ଆଜିର ସୁନାର ମୂଲ୍ୟ: ସୁନା କିଣୁଥିବା ଲୋକଙ୍କର ବଢିଲା ଚିନ୍ତା, ଆଜି ପୁଣି ମହଙ୍ଗା ହୋଇଗଲା ସୁନା, ରୂପାର ବଢିଗଲା ଦର,ଜାଣନ୍ତୁ ପୁରା ଦରଦାମ ବିଷୟରେ

ବୁଧୁବାର ଦିନ ସୁନା-ରୂପାର ମୂଲ୍ଯରେ ଲଗାତାର ଦ୍ଵିତୀୟ ଦିନରେ ମୂଲ୍ଯରେ ବୃଦ୍ଧି ଘଟିଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ ଉପରେ ଆଜି ସକାଳ ୧୦ଟା ବେଳେ ପାଖାପାଖି ୧୦୭ ଟଙ୍କା ବୃଦ୍ଧି ହୋଇ ୪୯୫୫୦ ଟଙ୍କା ପ୍ରତି ୧୦ଗ୍ରାମ ପିଛା ହୋଇଛି। ସେହିପରି ରୂପା ୩୨୪ ଟଙ୍କା ବଢି ୬୫୧୭୭ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ଜଣାଇଦେଉଛୁକି ଗତକାଲି ସୁନାର ମୂଲ୍ୟ ୪୯୪୪୩ ଟଙ୍କା ପ୍ରତି ୧୦ଗ୍ରାମ ଥିଲା ଓ ଆଜି ଅପନିଙ୍ଗ ସମୟରେ ୪୯୫୬୬ଟଙ୍କା ହୋଇଥିଲା।

ଦିଲ୍ଲୀ ସରର୍ଫା ମାର୍କେଟରେ ମଙ୍ଗଳବାର ଦିନ ସୁନା ଓ ରୂପାର ମୂଲ୍ଯ ବୃଦ୍ଧି ହୋଇଥିଲା। ମଜବୁତ ବିଶ୍ୱ ଧାରା ଏବଂ ଟଙ୍କା ହ୍ରାସ ହେତୁ ସୁନା ୧୦ଗ୍ରାମ ପ୍ରତି ୫୧୪ଟଙ୍କା ବୃଦ୍ଧି ହୋଇ ୪୮୮୪୭ଟଙ୍କା ହୋଇଛି। ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରୂପା ୧୦୪୬ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୩୬୧୨ଟଙ୍କା ହୋଇଛି।

Google

ଆପଣଙ୍କୁ ଜଣାଇଦେଉଛୁକି ସୁନାର ଦର ଏହି ବର୍ଷ ସର୍ବାଧିକ ୫୭୧୦୦ ଟଙ୍କା ଉଚ୍ଚରେ ଥିଲା। ଏହି ହିସାବରେ ସୁନା ବର୍ତ୍ତମାନ ସମୟରେ ୭୦୦୦ଟଙ୍କା ଶସ୍ତା ଅଛି। ଆମେରିକାରେ କାର୍ଯ୍ୟକାରୀ ହେବାକୁ ଥିବା ଅଧିକ ଅର୍ଥନୈତିକ ପ୍ରୋତ୍ସାହନ ଆଶା ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ପାଇଛି। ଫେବୃଆରୀରେ ଏମସିଏକ୍ସ ଉପରେ ସୁନା ବାୟଦା ୦.୨୬ ପ୍ରତିଶତ ବୃଦ୍ଧି ହୋଇ ୪୯୫୭୧ଟଙ୍କା ହୋଇଥିବାବେଳେ ରୂପା ବାୟଦା ୦.୬ ପ୍ରତିଶତ ବୃଦ୍ଧି ହୋଇ ୬୫୨୩୦ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ପୂର୍ବ ଅଧିବେଶନରେ ସୁନା ୧୦ଗ୍ରାମ ପ୍ରତି ୫୩୦ କିମ୍ବା ୧.୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରୂପା ୨ପ୍ରତିଶତ ବୃଦ୍ଧି ପାଇଛି।

ଖରମାସ ଚାଲିଥିବା ଯୋଗୁଁ ସୁନା-ରୂପାର ଡିମାଣ୍ଡ ଆଗାମୀ ମାସ ପର୍ଯ୍ଯନ୍ତ ଦେଖାଯାଇପାରେ। ୧୪ ଡିସେମ୍ବର ରୁ ୧୪ ଜାନୁୟାରୀ ଖରମାସ ଅଛି। ଏଥିରେ ବିବାହ ପରି କୌଣସି ଶୁଭ କାର୍ଯ୍ୟ ହୁଏନାହିଁ। ତଥ୍ୟ ଅନୁସାରେ ଏହି ସମୟରେ ଲୋକମାନେ ସୁନା-ରୂପା କିଣାକିଣି ବହୁତ କମ କରନ୍ତି। ଯାହାର ପ୍ରଭାବ ଡିମାଣ୍ଡ ଉପରେ ପଡିଥାଏ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *