ଭାରତ ବନାମ ଅଷ୍ଟ୍ରେଲିଆ: ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭରତୀୟ ଦଳ ପ୍ଲେଇଙ୍ଗ ଇଲେଭେନ କଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ,କିଏ ହେଲା ବାହାର

ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ଚାରୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବ। ସିରିଜର ଆରମ୍ଭ ପୂର୍ବରୁ ପ୍ରଥମ ମୁକାବିଲା ପିଲା ପାଇଁ ଭାରତୀୟ ଦଳର ପ୍ଲେଇଙ୍ଗ ୧୧ ଘୋଷଣା କରାଯାଇଛି। ଗୁରୁବାର ଦିନ ଅଷ୍ଟ୍ରେଲିଆର ଏଡିଲେଡରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳରେ କେଉଁମାନେ ଖେଳିବେ, ସେମାନଙ୍କର ନାମ ଘୋଷଣା କରିଛି |

ବର୍ଡର-ଗାଭାସ୍କର ଟ୍ରଫିରେ ପିଙ୍କ ବଲ ଟେଷ୍ଟ ସିରିଜ ପାଇଁ ରିଦ୍ଧିମାନ ସାହାଙ୍କୁ ୱିକେଟକିପରର ଦାୟିତ୍ଵ ଦିଆଯାଇଛି। ବ୍ୟାଟ୍ସମେନ ଭାବରେ ପୃଥ୍ବୀ ସୋଙ୍କୁ ସାମିଲ କରାଯାଇଛି। କିନ୍ତୁ କେ ଏଲ ରାହୁଲ ଏହି ମ୍ୟାଚରୁ ବାହାରେ ଅଛନ୍ତି।

ଏଡିଲେଡ ଟେଷ୍ଟ: ପ୍ଲେଇଙ୍ଗ ଇଲେଭେନ:-

ବିରାଟ କୋହଲୀ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସୋ, ଚେତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ସାହା(ୱିକେଟ-କିପର), ରବିଚନ୍ଦ୍ରନ ଅଶ୍ଵିନୀ, ଉମେଶ ଯାଦବ, ମହମ୍ମଦ ସାମି, ଜସପ୍ରୀତ ବୁମରା

ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀଙ୍କ ବ୍ୟତିତ ତିନିଜଣ ବୋଲରଙ୍କୁ ମଧ୍ୟ ସାମିଲ କରାଯାଇଛି। ଉମେଶ ଯାଦବ, ମହମ୍ମଦ ସାମି ଓ ଜସପ୍ରୀତ ବୁମରାହ ଏହି ତିନିଜଣ ଦ୍ରୁତ ବୋଲର ରହିବେ। ଭାରତ ପାଇଁ ଶୁଭମନ ଗିଲଙ୍କ ପରିବର୍ତ୍ତେ ପୃଥ୍ବୀ ସୋ ଓ ମୟଙ୍କ ଅଗ୍ରୱାଲଙ୍କୁ ସଲାମୀ ଯୋଡି ଭାବରେ ସାମିଲ କରାଯାଇଛି।

ପୃଥ୍ବୀ ସୋ ବର୍ତ୍ତମାନ ଖରାପ ଫର୍ମରେ ଅଛନ୍ତି ଓ ତାଙ୍କର ଏହି ଫର୍ମ ଉପରେ ଲଗାତାର ପ୍ରଶ୍ନ କରାଯାଇଛି କିନ୍ତୁ ବିରାଟ କୋହଲୀ ମ୍ୟାଚ ପୂର୍ବରୁ ସମ୍ବାଦଦାତା ସମ୍ମିଳନୀରେ ସ୍ପଷ୍ଟ କରି କହିଥିଲେକି କେ ଏଲ ରାହୁଲ ଓ ଶୁଭମନ ଗିଲ ଆମର ରଣନୀତିରେ ସାମିଲ ହେବେନାହିଁ।

ଏହା ସହିତ ୱିକେଟ-କିପର ଚୟନରେ ଋଷଭ ପନ୍ତଙ୍କ ପରିବର୍ତ୍ତେ ଅନୁଭବି ଋଦ୍ଦିମାନ ସାହାଙ୍କୁ ସୁଯୋଗ ଦିଆଯାଇଛି। ପନ୍ତ ଅଭ୍ୟାସ ମ୍ୟାଚରେ ଶତକ ଅର୍ଜନ କରିଥିଲେ। ସାହା ଏଥିରେ ଦୁଇଟି ଅର୍ଦ୍ଧଶତକ ଇନିଙ୍ଗ୍ସ ଖେଳିଥିଲେ। ଯାହାକୁ ଦଳର ଚୟନକର୍ତ୍ତା ପସନ୍ଦ କରିଥିଲେ।

ଏହା ସହିତ ଉମେଶ ଯାଦବଙ୍କୁ ତୃତୀୟ ବଲର ଭାବରେ ତାଙ୍କୁ ନିଜର ପୁରୁଣା ସ୍ଥାନ ମିଳିଛି। ଯାହାକି ଅଭ୍ୟାସ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *