ଏଥର WiFi ରେ ନୁହେଁ ବରଂ Li-Fi ରେ ଚାଲିବ ଇଣ୍ଟରନେଟ, ଜାଣନ୍ତୁ Li-Fi କଣ ?

ୱାଇଫାଇ ଜରିଆରେ ଇଣ୍ଟରନେଟ ଚଳାଇବା ଯୁଗ ବର୍ତ୍ତମାନ ଏହି ନୂଆ ଟେକ୍ନୋଲୋଜି ଆସିବା ଦ୍ୱାରା ପୁରୁଣା ହେବାରେ ଲାଗିଛି । ଏବେ ନୂଆ ଜମାନାରେ ଏକ ନୂଆ ଟେକ୍ନୋଲୋଜି ଆସିଛି ଯାହାର ନାମ ଲାଇଫାଇ । ଏହା ଆସିବା ଦ୍ୱାରା ଇଣ୍ଟରନେଟ ସ୍ପୀଡ଼ 20 ଗୁଣା ବୃଦ୍ଧି ପାଇବ ।

ଭାରତରେ ସଫଳତାରସହିତ ଲାଇଫାଇ ପରୀକ୍ଷଣ ହୋଇସାରିଛି :-

ସୂତ୍ରରୁ ମିଳିଥିବା ଖବର ମୁତାବିକ, ଗୁଗଲ ପ୍ରୋଜେକ୍ଟ ଏକ୍ସ ଜରିଆରେ ଆନ୍ଧ୍ରପ୍ରଦେଶରେ ଲାଇଫାଇର ସଫଳ ପରୀକ୍ଷଣ କରିଛି । ଏହା ବହୁତ ଜଲଦି ଭାରତ ଆସିବାକୁ ଯାଉଛି । ଏହାର ଆସିବା ମାତ୍ରକେ ୱାଇଫାଇ ଟେକ୍ନୋଲୋଜି ପୁରୁଣା ହୋଇଯିବ ।

Google

ଏୟାର୍ଟେଲ ଓ ଜିଓ ଏଥିରେ ନିବେଶ କରିପାରନ୍ତି :-

ପ୍ରସିଦ୍ଧ କମ୍ପାନୀ ଗୁଗଲ ଏହି ଟେକ୍ନୋଲୋଜିକୁ ଭାରତରେ ଲଞ୍ଚ କରିବାପାଇଁ ଏୟାର୍ଟେଲ ଓ ଜିଓ ସହିତ କଥାବାର୍ତ୍ତା କରିଥିଲା । ସୂତ୍ର ଅନୁସାରେ ଜିଓ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ଏହି ଲାଇଫାଇରେ ନିବେଶ କରିବାକୁ ଇଛା ପ୍ରକାଶ କରିଛନ୍ତି । ଏବେ କୌଣସି କମ୍ପାନୀ ଦ୍ୱାରା ଏହି ଟେକ୍ନୋଲୋଜି ଭାରତକୁ ଆସିବ ଏହାତ ସମୟ କହିବ କିନ୍ତୁ ଏହି ଟେକ୍ନୋଲୋଜି ଦ୍ୱାରା ଇଣ୍ଟରନେଟ ସ୍ପୀଡ଼ ବଢିବାନେଇ ଉପଭୋକ୍ତା ନିଶ୍ଚୟ ଅନୁଭବ କରିବେ ।

ଲାଇଫାଇ କଣ :-

ଆପଣଙ୍କୁ ଜଣାଇଦେଉଛୁ Li-Fi ଇଣ୍ଟରନେଟ କ୍ଷେତ୍ରରେ ଏକ ନୂଆ ଟେକ୍ନୋଲୋଜି ଅଟେ । ଏଥିରେ ଇଣ୍ଟରନେଟ ଡେଟାକୁ ଫାଇବର କିମ୍ବା ସାଟେଲାଇଟ ବ୍ୟତୀତ ଲାଇଟ ବିମ୍ସ ଜରିଆରେ ଟ୍ରାନ୍ସଫର କରାଯିବ । ଲାଇଟ ବିମ୍ସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ କୌଣସି ଓୟାର ସହାୟତା ନେଇନଥାଏ । ଏହା ସୁଦୂର ଅଞ୍ଚଳରେ ଇଣ୍ଟରନେଟ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

20 ଗୁଣ ବଢିଯିବ ଇଣ୍ଟରନେଟ ସ୍ପୀଡ଼ :-

ପ୍ରୋଜେକ୍ଟ ଏକ୍ସ ଦ୍ୱାରା କରାଯାଇଥିବା ଟେଷ୍ଟ ଦ୍ୱାରା ଦେଖାଯାଇଥିଲା କି, ଏହାର ସ୍ପୀଡ଼ 20 ଗୁଣ ଅଧିକ । ବର୍ତ୍ତମାନର ଇଣ୍ଟରନେଟ ସ୍ପୀଡ଼ 1 ଗିଗାବାଇଟ ପର୍ଯ୍ୟନ୍ତ ସୀମିତ ରହିଛି ।

Google

ମାତ୍ର ଗୋଟିଏ କନେକ୍ସନରେ 20 କିଲୋମିଟର ପର୍ଯ୍ୟନ୍ତ କଭରେଜ :-

ଆପଣଙ୍କ ଜାଣିବାପାଇଁ କହୁଛୁ କି, ଲାଇଫାଇର ଏକ କନେକ୍ସନ 20 କିଲୋମିଟର ରାଡିୟସ ପର୍ଯ୍ୟନ୍ତ ସୀମିତ ଅଟେ। ଏହାର ଅର୍ଥ ହେଉଛି ଗୋଟିଏ ଲାଇଫାଇ କନେକ୍ସନର ଫାଇଦା 20 କିଲୋମିଟର ଭିତରେ ଥିବା ଲୋକ ଏହାର ଫାଇଦା ନେଇପାରିବେ । ଯେବେକି ୱାଇଫାଇ ରେଞ୍ଜ କେବଳ 46 ମିଟର ଇଣ୍ଡୋର ଓ 300 ମିଟର ଆଉଟଡୋର ପର୍ଯ୍ୟନ୍ତ ସୀମିତ । ଯଦି ଏହି ଟେକ୍ନୋଲୋଜି ଭାରତକୁ ଆସେ ତାହେଲେ ଏହା ୱାଇଫାଇ ସ୍ଥାନ ନେଇପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *