ପୁଣି ଆଜି ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣିଲେ ବର୍ଷା ପ୍ରିୟଦର୍ଶିନୀ,ଗତକାଲି ରାତିରେ ଅନୁଭବ କଲେ ଏମିତି କାଣ୍ଡ

ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ଗଲେ ଥାନାକୁ। ସେ ପୁରୀଘାଟ ଥାନାରେ ପୁଣିଥରେ ଅଭିଯୋଗ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ। ଅନୁଭବ ମହାନ୍ତିଙ୍କ ସହ ତାଙ୍କର ୨ ସହଯୋଗୀଙ୍କ ନାଁରେ ମଧ୍ୟ ବର୍ଷା ଅଭିଯୋଗ ଦେଇଛନ୍ତି। ଗତକାଲି  ରାତିରେ ଏକ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିବାର ଅଭିଯୋଗ ହୋଇଛି। ଫଳରେ ବର୍ଷାଙ୍କ ଅଭିଯୋଗ ହେଉଛିକି ସେ ରାସ୍ତାରେ ଏକ ଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ। କୋର୍ଟ ନିକଟରୁ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ବାଧା ସୃଷ୍ଟି କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି। ଏତଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି।

Google

ଦୁହେଁ ପରସ୍ପରକୁ ଦୁଇ ଦିନ ପୂର୍ବରୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏ ସମ୍ବନ୍ଧରେ ବର୍ଷା ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଏକ ଲିଖତ ଅଭିଯୋଗ କରିଛନ୍ତି।

ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ବର୍ଷା ଅଭିଯୋଗ କରିଛନ୍ତିକି ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଏହି ଭିଡିଓକୁ ଭାଇରାଲ କରାଯାଇଛି।

Google

ଭାଇରାଲ ହୋଇଥିବା ଏହି ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତିକି, ତୁମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଉତ୍ତରରେ ଅନୁଭବ କହୁଛନ୍ତିକି, ମୋତେ ତୁମେ ଅଲ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ମୋ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ ମୋତେ କେହି ହରାଇ ପାରିବେ ନାହିଁ। ଲକ୍ଷ ଲକ୍ଷ ବର୍ଷା ଆସିଲେ ମଧ୍ୟ ହରାଇପାରିବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *