ନୂଆ ଟେକନିକ ଦ୍ୱାରା କୃଷି କାର୍ଯ୍ୟ କରୁଥିବାରୁ ଲୋକ ଉଡାଉଥିଲେ ମଜାକ,ପୁଣି ତିନିବର୍ଷ ପରେ ବଦଳିଲା ଏହିପରି ଭାଗ୍ୟ

କୃଷି ବିଲକୁ ନେଇ କୃଷକ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ନିଜ ଜିଦରେ ଅଟଳ ରହିଛନ୍ତି କୃଷକ ମାନେ । ଗୋଟିଏ ପଟରେ ଦେଶର ଅଲଗା-ଅଲଗା କୃଷକ ଆନ୍ଦୋଳନ କରୁଛନ୍ତି ତ ଉତ୍ତରପ୍ରଦେଶରେ କିଛି ଏମିତି କୃଷକ ଅଛନ୍ତି ଯିଏକି ନିଜର ସଫଳତା ଦିଗରେ ଆଗେଇ ଚାଲିଛନ୍ତି ।

ପୂର୍ବ ଉତ୍ତରପ୍ରଦେଶର ଚାନ୍ଦୋଲିରେ କିଛି ଏମିତି କୃଷକ ଅଛନ୍ତି ଯିଏକି ନିଜର ନୂତନ ଟେକ୍ନୋଲୋଜି ଦ୍ୱାରା ଚାଷ କରି କୃଷକଙ୍କ ଭାଗ୍ୟ ବଦଳାଇବାକୁ ଯାଉଛନ୍ତି ।

ଚାନ୍ଦୋଲିର ଚହନିଆ ବ୍ଲକରେ ରହୁଥିବା କୃଷକ ଜୟନ୍ତ ସିଂ ଏବଂ ରାହୁଲ ମିଶ୍ର ନିଜର ତିନିଜଣ ସାଙ୍ଗଙ୍କୁ ନେଇ ବୈଜ୍ଞାନିକ ବିଧିର ପ୍ରୟୋଗ କରି ବିଗତ ୩ବର୍ଷରେ ଚାଷର ଭାଗ୍ୟ ବଦଳାଇଦେଇଛନ୍ତି ।

Google

ଚାନ୍ଦୋଲିର ଏହି କୃଷକ ମାନଙ୍କ ଗ୍ରୁପ ଚାଷ ଆକାରରେ ଟମାଟୋ, କୋବି, ଶିମଲା ଲଙ୍କା, ଲଙ୍କା, କୋବି, ବିନ୍ସ ସହିତ ଅମୃତଭଣ୍ଡା, ଲିଚୁ ଭଳି ଫଳ ମାନଙ୍କର ଚାଷ କରୁଛନ୍ତି । ଏହି ଆଧୁନିକ କୃଷି ସେମାନଙ୍କ ଜୀବନ ବଦଳାଇଦେଇଛି ଓ ସେମାନଙ୍କର ରୋଜଗାରକୁ ଦ୍ବିଗୁଣିତ କରିଛି ।

ଚାନ୍ଦୋଲି ଜିଲ୍ଲା ଚହନିଆ ବ୍ଲକ ଦେବଡା ଗ୍ରାମରେ ରହୁଥିବା ରାହୁଲ ମିଶ୍ର ଓ ଜୟନ୍ତ ସିଂହ ନିଜର ତିନିବନ୍ଧୁ ରବି ସିଂହ, ସୋନୁ ସିଂହ ଓ ଅନୁପଙ୍କ ସହିତ ମିଳିତ ଭାବରେ ଏହି ଆଧୁନିକ ଚାଷ ଆରମ୍ଭ କରିଥିଲେ । ଯେତେବେଳେ ସେ ଏହି ଚାଷ କରିବା ଆରମ୍ଭ କରିଥିଲେ ସେତେବେଳେ ଗ୍ରାମ ଲୋକେ ତାଙ୍କର ମଜା ଉଡାଇଥିଲେ ।

ନିଜର ଜିଦ ରେ ଅଟଳ ଥିବା ଏହି ଚାଷୀ ଭାଙ୍ଗି ପଡିନଥିଲେ ସେ ଏହି ଆଧୁନିକ ଚାଷ ଆରମ୍ଭ କଲେ । ପ୍ରଥମରୁ ସେମାନେ ଅମୃତ ଭଣ୍ଡା ଓ କଦଳୀ ଚାଷ କରିଥିଲେ । ଏହାର ଲାଭ ଦେଖି ସେମାନେ ଅନ୍ୟ ଚାଷ କରିବାକୁ ମନବଳାଇଥିଲେ । ଆଜି ସେମାନେ ବହୁତ ସଫଳ ହୋଇପାରିଛନ୍ତି ।

ଫସଲ ପ୍ରସ୍ତୁତ ହୋଇଯିବାପରେ ସେମାନେ ଏହାକୁ ନେଇ ବାରଣାସୀ ମାର୍କେଟରେ ବିକ୍ରି କରନ୍ତି ଓ ସେମାନଙ୍କର ବହୁତ ଲାଭ ମଧ୍ୟ ହୋଇଥାଏ । କିଷାନ ଜୟନ୍ତ ସିଂହ କୁହନ୍ତି କି, ଅତ୍ୟାଧୁନିକ ଶୈଳୀରେ ଚାଷ କରିବାପରେ ସେମାନଙ୍କ ଲାଇଫ ଷ୍ଟାଇଲ ପରିବର୍ତ୍ତନ ହୋଇଛି ଓ ସେମାନେ ଅତ୍ୟଧିକ ଲାଭ କମାଉଛନ୍ତି ।

ଅନୁପ ମିଶ୍ରଙ୍କ କହିବା କଥା ହେଲା ପ୍ରଥମେ ଏହି ଜମିରେ ଗହମ ଓ ବାଜରା ଚାଷ ହେଉଥିଲା ଓ କିନ୍ତୁ ଆମେ ପାଞ୍ଚଜଣ ନିଷ୍ପତି ନେବାପରେ ଏହାକୁ ଆମେ ଚାଷ କରିବା ଆରମ୍ଭ କରିଦେଲୁ ।

Google

ଯୁବ କିଷାନ ରବି ସିଂହଙ୍କ କହିବା କଥା ହେଲା ସେମାନେ ଏହି ଆଧୁନିକ ଚାଷକୁ ତିନିବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ଓ ଏଥିରେ ତାଙ୍କୁ ବହୁତ ଲାଭ ମିଳିଥିଲା । ଏହି ଚାଷୀ ମାନେ କୃଷି ବିଲକୁ ନେଇ ସହମଟି ଦେଖାଇଛନ୍ତି ଓ ଏହି ବିଲ କୃଷକ ମାନଙ୍କ ହିତ ପାଇଁ ଅଟେ । ଜୟନ୍ତ ସିଂହ କୁହନ୍ତି ଏହି ବିଲର ସେ ସପୋର୍ଟ କରୁଛନ୍ତି ଓ ଏଥିରେ କୃଷକ ମାନଙ୍କର କ୍ଷତି ହେବନାହିଁ ।

ଜୟନ୍ତ ସିଂହ କହିଛନ୍ତି, କଣ୍ଟ୍ରାକ୍ଟ ଚାଷ ପ୍ରଥମରୁ ହୋଇଆସୁଛି ଓ ଏହାର ବିରୋଧ ଉଚିତ ନୁହେଁ । ଏହାପରେ ଏହି ଆଧୁନିକ କୃଷି ମାନଙ୍କ ଭିତରୁ ସମସ୍ତ ସଦସ୍ୟ ସରକାର ମାନଙ୍କ ସହିତ ଛିଡା ହୋଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *