ପୁଅର ପାଠ ପଢା ପାଇଁ ଦିଲ୍ଲୀ ଛାଡ଼ିବାକୁ ଆସିଥିବା ବାପାର ହେଲା ମୃତ୍ୟୁ, ଏବେ ପୁଅ ହେଲା ୨୨ ବର୍ଷରେ IAS,ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ଜୀବନରେ ସଫଳ ହାସଲ କରିଥିବା ବ୍ୟକ୍ତିର ଏକ କଣ୍ଟକପୂର୍ଣ ଅତୀତ ରହିଥାଏ|ଏହି ପ୍ରକ୍ରିୟାରେ ବହୁତ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡ଼ିଥାଏ|ଏହି କାହାଣୀ ୨୨ବର୍ଷୀୟ IAS ଅଫିସର ହିମାଂଶୁ ଙ୍କର ଅଟେ,ଯିଏ ନିଜର କଠିନ ପରିଶ୍ରମ ଫଳରେ ନିଜ ଲକ୍ଷ ହାସଲ ସହ ଅନେକ ସଂଘର୍ଷର ସମୁଖୀନ ହୋଇଥିଲେ|ସେ ଆଜିର ଯୁବକମାନଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି|

ହିମାଂଶୁଙ୍କ ଜନ୍ମ ହରିୟଣା ରାଜ୍ୟର ହିସାର ଜିଲ୍ଲା ଅନ୍ତର୍ଗତ ଭୂନା ଗାଁ ରେ ହୋଇଥିଲା|ସେ ଏକ ହିନ୍ଦୀ ମିଡିୟମ ସ୍କୁଲରେ ୫ମ ପର୍ଯ୍ୟନ୍ତ ପଢିଥିଲେ|ହନ୍ସିର ଏକ ହିନ୍ଦୀ ମିଡିୟମ ସ୍କୁଲରେ ୧୦ମ ଓ ଯୁକ୍ତ ୨ ପାସ୍ କରିଥିଲେ|ସେ ପ୍ରଥମରୂ ପଢ଼ାରେ ତେଜ୍ ଥିଲେ , ତେଣୁ ସେ ୧୦ ଓ ଯୁକ୍ତ ୨ରେ ପ୍ରଥମ ହୋଇଥିଲେ|ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେ ସିଭିଲ ସର୍ଭିସ କଥା ଭାବି ନଥିଲେ|

Google

ଦ୍ୱାଦଶ ଶ୍ରେଣୀ ପରେ ସେ ଦିଲ୍ଲୀ ଯାଇ ହଂସରାଜ କଲେଜରେ ବାଣିଜ୍ୟ ବିଭାଗରେ ଯୋଗ ଦେଇଥିଲେ|ତାଙ୍କୁ ଛାଡ଼ିବାକୁ ବାପା ଦିଲ୍ଲୀ ଆସିଥିଲେ|କଲେଜ ବୋର୍ଡ଼ ଦେଖି ସେ କହିଲେ,ତୁମ ନାଁ ଏଥିରେ ଦେଖିବାକୁ ଚାହେଁ |ଦିଲ୍ଲୀରୁ ଫେରିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା|ବାପା କହିଥିବା କଥା ତାଙ୍କ ଜୀବନର ଲକ୍ଷ୍ୟ ହୋଇଥିଲା|

ପିତାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ମିଳିଥିଲା|ଏହାପରେ ହିମ୍ମତ ହରାଇ ମା ପାଖକୁ ଯିବାକୁ ପ୍ରସ୍ତୁତ ଥିଲେ|ଏହି ସମୟରେ ହିମାଂଶୁର ଦାଦା ସାହାରା ଦେଇ ପଢା ଜାରି ରଖିବାକୁ କହିଥିଲେ|ଏହା ପରେ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଲେ ଓ ଏହି ସମୟରେ ନିଜର ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଦାଦା ତାଙ୍କ ସାହାଯ୍ୟ କରିଥିଲେ|

ଅଲଗା ପିଲାମାନେ ତୁରନ୍ତ ଇଂରାଜୀ କହୁଥିବା ବେଳେ ସେ କୈାଣସି କୋଣରେ ଲୁଚିକି ବସୁଥିଲେ |ସେ ନିଜ ପଢା ଜାରି ରଖି ନୂଆ ମାହୋଲରେ ନିଜକୁ ପ୍ରସ୍ତୁତ କରି ନିଜ ପଢା ଜାରି ରଖିଥିଲେ|

ଅନ୍ୟ ପ୍ରତିଯୋଗିଙ୍କୁ ବୁଝାଇବା ବେଳେ ସେ କହିଲେ ଏମ୍ ଓ ଏମଏଲ୍ ମଧ୍ୟରେ କ’ଣ ପାର୍ଥକ୍ୟ ସେ ଜାଣି ନଥିଲେ|ସେ କହିଛନ୍ତି ଜରୁରୀ ନାହିଁ ଯେ ଆଇଏଏସ୍ ପାଇଁ ବ୍ରିଲିଆଣ୍ଟ ହେବା ଜରୁରୀ ନାହିଁ|ସେ କହିଛନ୍ତି ଯେ ଗ୍ରାଜୁଏସନ ସମୟ ଛାତ୍ର ପାଇଁ ସୁବର୍ଣ୍ଣ ସମୟ, ଏହି ସମୟକୁ‌ ନଷ୍ଟ କରନ୍ତୁ ନାହିଁ|

Google

ସେ କହିଛନ୍ତି ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଓ ମିଡିୟମ୍ (ହିନ୍ଦୀ ଓ ଇଂରାଜୀ)କିଛି ପ୍ରଭାବ ପକାଇନଥାଏ|ପରିଶ୍ରମ ଓ ଡାଇରେକ୍ସନ ଓ ପ୍ରେରଣା ସଫଳତା ହାସଲ ପାଇଁ ରାସ୍ତା ଦେଖାଏ |ଜୀବନର ସମସ୍ତ ସମସ୍ୟା ସହ ଲଢେ଼ଇ କରି ନିଜର ପଢିବା ଜାରି ରଖିଥିଲେ ସଫଳତା ମିଳିବ ବୋଲି କହିଥାନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *