୬ ବର୍ଷର ପିଲା କଲା ୬୭ ଲକ୍ଷ ଟଙ୍କାର ଜିନିଷ ଚୋରି, ବାପା ମା ଚୋରି ପାଇଁ ଦେଉଥିଲେ ଟ୍ରେନିଙ୍ଗ,ଜାଣନ୍ତୁ ପୁରା ଘଟଣା

ଜଣେ ଛଅ ବର୍ଷର ପିଲା ୬୭ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଚୋରି କରିଛି | ଏହି ଚୋରି ପାଇଁ ବାପାମା ହିଁ ତାକୁ ଟ୍ରେନିଙ୍ଗ ଦେଇଥିଲେ | ମାବାପା କହିଥିବା ରାସ୍ତାରେ ଯାଇ ପୁଅ ଦୋକାନରୁ ୧୮ କ୍ୟାରେଟ ସୁନାର ଘଣ୍ଟା ଚୋରି କରିଥିଲା |

ଇଲି ପାରା ଏବଂ ମାର୍ଟା ପାରା ନାମକ ଏକ ଦମ୍ପତି, ଚୋରି ଘଟଣା ପୂର୍ବରୁ ମଧ୍ୟ ଲଗଜରୀ ଷ୍ଟୋରକୁ ଯାଇଥିଲେ ଏବଂ ସେତେବେଳେ ହିଁ ସେମାନେ ସେହି ଘଣ୍ଟାର ଫୋଟ କ୍ଲିକ କରି ନେଇଥିଲେ | ଏହାର ପାଞ୍ଚ ଦିନ ପରେ ୬ ବର୍ଷର ପୁଅ ସହିତ ସେମାନେ ଷ୍ଟୋରକୁ ଗଲେ ଏବଂ ଏହି ସମୟରେ ପିଲାଟି ମୂଲ୍ୟବାନ ଘଣ୍ଟାକୁ ଚୋରି କରିଥିଲା ​​|

Google

ପ୍ରକୃତରେ ଦମ୍ପତି ତାଙ୍କ ପୁଅକୁ ଏକ ନକଲି ଘଣ୍ଟା ଦେଇ ପଠାଇଥିଲେ, ଯାହା ସେ ଚୋରି ହୋଇଥିବା ଘଣ୍ଟା ଜାଗାରେ ରଖିଦେଲା | ଏହି କାରଣରୁ ଷ୍ଟୋରର ଷ୍ଟାଫ ତୁରନ୍ତ ଚୋରିକୁ ଧରିପାରି ନଥିଲେ | ପରଦିନ ଜଣେ ଷ୍ଟାଫଙ୍କୁ ଘଣ୍ଟା ବଦଳି ଯାଇଥିବାର ଦେଖିଲେ ଏବଂ ସେ ପୋଲିସକୁ ସୂଚନା ଦେଇଥିଲେ |

ଚୋରି ଘଟଣା ପରେ ରୋମାନିଆରେ ରହୁଥିବା ଦମ୍ପତି ବ୍ରିଟେନ ଛାଡି ପଳାଇ ଯିବାକୁ ପ୍ରସ୍ତୁତ ହୋଇଥିଲେ, କିନ୍ତୁ ସେମାନେ ପଳାଇ ଯାଇ ପାରିଥାନ୍ତେ, ଏହା ପୂର୍ବରୁ ହିଁ ପୋଲିସ ସେମାନଙ୍କୁ ଗିରଫ କରିନେଲା |

ଦମ୍ପତି ନିଜ ପିଲା ମାଧ୍ୟମରେ ୧୯ ସେପ୍ଟେମ୍ବର ୨୦୨୦ ରେ ଚୋରି ଘଟଣା ଘଟାଇଥିଲେ | ଏହି ଅପରାଧ ପାଇଁ କୋର୍ଟ ପିଲାର ବାପାଙ୍କୁ ୧୮ ମାସ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ, ସେହିପରି ତାଙ୍କ ମାଙ୍କୁ ୮ ମାସର ଜେଲ ଦଣ୍ଡାଦେଶ ଦେଇଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *