ନିଦ ହେଲା କାଳ : ମନ୍ଦିରରୁ ଚୋରି କରିବା ସମୟରେ ସେହି ସ୍ଥାନରେ ଶୋଇପଡ଼ିଲା ଚୋର,ସକାଳେ ପୋଲିସ ଉଠାଇବାରୁ ଏମିତି ପ୍ରତିକ୍ରିୟା ରଖିଲା ଚୋର,ଜାଣନ୍ତୁ ପୁରା ମାମଲା

ମନ୍ଦିରରୁ ଚୋରିକରି ଜଣେ ବଦମାସ ଚୋରି ଜିନିଷକୁ ଗୋଟିଏ ଥଳିରେ ବାନ୍ଧି ସେଠାରେ ଶୋଇପଡିଥିଲା । ସକାଳ ସମୟରେ ପୋଲିସ ସେଠାକୁ ଆସି ତା’କୁ ଉଠାଇବାରୁ ସେ କହିଲା, ଶୀତ ଲାଗୁଛି ମୋତେ ଶୋଇବାକୁ ଦିଅ । ଏହି ଘଟଣା ମଧ୍ୟପ୍ରଦେଶର ଶାଝାପୁର ଜିଲ୍ଲାର ଅଟେ ।

ଶାଝାପୁରର ଲାଲବାଇ ଫୁଲବାଇ ମନ୍ଦିରରୁ ଚୋର ଚୋରି କରିବାକୁ ଉଦ୍ୟମ କରିଥିଲା । ରାତିରେ ଚୋର ସେବାଦାର କୋଠରୀରେ ରଖାଯାଇଥିବା ଏକ ତ୍ରିଶୂଳ ସାହାର୍ଯ୍ୟରେ ତାଲା ଭାଙ୍ଗି ଭିତରେ ରଖାଯାଇଥିବା ସବୁ ଜିନିଷକୁ ଚୋରାଇ ଏକ ଥଳିରେ ବାନ୍ଧିଥିଲା ଓ ନିଦ ଲାଗିବାରୁ ସେ ସେହିଠାରେ ହିଁ ଶୋଇଯାଇଥିଲା ।

Google

ସକାଳୁ ଯେତେବେଳ ସେବାଦାର ମନ୍ଦିର ପହଞ୍ଚିଥିଲା ସେତେବେଳେ ଦେଖେ ତ ମନ୍ଦିରର ତ୍ରିଶୁଳ ନାହିଁ ଓ କୋଠରୀ ଘର ଭିତରୁ ତାଲା ପଡିଛି ।

ଏହାର ସୂଚନା ସେବାଦାର 100 କୁ କଲ କରି ଜଣାଇଥିଲେ । ପୋଲିସ ସୂଚନା ପାଇଁ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲା । ବଦମାସ ତାଲା ନଖୋଲିବାରୁ ପୋଲିସ ଶେଷରେ କବାଟ ଭାଙ୍ଗି ଦେଇଥିଲା ।

ଯେମିତି ପୋଲିସ ଭିତରକୁ ଗଲା ଦେଖିଲା କି, ଜଣେ ବ୍ୟକ୍ତି ସେଠାରେ ଶୋଇ ରହିଛି । ପୋଲିସ ତାକୁ ଉଠାଇବା ବେଳେ ସେ କହିଥିଲା, ଶୀତ ବହୁତ ହେଉଛି ମୋତେ ଶୋଇବାକୁ ଦିଅ। ପୋଲିସ ମୁତାବିକ ବ୍ୟକ୍ତି ଜଣକ ଚୋରି ଉଦ୍ଧେଶ୍ୟରେ ମନ୍ଦିର ଭିତରକୁ ଆସିଥିଲା ଓ ଥଣ୍ଡା ବହୁତ ହେବାରୁ ସେ ସେଠାରେ ଶୋଇଯାଇଥିଲା । ପୋଲିସର କହିବାନୁଯାୟୀ ,ସେହି ବ୍ୟକ୍ତି ଜଣକ ମାନସିକ ଭାବରେ ବିକଳାଙ୍ଗ ଓ ପରେ ପଚରାଉଚରା କରିବାପରେ ପୋଲିସ ତା’କୁ ଛାଡ଼ିଦେଇଥିଲା ।

ସେବାଦାର କହିଥିଲେ ଏହି ମନ୍ଦିର ଚମତ୍କାର ପାଇଁ ମାନାଯାଇଥାଏ । ସେବାଦାର କହିଥିଲେ, ମନ୍ଦିରରୁ ପୂର୍ବରୁ ମଧ୍ୟ ଚୋରିର ଉଦ୍ୟମ ହୋଇଥିଲା କିନ୍ତୁ ଚୋର କେବେ ହେଲେ ଚୋରି କରିବାରେ ସକ୍ଷମ ହୋଇପାରିନଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *