ଭିତରେ ବୟଫ୍ରେଣ୍ଡ ଡବଲ ମର୍ଡର କରୁଥିଲେ, ଝିଅ ବାହାରେ କୁକୁରକୁ ବୁଲାଉଥିଲେ, ଯାହା ଦ୍ୱାରା କାହାକୁ ସନ୍ଦେହ ହେବ ନାହିଁ,ଜାଣନ୍ତୁ ପୁରା ଘଟଣା କିପରି ଭାବେ ଗୋଟେ ଝିଅ ନିଜର ବାପା ମାଆକୁ କଲା ହତ୍ୟା

କଣ କେହି ୧୭ ବର୍ଷର ଝିଅ ନିଜର ପିତା ମାତାଙ୍କର ହତ୍ୟା କରି ପାରେ କି, କାରଣ ଝିଅର ପିତା ତାଙ୍କୁ ତାର ବୟଫ୍ରେଣ୍ଡ ସହିତ ଆପତ୍ତିଜନକ ସ୍ଥିତିରେ ଦେଖି ନେଇଥିଲେ ଓ ଘରୁ ବାହାରକୁ ଯିବାରେ କଟକଣା ଲଗାଇ ଦେଇଥିଲେ। ପୋଲିସ ଆରକ୍ଷକ ଶ୍ରୀ ଜ୍ୟୋତି ପ୍ରସାଦ ଶର୍ମା ଏବଂ ତାଙ୍କର ସ୍ତ୍ରୀ ଶ୍ରୀମତୀ ନୀଲମ ଶର୍ମାଙ୍କ ହତ୍ୟା ମାମଲାରେ ଏହି କାହାଣୀ ସାମ୍ନାକୁ ଆସିଛି। ଝିଅର ବୟଫ୍ରେଣ୍ଡ ଘର ଭିତରେ ଝିଅର ମା-ବାପାଙ୍କୁ ମାରୁଥିବା ସମୟରେ ଝିଅ କୁକୁର ସହିତ ଘର ବାହାରେ ବୁଲୁଥିଲେ। ଶର୍ମା ଦମ୍ପତିଙ୍କ ଶବ୍ଦ ଶୁଣି ଯେତେବେଳେ ପୋଡଶୀ ବାହାରକୁ ଆସିଲେ ସେତେବେଳେ ତାଙ୍କ ଝିଅ ଏହି କଥା କହି ଭ୍ରମିତ କରିଦେଲେ କି ସେ ଦୁଇଜଣ ପରସ୍ପର ଲଢୁଛନ୍ତି।

ଇନ୍ଦୋରରେ ଡବଲ ମର୍ଡର କେମିତି ହେଲା:-

– ଏରୋଡ୍ରମ ପୋଲିସ ଥାନା ଅଞ୍ଚଳରେ ରୁକ୍ମଣୀ ନଗରରେ ନିଜର ପିତାମାତାଙ୍କ ଉପରେ ରାଗିଯାଇଥିବା ଜଣେ ୧୭ ବର୍ଷର ବାଳିକା ନିଜର ବୟଫ୍ରେଣ୍ଡ ସହ ମୋବାଇଲ୍ ଫୋନରେ ଚାଟିଂ କରୁଥିଲେ। ଏହି ଚାଟିଂରେ, ଏହି ବୟସର ପିଲାମାନଙ୍କ ମଧ୍ୟରେ ଯାହା କିଛି ଘଟୁଥାଏ ତାହା ହେଉ ନଥିଲା ବରଂ ସେମାନେ ନିଜର ପିତାମାତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସମ୍ପୂର୍ଣ ପ୍ଲାନ ପ୍ରସ୍ତୁତ କରିବା ପରେ ଝିଅଟି ନିଜର ମୋବାଇଲ୍ ଫୋନ ବନ୍ଦ କରିଦେଲା।

Google

– ସକାଳ ପ୍ରାୟ ୫ଟା ବେଳେ ଝିଅଟି ଗୃହପାଳିତ କୁକୁର ଧରି ଘରୁ ବାହାରକୁ ଆସିଲେ।

– ଠିକ ସେହି ସମୟରେ ତାଙ୍କ ବୟଫ୍ରେଣ୍ଡ ଧନଞ୍ଜୟ ଏବଂ ଡିଜେ ଘରକୁ ପ୍ରବେଶ କରିଥିଲେ।

– ଝିଅଟି କୁକୁରକୁ ଘରର କବାଟରେ ବାନ୍ଧି ଭିତରକୁ ଗଲା।

– ପିତାମାତା ପ୍ରତିରୋଧ ନକରନ୍ତୁ ବୋଲି, ଝିଅ ଉଭୟଙ୍କୁ ବେହୋସ ହେବାର ଔଷଧ ଖାଇବାକୁ ଦେଇ ଦେଇଥିଲେ।

– ଝିଅଟି ପ୍ରଥମେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ତାଙ୍କ ମା’ଙ୍କ ଉପରେ ଆକ୍ରମଣ କରିଥିଲା।

– ଧାରୁଆ ଅସ୍ତ୍ରରେ ୧୦ ଥର ଆକ୍ରମଣ କଲେ ଓ ମା’ଙ୍କର ମୃତ୍ୟୁ ହୋଇଗଲା।

– ସଂଘର୍ଷ ଓ ମା’ଙ୍କ ଚିଲାଇବା ଶୁଣି ବାପାଙ୍କର ନିଦ ଭାଙ୍ଗିଗଲା।

Google

– ସେ ବଞ୍ଚାଇବା ପାଇଁ ଯେତେବେଳେ ଆସିଲେ ସେତେବେଳେ ପ୍ରେମିକା ଏହି ସୁଯୋଗ ପାଇଁ ପ୍ରସ୍ତୁତ ଥିଲେ।

– ସେ ଏକ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ।

– ବାପା ଗୋଟିଏ ପରେ ଗୋଟିଏ କରି ତିନିଥର ଆଗକୁ ବଢିବାକୁ ଚେଷ୍ଟା କଲେ କିନ୍ତୁ ବୟଫ୍ରେଣ୍ଡ ତାଙ୍କ ହାତ କାଟିଦେଲେ।

– ଯେତେବେଳେ ପ୍ରେମିକ ଏବଂ ବାପାଙ୍କ ମଧ୍ୟରେ ଝଗଡା ଚାଲିଥିଲା, ଝିଅଟି ଶୀଘ୍ର ବାହାରକୁ ଆସି କୁକୁରକୁ ବୁଲାଇବାକୁ ଲାଗିଲା।

– ଶବ୍ଦ ଶୁଣି ପଡ଼ୋଶୀମାନେ ବାହାରକୁ ଆସିଲେ, ବାଳିକା ସେମାନଙ୍କୁ କହିଥିଲେଯେ ପିତାମାତା ଝଗଡା କରୁଛନ୍ତି।

– ପଡ଼ୋଶୀମାନେ ନିଜ ନିଜର ଘରକୁ ଫେରିଗଲେ। ଝିଅଟି ପୁଣି ଘର ଭିତରକୁ ଗଲେ।

– ବୟଫ୍ରେଣ୍ଡ ଧନଞ୍ଜୟଙ୍କ ନିର୍ଦ୍ଦେଶରେ ଝିଅଟି ଏକ ଚିଠି ଲେଖିଲେ କି ତାଙ୍କ ପିତାଙ୍କ ଉପରେ ବଳାତ୍କାର କରିଥିବାର ଅଭିଯୋଗ କଲେ ।

– ତା’ପରେ ଦୁହେଁ ଆକ୍ଟିଭାରେ ବସି ରତଲାମ ରାସ୍ତାରେ ରାଜସ୍ଥାନ ଆଡକୁ ଆଡକୁ ଚାଲିଗଲେ।

– ସମଗ୍ର ଜନଗହଳିରେ ଡବଲ ମର୍ଡର ହେଲା ​​ଏବଂ କାହାରିକୁ କିଛି ଜଣାପଡିଲା ନାହିଁ।

ଜଣା କେମିତି ପଡିଲା, ପୋଲିସ କେମିତି ଧରିଲା:-

ଶ୍ରୀ ଜ୍ୟୋତି ପ୍ରସାଦ ଶର୍ମା ଏବଂ ଶ୍ରୀମତୀ ନୀଲମ ଶର୍ମାଙ୍କ ପୁଅ ଘରର ଅନ୍ୟ ଭାଗରେ ଜେଜେବାପାଙ୍କ ସହ ଶୋଇଥିଲେ। ସକାଳୁ ଉଠି ଯେତେବେଳେ ନିଜର ଘରକୁ ଆସିଲେ ଦେଖିଲେ କି, ଘର ବାହାରେ ତାଲା ପଡିଛି। ଝରକା ଦେଇ ଭିତରକୁ ଦେଖିବାରୁ ପିତାମାତାଙ୍କ ରକ୍ତରେ ଜୁଡୁବୁଡୁ ଶବ ପଡିଥିଲା। ହତ୍ୟା ଘଟଣାକୁ ସଫଳତାର ସହ ସାରିବା ପରେ ଝିଅ ଏବଂ ତାଙ୍କ ପ୍ରେମିକ ନିର୍ଭୟରେ ରତଲାମରେ ପହଞ୍ଚିଥିଲେ। ତାଙ୍କର ଯୋଜନା ସଫଳ ହୋଇ ଯାଇଥିଲା। ସକାଳ ୪ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ମଧ୍ୟରେ ସେ ରାଜସ୍ଥାନ ଆଡକୁ ଅଗ୍ରସର ହେଉଥିଲେ। ସଫଳ ହେବା ଖୁସିରେ ସେ ସାମାନ୍ୟ ଭୁଲ କରିଦେଲେ ଝିଅଟି ଅପରାହ୍ନ ୪ଟା ସମୟରେ ମୋବାଇଲକୁ ଅନ୍ କରିଦେଲା। ପୋଲିସକୁ ଲୋକେସନ ମିଳିଗଲା ଓ ପୋଲିସ ସଙ୍ଗେ ସଙ୍ଗେ ସେ ଦୁଇଜଣଙ୍କୁ ଗିରଫ କରିନେଲେ।

Google

ଆର୍ମୀ ସ୍କୁଲରେ ପଢୁଥିଲେ ପୁଅ, ଲକଡାଉନ କାରଣରୁ ଏଠାରେ ଥିଲେ:-

ଶର୍ମା ଦମ୍ପତିଙ୍କ ପୁଅ ଋଷଭ ଡେରାଡୁନର ଆର୍ମୀ ସ୍କୁଲରେ ଅଜା-ଆଈଙ୍କ ପାଖରେ ରହି ପଢୁଥିଲେ। ଲକଡାଉନ କାରଣରୁ ସେ ଇନ୍ଦୋର ଆସିଥିଲେ। ସେ ନିକଟରେ ଥିବା ଜେଜେବାପା ରିଟାଏର୍ଡ ଅଫିସର ହରି ପ୍ରସାଦ ଶର୍ମାଙ୍କ ନିକଟରେ ଶୋଇଥିଲେ। ତାଙ୍କର ଚାରୋଟି ଝିଅ ଓ ଦୁଇଟି ପୁଅ ଥିଲେ। ଜ୍ୟୋତି ସବୁଠୁ ବଡ ଥିଲେ। ଛୋଟ ପୁଅ ସଞ୍ଜୟ ସେ ଦିଲ୍ଲୀରେ ରହି ଇଞ୍ଜିନିୟରିଂ କରୁଥିଲେ।

ପ୍ଲାନିଂ ପୁରା ଠିକଠାକ ଥିଲା କିନ୍ତୁ କୁହନ୍ତି କି ହତ୍ୟାକାରୀ କୌଣସି ନା କୌଣସି ସୁରାକ ଛାଡିଯାନ୍ତି:-

ପୋଲିସ ଯେତେବେଳେ କ୍ୟାମେରାରେ ଦେଖିଲା ସେତେବେଳେ ଜଣାପଡିଲା କି ତାର ଡିବିଆର ବନ୍ଦ ହୋଇଯାଇଛି। ଭଲ ଭାବରେ ଯାଞ୍ଚ କରିବାକୁ ଜଣାପଡିଲାକି ଏକ କ୍ୟାଲେଣ୍ଡରରେ ପାସୱାର୍ଡ ଥିଲା। ସେଥିରୁ ଜଣାପଡିଲାକି ହତ୍ୟା ପୂର୍ବରୁ କ୍ୟାମେରାକୁ ବନ୍ଦ କରାଯାଇଥିଲା, କିନ୍ତୁ କ୍ୟାମେରା ବନ୍ଦ ହେବା ପୂର୍ବରୁ ଧନଞ୍ଜୟ ସେଥିରେ କ୍ୟାପଚର ହୋଇଗଲେ। ଓ ଏଥିରୁ ପ୍ରମାଣିତ ହୋଇଗଲା କି ସେ ହତ୍ୟା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *