୧୭ ବର୍ଷର ପୁଅ ନିଜ ମାଙ୍କୁ ୧୧୮ ଥର ଛୁରୀ ମାରିଲା,ତା ପରେ ପୋଲିସକୁ ଫୋନ କରି କହିଲା ବଡି ନେବା ପାଇଁ ବ୍ୟାଗ ଧରିକି ଆସ,ଜାଣନ୍ତୁ ପୁରା ମାମଲା

ଜଣେ ୧୭ ବର୍ଷର ପୁଅ ୧୧୮ ଥର ଛୁରୀରେ ଆକ୍ରମଣ କରି ନିଜ ମାର ଜୀବନ ନେଇଗଲା | ଘଟଣା ପରେ ବାଳକ ପୋଲିସକୁ ଫୋନ ମଧ୍ୟ କରିଥିଲା ଏବଂ କହିଥିଲା ଯେ ବଡି ନେବା ପାଇଁ ବ୍ୟାଗ ଆଣିଥିବା | ରିପୋର୍ଟ ଅନୁଯାୟୀ, ବାଳକଟି ଏକ ପ୍ରାଇଭେଟ ସ୍କୁଲରେ ପଢୁଥିଲା |

ମା ଉପରେ ୧୧୮ ଥର ଛୁରୀ ଦ୍ୱାରା ଆକ୍ରମଣ କରିବା ଏହି ଘଟଣା ଇଂଲଣ୍ଡର ହାମ୍ପସାୟାରର ଅଟେ | ପୁଅ ରୋଵନ ଥମ୍ପସନ ମା ଜୋଆନା ଥମ୍ପସନଙ୍କ ଉପରେ ସେତେବେଳେ ଆକ୍ରମଣ କରିଥିଲା ଯେତେବେଳେ ସେ ସକାଳୁ ସକାଳୁ ଚାଲି ଚାଲି ଘରକୁ ଫେରୁଥିଲେ | ସେହିପରି, ଘଟଣାର ତିନି ମାସ ପରେ କଷ୍ଟଡିରେ ରହିବା ସମୟରେ ହିଁ ରୋଵନଙ୍କ ମୃତ୍ୟୁ ହୋଇଥିଲା |

Google

ରିପୋର୍ଟ ଅନୁଯାୟୀ, ୫୦ ବର୍ଷିୟ ଜୋଆନାଙ୍କୁ ପ୍ରଥମେ ଗଳା ଦବାଇ ଅଚେତ କରାଯାଇଥିଲା | ଏହା ପରେ ତାଙ୍କ ଉପରେ ଅନେକ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିଲା | ଏହି ଘଟଣାଟି ଗତ ବର୍ଷ ଜୁଲାଇ ମାସର ଅଟେ, କିନ୍ତୁ ଏହି ସପ୍ତାହରେ ଶୁଣାଣି ସମୟରେ ଘଟଣାରେ ଜଡିତ ସୂଚନା ସାର୍ବଜନୀନ ହୋଇଛି |

ଶୁଣାଣି ସମୟରେ ଏହା ମଧ୍ୟ ଜଣାପଡିଲା ଯେ ରୋବନ, ବାପାଙ୍କ ସହିତ ଭିନ୍ନ ସ୍ଥାନରେ ରହୁଥିଲା ଏବଂ ମାଆଙ୍କ ଶହ ଦେଖା କରିବାକୁ ଆସିଥିଲା | ରୋଵନ ମା’ଙ୍କ ହତ୍ୟା ପରେ ଯେତେବେଳେ ପୋଲିସକୁ ଫୋନ କରିଥିଲେ ସେତେବେଳେ ସେ ସମ୍ପୂର୍ଣ୍ଣ ରୂପେ ଶାନ୍ତ ଥିଲେ ଏବଂ ସାଧାରଣ ସ୍ୱରରେ ସେ ସୂଚନା ଦେଇଥିଲେ- ‘ମୁଁ ଏବେ ମୋର ମା’ଙ୍କୁ ହତ୍ୟା କରିଛି | ମୁଁ ତାଙ୍କର ପ୍ରଥମେ ଗଳା ଦବେଇଲି ଏବଂ ତା’ପରେ ଅନେକ ଛୁରୀ ଦ୍ୱାରା ଆକ୍ରମଣ କଲି |

ରୋବନଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀ କହିଛନ୍ତି ଯେ ଯେତେବେଳେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ସେତେବେଳେ ସେହି ପିଲାଟି ସମ୍ପୂର୍ଣ୍ଣ ଶାନ୍ତ ଥିଲା ଏବଂ ଏପରି ଲାଗୁଥିଲା ଯେପରି ସେ ତାଙ୍କ ବିଲେଇକୁ ନେଇ ଅଧିକ ଚିନ୍ତିତ ଅଛନ୍ତି | ଯାଞ୍ଚ ସମୟରେଏହା ମଧ୍ୟ ଜଣାପଡିଛି ଯେ ରୋଵନଙ୍କୁ ପ୍ରଥମେ ମାନସିକ ସମସ୍ୟା କାରଣରୁ ମେଣ୍ଟାଲ ହେଲଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଘଟଣାର ପୂର୍ବ ରାତିରେ ମାଆଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *