ଫେବୃଆରୀ ୨୩ ରୁ ୨୬ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା,ଵଡ ପରିବର୍ତ୍ତନ ସହ ଶିକ୍ଷାମନ୍ତ୍ରୀ କଲେ ଵଡ ଘୋଷଣା

ଆଇଆଇଟି-ଜେଇଇ ମେନ୍ ୨୦୨୧ ର‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି|କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ବୁଧବାର ଏହି ଘୋଷଣା କରିଛନ୍ତି|ସେ କହିଛନ୍ତି ଯେ ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ|ପ୍ରଥମ ପର୍ଯ୍ୟାୟ ୨୩ରୁ ୨୬ ଫେବୃଆରୀ ୨୦୨୧ ମଧ୍ୟରେ ହେବ|ଅନ୍ୟ ୩ ପର୍ଯାୟ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ହେବ|

କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଜେଇଇ ମେନ୍-୨୦୨୧ ପାଇଁ ନୋଟିଫିକେସନ୍ ଜାରି କରିଛନ୍ତି|ସେ ଟୁଇଟର ମାଧ୍ୟମରେ ଏହି ପରୀକ୍ଷା ୨୩-୨୬ ଫେବୃଆରୀ ୨୦୨୧ ମଧ୍ୟରେ ହେବ ବୋଲି ସୂଚନା ଦେଇଛନ୍ତି|ସେ କହିଛନ୍ତି ଯେ ପରୀକ୍ଷା ୪ପର୍ଯାୟ ଓ ୧୩ ଟି ଭାଷାରେ ଆୟୋଜିତ ହେବ,ଏହାସହ ୧୫ଟି ଅଙ୍କର ଇଛାଧିନ ପ୍ରଶ୍ନରେ ନେଗେଟିଭ ମୂଲ୍ୟାଙ୍କନ ହେବ ନାହିଁ|

Google

କହିରଖେ ଯେ ମଙ୍ଗଳବାର ଦିନ ଏନଟିଏ ଅଧିକାରିକ ୱେବସାଇଟରେ ଏହି ସୂଚନା ଛାଡିଥିଲେ,ଯାହାକୁ କିଛି ସମୟପରେ ହଟାଇ ଦେଇଥିଲେ |ତାଙ୍କ କହିବା ମୁତାବକ ଏହା ପରୀକ୍ଷଣ ଉଦେଶ୍ୟରେ କରାଯାଇଥିଲା|ଶିକ୍ଷାମନ୍ତ୍ରୀ ପରୀକ୍ଷା ୨୩-୨୬ ଫେବୃଆରୀ ୨୦୨୧ ମଧ୍ୟରେ ହେବ ବୋଲି ସୂଚନା ଦେଇଛନ୍ତି|

ଶିକ୍ଷାମନ୍ତ୍ରୀ ଆଜି ଆଇଆଇଟି-ଜେଇଇ ମେନ୍ ୨୦୨୧ ର‌ ପରୀକ୍ଷା ତାରିଖର ମୋହର ଲଗାଇଛନ୍ତି|ଏହି ୪ ପର୍ଯାୟ ପରୀକ୍ଷାରୁ ଆଶାୟୀ ପ୍ରାର୍ଥୀ ନିଜ ସୁବିଧା ଅନୁସାରେ ପରୀକ୍ଷାରେ ସାମିଲ ହୋଇପାରିବେ|ଆଜି ସେ ଏହି ନୋଟିସ ଜାରି କରିଛନ୍ତି|ଅଧିକ ସୂଚନା ପାଇଁ ଏହି jeemain.nta.nic.in ରେ ଉପଲବ୍ଧ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *