ଟଙ୍କା ଏବଂ ମଡେଲିଙ୍ଗର ଅଫର ଦେଇ ଝିଅମାନଙ୍କୁ ବ-ଳା-ତ୍କା-ର କରୁଥିବା ଅଭିଯୋଗ,ଏହି କୋଟିପତି ବ୍ୟବସାୟୀ ହେଲେ ଗିରଫ,ଜାଣନ୍ତୁ ସେ କୋଟିପତି ବ୍ୟବସାୟୀଙ୍କ କାରନାମା ବିଷୟରେ

କାନାଡ଼ାର ୭୯ ବର୍ଷୀୟ ଜଣେ ଫ୍ୟାସନ ଡିଜାଇନର ଉପରେ ଅଭିଯୋଗ ରହିଛି ଯେ ସେ ଗତ କିଛି ବର୍ଷ ଧରି କିଶୋରୀ ଝିଅମାନଙ୍କୁ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରାଇବାକୁ ଆଶା ଦେଇ ସେମାନଙ୍କର ଯୌନ ଶୋଷଣ ଏବଂ ବଳାତ୍କାର କରୁଥିଲା | ଏହା ବ୍ୟତୀତ ତାଙ୍କ ଉପରେ ସେକ୍ସ ଟ୍ରାଫିକିଙ୍ଗର ମଧ୍ୟ ଆରୋପ ଲଗାଯାଇଛି ଏବଂ ସେ ଏହି ଝିଅମାନଙ୍କୁ ନିଜର ବନ୍ଧୁ ଏବଂ ବିଜନେସ ସହଯୋଗୀଙ୍କ ନିକଟକୁ ମଧ୍ୟ ପଠାଉଥିଲେ |

ଏହି ମାମଲାରେ ଅଭିଯୋଗୀଙ୍କ କହିବା କଥା ହେଉଛି ଯେ ପୀଟର ନାଇଗାର୍ଡ ଗ୍ରୁପର ପ୍ରଭାବ ଏବଂ ସମ୍ବଳର ବ୍ୟବହାର କରି ଆହୁରି ଅନେକ ମହିଳା ଓ କିଶୋରଙ୍କୁ ଶିକାର କରିଛନ୍ତି | ସେମାନଙ୍କୁ ନଗଦ ଅର୍ଥ, ମଡେଲିଙ୍ଗ ଏବଂ ଏକ ଚମତ୍କାର ଲାଇଫ ଷ୍ଟାଇଲର ସ୍ୱପ୍ନ ଦେଖା ଦେଖା ଯାଉଥିଲା ଏବଂ ପରେ ସେମାନଙ୍କର ଯୌନ ଶୋଷଣ କରାଯାଉଥିଲା | ଏଥିରେ ଅଧିକାଂଶ ସେହି ଝିଅମାନେ ଯାଉଥିଲେ, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିଲେ |

Google

ପୀଟର ଲସ ଏଞ୍ଜେଲେସ ଏବଂ ବାହାମାସରେ ଏପରି ପାର୍ଟିର ଆୟୋଜନ କରୁଥିଲେ ଯେଉଁଠାରେ ଅନେକ ଖାସ ସୁବିଧା ରହିଥାଏ | ଏଥିରେ ସ୍ପା ସର୍ଭିସ, ଡ୍ରିଂକ୍ସ,ଡ୍ରଗ୍ସ ଏବଂ ଖାଦ୍ୟର ସ୍ୱତନ୍ତ୍ର ବ୍ୟବସ୍ଥା ସାମିଲ ରହିଥିଲା | ଏହା ପରେ ଏହି ଝିଅମାନଙ୍କ ସହିତ ଜବରଦସ୍ତି ଯୌନ ଶୋଷଣ କରାଯାଉଥିଲା ଏବଂ ନିଜର ସହଯୋଗୀ ଏବଂ ବନ୍ଧୁମାନଙ୍କ ପାଇଁ ମଧ୍ୟ ପୀଟର ଏମାନଙ୍କୁ ପଠାଉଥିଲା | ପୀଟର ନିଜ କମ୍ପାନୀର ଆରମ୍ଭ ୫୦ ବର୍ଷ ପୂର୍ବେ କାନାଡାରେ କରିଥିଲେ | ଏହି କମ୍ପାନୀର ନାମ ନାଇଗାର୍ଡ ଇଣ୍ଟରନ୍ୟାସନାଲ ଥିଲା ଏବଂ ଏହି କମ୍ପାନୀ ସର୍ବପ୍ରଥମେ କ୍ରୀଡା ଉତ୍ପାଦକ ଭାବରେ କାର୍ଯ୍ୟ କରୁଥିଲା | ଏହି କମ୍ପାନୀର ୱେବସାଇଟ ଅନୁଯାୟୀ, ଏହାର ଉତ୍ତର ଆମେରିକାରେ ବର୍ତ୍ତମାନ ୧୭୦ ଷ୍ଟୋର ଖୋଲିସାରିଛି | ଏହି ବର୍ଷ ଫେବୃଆରୀରେ ପ୍ରଶାସନ ତାଙ୍କ ଲସ ଏଞ୍ଜେଲେସ ଘର ଏବଂ ନ୍ୟୁୟର୍କରେ ଥିବା କର୍ପୋରେଟ ହେଡ଼ କ୍ଵାଟର ଉପରେ ଚଢ଼ାଉ କରିଥିଲେ | ଯାହାପରେ ପୀଟର ନିଜର ଏହି କମ୍ପାନୀରୁ ଇସ୍ତଫା ଦେଇଥିଲେ |

ଏହା ପରେ ପ୍ରାୟ ୧୦ ଜଣ ମହିଳା ତାଙ୍କ ବିରୋଧରେ କେସ କରିଥିଲେ, ଯେଉଁଥିରେ ସେମାନେ କହିଥିଲେ ଯେ ନଗଦ ଟଙ୍କା ଏବଂ ମଡେଲିଙ୍ଗର ପ୍ରଲୋଭନ ଦେଖାଇବାପରେ ସେ କିଶୋରୀ ଓ ଝିଅମାନଙ୍କ ସହିତ ବଳାତ୍କାର କରିଥିଲେ | ଏହି ଅଭିଯୋଗ ପରେ ଏଫବିଆଇ ପୀଟରଙ୍କ ଟାଇମ୍ସ ସ୍କୋୟାର ଅଫିସର ମଧ୍ୟ ଯାଞ୍ଚ କରିଥିଲା |

Google

ରିପୋର୍ଟ ଅନୁଯାୟୀ, ପୀଟର ନିଜ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରି ଦେଇଛନ୍ତି | ପୀଟର ମଙ୍ଗଳବାର ଦିନ କାନାଡାର ବୀନିପେଗ ସହରରେ ଥିବା କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ଜେଲରେ ରହିବାକୁ ହିଁ ନିର୍ଦ୍ଦେଶ ଦିଆଯାଇଛି | ବର୍ତ୍ତମାନ ଏହି କେସର ପରବର୍ତ୍ତୀ ତାରିଖ ୧୩ ଜାନୁଆରୀରେ ରହିଛି, ତେବେ ପୀଟର ଏହା ପୂର୍ବରୁ ଯଦି ଚାହିଁବେ ତେବେ ଜାମିନ ପାଇଁ ଆବେଦନ କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *