ପ୍ରଧାନଶିକ୍ଷକଙ୍କ କାରନାମା : ମହାମାରୀ ସମୟରେ ପଢି ଆସୁଥିବା ୫ ଝିଅଙ୍କୁ ଦେଖାଉ ଥିଲେ ଅଶ୍ଳୀଳ ଭିଡ଼ିଓ,ଆଉ ସେମିତି କାମ କରିବାକୁ କରୁଥିଲେ ବାଧ୍ୟ,୫ ଜଣ ଝିଅଙ୍କର ପ୍ରଧାନଶିକ୍ଷକଙ୍କ ଉପରେ ଆରୋପ ,ଜାଣନ୍ତୁ ପୁରା ଖବର

ତେଲେଙ୍ଗାନାରେ ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ଜଣେ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ଆରୋପ ହେଉଛିକି ପ୍ରଧାନଶିକ୍ଷକ ଲଗାତାର ଛାତ୍ରୀମାନଙ୍କ ସହ ଯୌନ ଉତ୍ପୀଡନ କରୁଥିଲେ। ରାଜ୍ୟର ଭଦ୍ରାଦୀ କୋଠଗୁଦେମ ଜିଲ୍ଲାରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କର ବୟସ ପାଖାପାଖି ୪୦ବର୍ଷ ଅଟେ। ପ୍ରଧାନଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ଦିନେ ଛଡା ଦିନେ ସ୍କୁଲ ଆସୁଥିଲେ। କରୋନା ମହାମାରୀକୁ ଧ୍ୟାନରେ ରଖି ଅଗଷ୍ଟ ମାସରେ ସ୍କୁଲରେ କମ ଷ୍ଟାଫଙ୍କ ବ୍ୟବସ୍ଥା କରାଯାଇଥିଲା।

ନିକଟରେ ଦୁଇଟି ଝିଅ ଅସୁସ୍ଥ ହୋଇପଡିଲେ। ଯେଉଁଥିରେ ଜଣେ ଝିଅ ତାର ମାଙ୍କୁ ଅଭିଯୋଗ କରିଥିଲାକି ତାଙ୍କର ପ୍ରଧାନଶିକ୍ଷକ ସ୍କୁଲରେ ଲଗାତାର ତାଙ୍କ ସହିତ ଯୌନ ଉତ୍ପୀଡନ କରୁଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନ୍ୟ ପିଲାଟିକୁ ପ୍ରଶ୍ନ କରଯାଇଥିଲା। ତାପରେ ଏହି କଥା ସାମ୍ନାକୁ ଆସିଲାକି ୭ ରୁ ୧୧ ବର୍ଷ ମଧ୍ୟରେ ୫ଟି ଝିଅ ସହିତ ଯୌନ ଉତ୍ପୀଡନ କରାଯାଇଥିଲା। ଏହାପରେ ଝିଅମାନଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ଦିଆଗଲା।

Google

ମିଡିଆ ରିପୋର୍ଟ ଅନୁସାରେ ଛାତ୍ରୀମାନଙ୍କୁ ପର୍ନଗ୍ରାଫି ଦେଖାଯାଉଥିଲା। ଓ ତାପରେ ସେମାନଙ୍କର ଯୌନ ଉତ୍ପୀଡନ କରାଯାଉଥିଲା। ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ଅଭିଯୋଗ ନକରିବାକୁ ଧମକ ଦେଉଥିଲେ। ପୋଲିସ ଏହି ମାମଲାକୁ ଏକ ବଳାତ୍କାର ମାମଲା ରୂପରେ ଦାଖଲ କରିଛି। ପିଓସିଏସଓ ଅନ୍ତର୍ଗତ ଏହି ମାମଲାକୁ ଦାଖଲ କରାଯାଇଛି।

ଜିଲ୍ଲାର ପ୍ରମୁଖ ପୋଲିସ କହିଲେକି,” ଏହା ଏକ ଆଦିବାସୀ ଅଞ୍ଚଳ ଅଟେ ଓ ସ୍କୁଲ ବହୁତ ଛୋଟ ଅଟେ। ଯେହେତୁ ପିଲାମାନେ ବହୁତ ଛୋଟ ଅଟନ୍ତି ସେଥିପାଇଁ କାଉନ୍ସିଲର ଓ ଆଇସିଡିଏସ ଷ୍ଟାଫଙ୍କ ସହ ସମ୍ପର୍କ କରାଯାଉଅଛି।”

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *