ଆପଣଙ୍କ G-MAIL ଆକାଉଣ୍ଟ କିଏ ବ୍ୟବହାର କରୁଛି କି ? ଜାଣନ୍ତୁ ଏହି ଗୋଟିଏ ଉପାୟରେ :-

ଦୁନିଆରେ ପ୍ରତିଦିନ କୋଟି କୋଟି ଲୋକ ଜି-ମେଲ ବ୍ୟବହାର କରୁଛନ୍ତି । ଏମିତିରେ ଆପଣଙ୍କୁ ସର୍ବଦା ଡ଼ର ଲାଗୁଥିବ ଯଦି ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଯାଏ ତ କଣ ହେବ । ଆଜି ଆମେ ଆପଣଙ୍କୁ ସୂଚନା ଦେବୁ କି, ଆପଣଙ୍କ ଜି-ମେଲ ଆକାଉଣ୍ଟ କେତେବେଳେ ଓ କେଉଁଠାରେ ବ୍ୟବହାର ହେଉଛି।

ମୁଖ୍ୟ କଥା ହେଉଛି କି, ଏହାକୁ ଜାଣିବା ପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିନଥାଏ ବହୁତ ସହଜରେ ଆପଣ ଏହାକୁ ଫ୍ରିରେ କରିପାରିବେ । ଜି-ମେଲ ମାଧ୍ୟମରେ ଏମିତି ଟୁଲସ ରହିଛି ଯାହାଦ୍ୱାରା ଆପଣ ଜାଣିପାରିବେ କି, କେଉଁ ସମୟରେ ଓ କେତେବେଳେ ଆପଣଙ୍କ ଜି-ମେଲ ଆକାଉଣ୍ଟ ବ୍ୟବହାର ହେଉଛି ।

Google

ଯଦି ଆପଣ ମଧ୍ୟ ଏହାକୁ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ନିଜର ଜି-ମେଲକୁ ଡ଼େକ୍ସଟପ କିମ୍ବା ଲାପଟପରେ ଖୋଲନ୍ତୁ । ଲଗ ଇନ କରିବାପରେ ସ୍କ୍ରଲ କରି ତଳକୁ ଯାଆନ୍ତୁ । ଡାହାଣ ପାର୍ଶ୍ଵରେ ତଳକୁ ଆପଣଙ୍କୁ Details ଲେଖାଥିବାର ଦେଖିବାକୁ ମିଳିବ ।

ଯେତେବେଳେ ଡିଟେଲସକୁ ଯାଇ ଆପଣ ଏହା ଉପରେ କ୍ଲିକ କରିବେ ସେତେବେଳେ ଏକ ନୂଆ ଉଇଣ୍ଡୋ ଖୋଲିବ । ଉଇଣ୍ଡୋ ସହିତ ଆପଣଙ୍କୁ ଅନ୍ୟ ଜରୁରୀ ସୁବିଧା ମଧ୍ୟ ମିଳିବ । ଆପଣ ନିଜର ଲାପଟପ କିମ୍ବା କମ୍ପ୍ୟୁଟର ଆଇପି ଆଡ୍ରେସସ ଦ୍ୱାରା ଏହାକୁ ମିଶାଇ ଜାଣିପାରିବେ ଆପଣଙ୍କ ଜି-ମେଲ କିଏ ବ୍ୟବହାର କରୁଛି ।

Google

ଯଦି ଆପଣଙ୍କୁ ସନ୍ଦେହ ହେଉଛି କି, ଆପଣଙ୍କ ଜି-ମେଲ ଅନ୍ୟ କେଉଁଠି ବ୍ୟବହାର ହେଉଛି ତାହେଲେ ଜଲଦି ନିଜର ପାସୱାର୍ଡ ବଦଳାଇ ଦିଅନ୍ତୁ । ଏହିପରି ଭାବରେ ଆପଣ ନିଜର ଜି-ମେଲ ସମ୍ବନ୍ଧରେ ଜାଣିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *