କରନ ଜୋହରଙ୍କ ଘରେ ହୋଇଥିବା ପାର୍ଟି ମାମଲାରେ NCB କରନ୍ ଜୋହରଙ୍କୁ ପଠାଇଲେ ସମନ,ଭାଇରାଲ ଭିଡିଓର ମାଗିଲା ଜବାବ

ବଲିଉଡ୍ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଏନସିବି ଅର୍ଜୁନ ରାମପାଲ ପରେ କରନ ଜୋହରଙ୍କୁ ସମ୍ମନରେ ପଠେଇଛି |ରିପୋର୍ଟ ଅନୁସାରେ କରନ୍ ଜୋହରଙ୍କ ଠାରୁ ତାଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓକୁ ନେଇ ଏଜେନ୍ସି ଜବାବ ମାଗିଛନ୍ତି|ଯଦିଓ ଏହା ସ୍ପଷ୍ଟ ନାହିଁ ଯେ ଏନସିବି ପଚରାଉଚରା ପାଇଁ କରନକୁ କେବେ ଡକାଇଛି|କହିରଖେ ଯେ ସେପ୍ଟେମ୍ବର ମାସରେ ସୋସିଆଲ ମିଡିଆରେ କରନ ଜୋହରଙ୍କ ଏକ ପାର୍ଟିର ଏକ ଭିଡିଓ ଭାଇରାଲ ହୋଇଥିଲା, ଏଥିରେ ବହୁତ ଲୋକ ନିଶାରେ ଥିବା ଜଣାପଡ଼ୁଥିଲା|

Google

ଯଦିଓ କରନ୍ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓରେ ଫରେନ୍ସିକ୍ ରିପୋର୍ଟ ନେଗେଟିଭ ଆସିଥିଲା|ଆଧାରରେ କୁହାଯାଏ ଯେ କରନଙ୍କ ଘରେ ଡ୍ରଗ୍ସ ପାର୍ଟି ହୋଇଥିଲା|ଗାନ୍ଧୀ ନଗରର ଏଫ୍ ଏସ୍ ଏଲ୍ ଦଳ ଭିଡିଓରେ ନଜର ଆସୁଥିବା ସଫେଦ୍ ରଙ୍ଗର ଫଟୋ କୁ ରିଫ୍ଲେକ୍ସନ ଅଫ୍ ଲାଇଟ୍ କହିଥିଲେ|ସେ ମଧ୍ୟ କ୍ଲିନ୍ ଚିଟ୍ ଦେଇ କହିଥିଲେ ଯେ ଏହି ଭିଡିଓରେ ଡ୍ରଗ୍ସ ଭଳି କୈାଣସି ପଦାର୍ଥ ଦେଖାଯାଉନାହିଁ|ଏହା ପୂର୍ବରୁ ଫରେନ୍ସିକ୍ ରିପୋର୍ଟରେ ନେଗେଟିଭ ଦେଖାଦେଇଥିଲା|

୨୮ ଜୁଲାଇ ୨୦୧୯ ଦିନ କରନ୍ ଜୋହର ଏକ ପାର୍ଟିର ଆୟୋଜନ କରିଥିଲେ|ଏଥିରେ ଦୀପିକା ପାଦ୍ୟୁକୋନ୍,ମଲାଇକା ଅରୋରା, ଅର୍ଜୁନ କପୁର,ଶହିଦ କପୁର,ମୀରା ରାଜପୁତ, ବରୁଣ ଧାବନ,ଜୋୟା ଅଖତର,ବିକି କୈଶଳ,ଅୟାନ ମୁଖାର୍ଜୀଙ୍କ ସହ ରଣବୀର କପୁର ସହ ଅନ୍ୟ ଲୋକ ମହଜୁଦ ଥିଲେ|ପାର୍ଟି ସମୟରେ ନିଜେ କରନ୍ ଭିଡିଓ କରୁଥିଲେ|୨୯ ସେକେଣ୍ଡର ଏହି ଭିଡିଓରେ କରନ୍ ମହଜ୍ଜୁଦ ଥିବା ସବୁ ଲୋକମାନଙ୍କ ଉପରେ ଫୋକସ୍ କରିଥିଲେ|ଏହି ସମୟରେ କିଛି ଅଭିନେତ୍ରୀ କରନଙ୍କ ନାମ ନେଉଥିଲେ|ଭିଡିଓ ଭାଇରାଲ ପରେ ଏହି ପାର୍ଟିରେ ଡ୍ରଗ୍ସ ବ୍ୟବହାରର ଆରୋପ କରାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *