସିରିଜରେ ପ୍ରଥମେ ଖେଳାଯାଇଥିବା ଅଭ୍ୟାସ ମ୍ଯାଚରେ ରିଷଭ ପନ୍ତ ୭୩ଟି ବୋଲରୁ ଶତକ ଯୋଡିଥିଲେ। ରିଷଭ ପନ୍ତ ୨୦୧୮-୧୯ରେ ଅଷ୍ଟ୍ରେଲିଆ ଟୁରରେ ଚାରୋଟି ଯାକ ଟେଷ୍ଟ ସିରିଜରୁ ୫୦ରୁ ଅଧିକ ହାରରେ ୩୫୦ରୁ ଅଧିକ ରନ କରିଥିଲେ, ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *