କରୋନା ଭାଇରସ ଟୀକା ନେବା ପରେ ବିଗିଡ଼ିଲା ଯୁବକଙ୍ର ସ୍ୱାସ୍ଥ୍ୟ ଅବସ୍ଥା

ସାରା ବିଶ୍ୱରେ କରୋନା ଟିକାର ପରୀକ୍ଷା ଚାଲିଛି | ଯେଉଁଠାରେ କିଛି ଟିକା (Coronavirus Vaccine) ନିଜର ପ୍ରଭାବ ଦେଖାଉଛି, ସେହିପରି ଆଉ କିଛି ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯିବା ଆରମ୍ଭ ହୋଇଗଲାଣି | ବର୍ତ୍ତମାନ ଏହି ତାଲିକାରେ ଫାଇଜର ଟୀକାର ମଧ୍ୟ ନାମ ଯୋଡି ହୋଇଛି |

ଆମେରିକାର ଅଲାସ୍କା ସହରର ଜଣେ ସ୍ୱାସ୍ଥ୍ୟ କର୍ମୀ ଯେମିତି ଫାଇଜର ଟିକା ଲଗାଇଥିଲେ, ତାଙ୍କୁ ଅନେକ ପ୍ରକାରର ଏଲର୍ଜି ହେବାକୁ ଲାଗିଲା | ଏହି ଏଲର୍ଜି ବହୁତ ଗମ୍ଭୀର ଥିଲା | ଏହି ସ୍ୱାସ୍ଥ୍ୟ କର୍ମୀଙ୍କୁ ହେଉଥିବା ଏହି ସମସ୍ୟା ଠିକ ସେହିପରି ହିଁ ଥିଲା, ଯେପରି ଗତ ସପ୍ତାହରେ ବ୍ରିଟେନର ଦୁଇଜଣ ଲୋକଙ୍କୁ ହୋଇଥିଲା |

Google

ବ୍ରିଟେନର ମେଡିକାଲ ରେଗୁଲେଟରଙ୍କ କହିବା ଅନୁଯାୟୀ, ଯେଉଁ ଲୋକମାନଙ୍କୁ ଏନାଫିଲେକ୍ସିସର ସମସ୍ୟା ରହିଛି କିମ୍ବା କୌଣସି ଔଷଧ କିମ୍ବା କିଛି ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଏଲର୍ଜି ହୋଇଥାଏ, ସେହି ଲୋକଙ୍କୁ ଫାଇଜର-ବାୟୋଏନଟେକର COVID-19 ଟିକା ଗ୍ରହଣ କରିବା ଉଚିତ ନୁହେଁ |

ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ କହିଛି ଯେ ଏଲର୍ଜି ଥିବା ଲୋକମାନଙ୍କୁ ଟିକା ନେବା ପୂର୍ବରୁ ସମ୍ପୂର୍ଣ୍ଣ ସୁରକ୍ଷା ନେବା ଉଚିତ | ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର କହିବା କଥା ହେଉଛି ଯେ ଯେଉଁ ଲୋକଙ୍କୁ ପୂର୍ବରୁ ଏଲର୍ଜି ରିଆକ୍ସନ ହୋଇସାରିଛି, କେବଳ ସେହି ଲୋକମାନଙ୍କୁ ଏହି ଟୀକା ନେବାରୁ ବଞ୍ଚିତ ହେବ ଉଚିତ |

ଅଲାସ୍କାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଜୁନେର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା | ଜରୁରୀକାଳୀନ ବିଭାଗର ନିର୍ଦ୍ଦେଶକ ଲିଣ୍ଡି ଜୋନ୍ସ କହିଛନ୍ତି ଯେ ରୋଗୀଙ୍କୁ ପୂର୍ବରୁ କୌଣସି ପ୍ରକାରର ଏଲର୍ଜି ସମସ୍ୟା ନଥିଲା | ତେବେ ରୋଗୀର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି |

ମଧ୍ୟବିତ୍ତ ବୟସ ବର୍ଗର ଏହି ରୋଗୀଙ୍କ ଚିକିତ୍ସା ଏଲର୍ଜି ଟ୍ରିଟମେଣ୍ଟ ସହିତ କରାଯାଇଥିଲା, ଯାହା ପରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିପାରିଥିଲା |

ଫାଇଜର କହିଛି ଯେ ଆମ ଟିକା ଏକ ସ୍ପଷ୍ଟ ଚେତାବନୀ ସହିତ ଦିଆଯାଉଛି ଯେ ଯେଉଁ ଲୋକମାନଙ୍କୁ ଏନାଫିଲେକ୍ସିସ କିମ୍ବା ଏଲର୍ଜିର ସମସ୍ୟା ରହିଛି, ସେହି ଲୋକମାନଙ୍କୁ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯିବା ଉଚିତ | ଫାଇଜର କହିଛି ଯେ ଯଦି ଆବଶ୍ୟକ ହେବ ତେବେ ଟୀକାକରଣର ଲେବେଲିଂ ଭାଷାରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ |

Google

ଆମେରିକାରେ ଏହି ସପ୍ତାହରୁ ଟୀକାକରଣ ଆରମ୍ଭ କରାଯାଇଛି ଏବଂ ସର୍ବ ପ୍ରଥମେ ଏହି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ଦିଆଯାଉଛି | FDA ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଜେସି ଗୁଡମ୍ୟାନ ଏଲର୍ଜି ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଟିକା ନେବା ଦ୍ୱାରା ଏହିପରି ବିପଦ ହୋଇପାରେ, ଏହି କଥାକୁ ଆହୁରି ବୁଝିବାର ଆବଶ୍ୟକତା ରହିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *