ପୁଣି କାନ୍ଦୁଛି ‘ ବାବା କା ଢ଼ାବା ‘ କହିଲେ ବାବା, ଜୀବନରୁ ମାରିଦେବାକୁ ମିଳୁଛି ଧମକ,ଜାଣନ୍ତୁ ପୁରା ଘଟଣା

ଗତ କିଛିଦିନରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଦିଲ୍ଲୀରେ ‘ବାବା କା ଢ଼ାବା’ ର ମାଲିକ ବାବା କାନ୍ତା ପ୍ରସାଦ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି | ଏଥର ବାବା ନିଜ ଜୀବନ ପାଇଁ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛନ୍ତି | ଆଜି ସେ ଏତେ ଭୟରେ ଅଛନ୍ତି ଯେ ତାଙ୍କୁ ଘରୁ ବାହାରକୁ ଯିବାକୁ ମଧ୍ୟ ଡର ଲାଗୁଛି | ବାବା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳୁଛି, ତାଙ୍କ ଢ଼ାବାକୁ ମଧ୍ୟ ଜାଳିଦେବାକୁ ଧମକ ମିଳୁଛି |

ବାବା କା ଢ଼ାବା ପରିଚାଳନା କରୁଥିବା କାନ୍ତା ପ୍ରସାଦ, ଭାଗ୍ୟ ଓ ସଫଳତା ରାତାରାତି କିପରି ବଦଳିଯାଏ ଏହାର ଏକ ଜୀବନ୍ତ ଉଦାହରଣ ଅଟନ୍ତି | ବାବାଙ୍କ ଅଭିଯୋଗ ହେଉଛି ଯେ ହଠାତ ଏହି ଖ୍ୟାତି କାରଣରୁ ଅନେକ ଲୋକ ତାଙ୍କୁ ଈର୍ଷା କରିବା ଆରମ୍ଭ କରି ଦେଇଛନ୍ତି | ତେବେ ପୂର୍ବରୁ ବାବାଙ୍କର କାହା ସହିତ କୌଣସି ଶତ୍ରୁତା କିମ୍ବା ଝଗଡା ହୋଇନଥିଲା, କିନ୍ତୁ ଗତ କିଛି ଦିନ ହେବ ଲଗାତାର ଭାବରେ ବାବାଙ୍କ ପାଖକୁ ଫୋନରେ କିମ୍ବା ଢ଼ାବା ପାଖକୁ ଆସି ଧମକ ମିଳିବା ଆରମ୍ଭ ହୋଇଯାଇଛି |

Google

ବାବାଙ୍କ ଏହି ଢ଼ାବାକୁ ମଧ୍ୟ ଜାଳିଦେବାକୁ ଧମକ ଦିଆଯାଇଛି | ଲଗାତାର ମିଳୁଥିବା ଧମକ ଯୋଗୁଁ ବାବା ଏହାର ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେସନରେ କରିଛନ୍ତି, ଯାହା ଉପରେ ପୋଲିସ ଏପର୍ଯ୍ୟନ୍ତ ଏଫ୍ଆଇଆର ପଞ୍ଜିକୃତ କରିନାହିଁ କିନ୍ତୁ ଅଭିଯୋଗ ଆଧାରରେ ନିଜର ଯାଞ୍ଚ ଆରମ୍ଭ କରିଦେଇଛି |

ଓକିଲ ପ୍ରେମ ଯୋଶୀ କଲେ ଥାନାରେ ଅଭିଯୋଗ :-

ଲଗାତାର ଧମକ ମିଳିବା କାରଣରୁ ବାବାଙ୍କ ଓକିଲ ପ୍ରେମ ଯୋଶୀ ପୁଣିଥରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ଓକିଲ ପ୍ରେମ ଯୋଶୀ ଏ ସମ୍ପର୍କରେ ଅଭିଯୋଗ ମାଲଭିୟ ନଗର ଥାନାରେ ଦେଇଛନ୍ତି | ବାବାଙ୍କ ଓକିଲ କହିଛନ୍ତି ଯେ ତାଙ୍କୁ ସନ୍ଦେହ ହେଉଛି ଯେ ଏହା ପଛରେ ମଧ୍ୟ ୟୁଟ୍ୟୁବର ଗୌରବ ବାସନଙ୍କର ହିଁ ହାତ ଅଛି | ତେବେ ଏହି କଥାର କୌଣସି ପ୍ରମାଣ ବାବାଙ୍କ ପାଖରେ ନାହିଁ | ଜୀବନରୁ ମାରିଦେବାର ଧମକକୁ ନେଇ ବାବା ୧୧ ତାରିଖ ଡିସେମ୍ବରରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯାହା ଉପରେ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ଦାଖଲ କରିନାହିଁ | ତେବେ ଅଭିଯୋଗ ଆଧାରରେ ଯାଞ୍ଚ ନିଶ୍ଚିତ ରୂପେ ଆରମ୍ଭ କରିଦେଇଛି |

ମୋ ଉପରେ ଲଗାଯାଇଥିବା ସମସ୍ତ ଆରୋପ ଭୁଲ-ଗୌରବ ବାସନ :-

ବାବାଙ୍କୁ ହିଟ କରିଥିବା ୟୁଟ୍ୟୁବର ଗୌରବ ବାସନ କହିଛନ୍ତି ଯେ ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଆରୋପ ମିଛ ଅଟେ | ବାବାଙ୍କୁ କେହି ମୋ ବିରୋଧରେ ଯିବାକୁ ଷଡଯନ୍ତ୍ର କରୁଛି, ମୋ ଉପରେ ଜାଣିଶୁଣି ଦୋଷ ଲଦି ଦିଆଯାଉଛି | ପୋଲିସ ବର୍ତ୍ତମାନ ଏହି ମାମଲାରେ ସତ୍ୟ ସାମ୍ନାକୁ ଆଣିବ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *