ଏଥର ମାଟ୍ରିକ୍ ପରୀକ୍ଷାରେ ପରିବର୍ତ୍ତନ ହୋଇପାରେ ଶହେ ନମ୍ବର ପରୀକ୍ଷାର ବ୍ୟବସ୍ଥା। ପିଲାଙ୍କ ପାଇଁ ହୋଇପାରେ ୮୦ ନମ୍ବରର ପରୀକ୍ଷା

କରୋନା କଟକଣା ମଧ୍ୟରେ ନିୟମିତ ସ୍କୁଲ ପାଠପଢା ବନ୍ଦ ଥିବା ଯୋଗୁଁ ମାଧ୍ୟମିକ ଶିକ୍ଷା ବୋର୍ଡ ଏଭଳି ଏକ ନିଷ୍ପତି ନେଇଅଛି। ଚଳିତ ଶିକ୍ଷା ବର୍ଷ ପଛେଇ ଯାଇଥିବାରୁ ଏଥର ମାଟ୍ରିକ ପରୀକ୍ଷା କିଭଳି କରାଯିବ ସେନେଇ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ତେବେ ବର୍ତ୍ତମାନ ଚଳିତ ବର୍ଷ କମ ମାର୍କରେ ପରୀକ୍ଷା ହେବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଅଛି। ପ୍ରତି ବିଷୟରେ ୧୦୦ ନମ୍ବର ପରିବର୍ତ୍ତେ ୮୦ ନମ୍ବରର ହେବ ବୋଲି ସୂଚନା ମିଳିଛି। ଏହି ପ୍ରଶ୍ନରେ ଅଧିକ ବିଷୟଭିତିକ ପ୍ରଶ୍ନ ରହିବ ବୋଲି ସୂଚନା ମିଳିଛି।

Google

କରୋନା କଟକଣା ଯୋଗୁଁ ଅନଲାଇନରେ ପାଠ ପଢା ହେଉଥିବାରୁ, ସାଧାରଣ ପିଲାଙ୍କ ପାଠ ପଢା ବହୁତ ପ୍ରଭାବିତ ହୋଇଛି। ତେଣୁ ପୂର୍ବରୁ ବୋର୍ଡ ସିଲାବସରେ ୩୦ ପ୍ରତିଶତ ପାଠ କମାଇ ଦିଆଯାଇଥିଲା। ଏହି ଆଧାରରେ ପ୍ରତିବିଷୟର ନମ୍ବର କମ କରାଯିବ ବୋଲି କୁହାଯାଉଅଛି। ଅନ୍ୟପକ୍ଷରେ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଅତିକମରେ ୧୦୦ ଦିନର ପାଠପଢା ହେବ ଏବଂ ତା’ପରେ ପରୀକ୍ଷା କରାଯିବା ବୋଲି ସଂକେତ ଦେଇଥିଲେ।

Google

ମାଟ୍ରିକ ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହିତ ଅଳ୍ପ ସମୟ ମଧ୍ୟରେ ଏହାକୁ ଶେଷ କରିବାକୁ ଗୁରୁତ୍ୱ ଦେବ ବୋଲି ବୋର୍ଡପକ୍ଷରୁ ସୂଚନା ମିଳିଛି। ତେବେ ଏ ସମ୍ବନ୍ଧରେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଗଣଶିକ୍ଷା ବିଭାଗ ସ୍ପଷ୍ଟ ସୂଚନା ଦେବ ବୋଲି ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *