୪୯ ବର୍ଷ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କ ବଞ୍ଚିବା ଖବର, ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ କରିଥିଲା ଗିରଫ,ଜାଣନ୍ତୁ ପୁରା ଖବର

ସତ୍ୟାଦେବୀ 49 ବର୍ଷ ହେବ ନିଜ ପତିଙ୍କ ଅପେକ୍ଷାରେ ରହିଛନ୍ତି । ସତ୍ୟା ଦେବୀଙ୍କ ପତିଙ୍କୁ 1971 ମସିହାରେ ଯୁଦ୍ଧରେ ପାକିସ୍ତାନ ଗିରଫ କରିଥିଲା । କିନ୍ତୁ ଦୁଃଖର ବିଷୟ ଏହା ହେଉଛି କି, ସତ୍ୟାଦେବୀଙ୍କୁ ନିଜ ପତିଙ୍କର ଜୀବିତ ରହିବା ଓ ପକିସ୍ତାନ ଜେଲରେ ରହିଥିବା ନେଇ ଏବେ ଖବର ଆସିଛି । ସତ୍ୟାଦେବୀଙ୍କ ସ୍ୱାମୀ ମଙ୍ଗଳ ସିଂହ ଭାରତୀୟ ସେନାରେ ରହିଥିଲେ । ଯେଉଁ ସମୟରେ ପକିସ୍ତାନ ସୈନ୍ୟ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ସେତେବେଳେ ସତ୍ୟଦେବୀଙ୍କ ବୟସ 27 ବର୍ଷ ଥିଲା ଓ ତାଙ୍କର ଦୁଇ ପୁଅ ମଧ୍ୟ ସେତେବେଳେ ଥିଲେ । ପତି ଯିବାପରେ ସମସ୍ତ ଦାୟିତ୍ୱ ତାଙ୍କ ଉପରେ ଚାଲିଆସିଥିଲା।

75 ବର୍ଷର ସତ୍ୟାଦେବୀ ନିଜ ପତିଙ୍କର ସୂଚନା ପାଇବାପାଇଁ ନାନାଦିପ୍ରକାର ସଂଘର୍ଷ ସହିତ ସରକାରଙ୍କୁ ପତ୍ର ଲେଖିବା ଆରମ୍ଭ କରିଥିଲେ । ଭାରତ ସରକାରଙ୍କ ତରଫରୁ କୌଣସି ଜବାବ ନସିବାରୁ ସେ ଶେଷରେ ନିଜ ପତିଙ୍କର ବଞ୍ଚିରହିଥିବା ଆଶା ଛାଡ଼ିଦେଇଥିଲେ ଓ ପିଲାଙ୍କର ପାଳନ କରିବାକୁ ଲାଗିଥିଲେ । ବର୍ତ୍ତମାନ କିନ୍ତୁ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ସତ୍ୟାଦେବୀଙ୍କ ପାଇଁ ଏକ ପତ୍ର ଆସିଥିଲା ଓ ସେଥିରେ ଲେଖାଥିଲା ତାଙ୍କ ପତି ଜୀବିତ ଅଛନ୍ତି ଓ ବର୍ତ୍ତମାନ ସେ ପକିସ୍ତାନର ଲଖପତ ଜେଲରେ ବନ୍ଦ ଅଛନ୍ତି । ପକିସ୍ତାନ ସରକାରଙ୍କ ସହିତ କଥାବାର୍ତ୍ତା କରାଯାଇ ତାଙ୍କୁ ମୁକୁଳାଇବା ପାଇଁ ଚେଷ୍ଟା କରାଯାଉଛି । ସତ୍ୟାଦେବୀଙ୍କୁ ଆଶା ରହିଛି କି, ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

Google

ନିଜର ପିତାଙ୍କୁ ମନେ ପକାଇ ରିଟାୟାର୍ଡ ଫୋୖଜି ଦଲଜିତ ସିଂହ କାନ୍ଦିବାକୁ ଲାଗିଥିଲେ । ସେ କାହାଣୀ ମାଧ୍ୟମରେ କହିଥିଲେ କି, ରାଞ୍ଚିରେ ଲାନ୍ସ ନାୟକ ପଦରେ ତାଙ୍କ ପିତାଙ୍କୁ କୋଲକାତା ପଠାଦିଆଯାଇଥିଲା । ତାଙ୍କ ପିତାଙ୍କ ଡ୍ୟୁଟି ବାଂଲାଦେଶ ସୀମା ପାଖରେ ଲାଗିଥିଲା । ଟେଲିଗ୍ରାମ ଦ୍ୱାରା ଖବର ଆସିଥିଲା ବାଂଲାଦେଶରେ ଡ଼ଙ୍ଗା ଜରିଆରେ ସେନାଙ୍କୁ ନେବା ସମୟରେ ଡ଼ଙ୍ଗା ବୁଡିଯିବାରୁ ଫୋୖଜି ମାନଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଏକବର୍ଷ ପରେ ରାୱଲପିଣ୍ଡ ରେଡ଼ିଓ ଷ୍ଟେସନରୁ ମଙ୍ଗଳ ସିଂହ ଖବର ଦେଲେ କି, ସେ ଠିକ ଅଛନ୍ତି । ସେବେଠାରୁ ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ।

ଦଲଜିତ ସିଂହ କହିଥିଲେ, ତାଙ୍କ ପିତା କୋଟ ଲଖପାତ ଜେଲରେ ବନ୍ଦୀ ଅଛନ୍ତି । ସେ ୩ବର୍ଷର ଥିଲେ ଯେତେବେଳେ ତାଙ୍କ ପିତା ତାଙ୍କଠାରୁ ଅଲଗା ହୋଇଯାଇଥିଲେ । 2012 ରେ ଭାସ୍କର ଖବର କାଗଜରେ ଏକ ଖବର ଆସିଥିଲା କି, ପାକିସ୍ତାନ ଜେଲରେ 83 ଭାରତୀୟ ସୈନ୍ୟ ବନ୍ଦୀ ଅଛନ୍ତି ଓ ଏଥିରେ ତାଙ୍କ ପିତାଙ୍କ ନାମ ମଧ୍ୟ ସାମିଲ ଥିଲା । ଏହାପରେ ସତ୍ୟାଦେବୀ ସରକାରଙ୍କୁ ପତ୍ର ଲେଖିବା ଆରମ୍ଭ କଲେ ଓ ଏହାର ଉତ୍ତର ବର୍ତ୍ତମାନ ଆସିଯାଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *