ଭାରତୀୟ କ୍ରିକେଟର ପିୟୁଷ ଚାୱଲାଙ୍କ ପ୍ରେମ କାହାଣୀ : ପଡୋଶୀ ଝିଅ ସହିତ ହୋଇଥିଲା ପ୍ରେମ, ଗାର୍ଲଫ୍ରେଣ୍ଡଙ୍କ ସହ ଦେଖା କରିବାପାଇଁ ବାପାଙ୍କୁ ମିଛ କହି ଦିଲ୍ଲୀରେ ନେଇଥିଲେ ଘର,ପିୟୁଷ ନିଜେ କଲେ ଖୋଲାସା

ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲା ଯେତେବେଳେ ୨୦୦୭ମସିହାରେ ବିଶ୍ୱ ଟି-୨୦ ରେ ଭାଗ ନେଇଥିଲେ ସେତେବେଳେ ସେ ୧୮ ବର୍ଷର ଥିଲେ | ସେହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ଚାମ୍ପିଅନ ହୋଇଥିଲା | ଏହା ପରେ ପୀୟୁଷ ୨୦୧୧ ମସିହାରେ ବିଶ୍ୱକପ ବିଜେତା ଭାରତୀୟ ଟିମର ମଧ୍ୟ ସଦସ୍ୟ ଥିଲେ | ସେହି ସମୟରେ ସେ ୨୨ ବର୍ଷର ଥିଲେ | ପିୟୁଷ ଯେତେବେଳେ ପ୍ରଥମ ଟିମ ପାଇଁ ମନୋନୀତ ହୋଇଥିଲେ ସେତେବେଳେ ସେ ୧୭ ବର୍ଷର ଥିଲେ | ସେ ସଚିନ ତେନ୍ଦୁଲକରଙ୍କ ପରେ ଭାରତ ପାଇଁ ଖେଳିଥିବା ଦ୍ୱିତୀୟ ଯୁବ ଖେଳାଳି ଅଟନ୍ତି | ପୀୟୁଷଙ୍କ ପ୍ରେମ ଜୀବନ ମଧ୍ୟ ବହୁତ ରୋମାଞ୍ଚକର ହୋଇଛି | ଏହାର ଖୁଲାସା ସେ ନିଜେ ଥରେ କରିଥିଲେ |

ବାସ୍ତବରେ ପୀୟୁଷ ଚାୱଲା ଏବଂ ୟୁଜବେନ୍ଦ୍ର ଚହଲ ଥରେ କପିଲ ଶର୍ମାଙ୍କ ଶୋକୁ ଯାଇଥିଲେ | ଏହି ସମୟରେ ଦୁହେଁ ନିଜ ବିଷୟରେ ଅନେକ କଥା କହିଥିଲେ | କପିଲ ପୀୟୁଷଙ୍କୁ ପଚାରିଲେ, ” ପୀୟୁଷ ତୁମେ ବହୁତ ୱିକେଟ ନେଇଛ | ତୁମର ୱିକେଟ କିଏ ନେଇଛି, ଅର୍ଥାତ ତୁମର ଆରେଞ୍ଜ ମ୍ୟାରେଜ ହୋଇଛି ନା ଲଭ ମ୍ୟାରେଜ |” ଏହା ଉପରେ ପୀୟୁଷ କହିଛନ୍ତି, ” ଲଭ ମ୍ୟାରେଜ ହୋଇଥିଲା | ଆମେ ପଡୋଶୀ ଥିଲୁ | ଆମେ କେବେ ମୁରାଦାବାଦରେ ଦେଖା କରିନଥିଲୁ | ସବୁବେଳେ ଦିଲ୍ଲୀରେ ହିଁ ଦେଖା କରୁଥିଲୁ | ମୋ ସ୍ତ୍ରୀଙ୍କର ଦୁଇ ଭାଇ ଡାକ୍ତର ଅଟନ୍ତି | ସେମାନଙ୍କର ଲଗାତାର ଭାବରେ ଟ୍ରାନ୍ସଫର ହୋଇଚାଲିଥାଏ | ସେଥିପାଇଁ ମୋ ସ୍ତ୍ରୀ ଦିଲ୍ଲୀରେ ହିଁ ରହୁଥିଲେ |” ପୀୟୁଷଙ୍କ ସ୍ତ୍ରୀଙ୍କ ନାମ ଅନୁଭୂତି ଅଟେ |

Google

ଏହା ପରେ ପୀୟୂଷ ଆହୁରି କହିଛନ୍ତି, “ମୁଁ ବାପାଙ୍କୁ ପରେ କହିଥିଲି ଯେ ଦିଲ୍ଲୀରୁ ମୁରାଦାବାଦ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ | ସେଥିପାଇଁ ମୁଁ ଦିଲ୍ଲୀରେ ହିଁ ଏକ ଘର ନେଇଯାଉଛି | ଯେତେବେଳେ ଅଧିକ ସମୟ ହେବ ସେତେବେଳେ ମୁଁ ଯିବାଆସିବା କରିବି | ଯେତେବେଳେ କମ ସମୟ ହେବ ସେତେବେଳେ ଆପଣ ଆସିଯିବେ |” ଏହା ପରେ କପିଲ ଥଟ୍ଟା କରି କହିଥିଲେ ଯେ ବାପାଙ୍କୁ ଜଣାନଥିଲା ଯେ ପୁଅ ମୁରାଦାବାଦ ବାହାରେ ନିଜ ଇଚ୍ଛା ପୂରଣ କରୁଛି | ଏହା ଉପରେ ପୀୟୂଷ ଉତ୍ତର ଦେଇ କହିଥିଲେ ଯେ ବାପା ଲୋକମାନଙ୍କୁ ସବୁକିଛି ଜଣାଥାଏ, କିନ୍ତୁ ସେମାନେ କୁହନ୍ତି ନାହିଁ |

ପୀୟୁଷ ଭାରତ ପାଇଁ ଡେବ୍ୟୁ ଇଂଲଣ୍ଡ ବିପକ୍ଷରେ ମୋହାଲି ଟେଷ୍ଟରେ କରିଥିଲେ | ଏହା ପରେ ୨୦୦୭ ମସିହାରେ ସେ ଢାକାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ODI ଖେଳିଥିଲେ | ୨୦୨୦ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗ୍ରାସ ଆଇସଲେଟରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ | ସେ ୩ ଟେଷ୍ଟରେ ୭ ଟି, ୨୫ ODI ରେ ୩୨ଟି ଏବଂ ୭ ଟି-୨୦ ରେ ୪ଟି ୱିକେଟ ନେଇଛନ୍ତି | ସେ ଦେଶ ପାଇଁ ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ୨୦୧୨ ରେ ମୁମ୍ବାଇରେ ଖେଳିଥିଲେ | ପିୟୁଷ ଆଇପିଏଲର ୧୬୪ ମ୍ୟାଚରେ ୧୫୬ ୱିକେଟ ନେଇଛନ୍ତି | ସେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସରେ ଅଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *