ମଦ ପିଇ କରୁଥଲେ ମାରପିଟ, ସ୍ତ୍ରୀ ପିଇବାକୁ ମନା କରିବାରୁ ଦେଇଦେଲେ ଡିଭୋର୍ସ,ଜାଣନ୍ତୁ ପୁରା ଖବର

ଉତ୍ତରପ୍ରଦେଶର ଗ୍ରେଟର ନଏଡାରେ ଟ୍ରିପଲ ତଲାକର ଏକ ନୂଆ ମାମଲା ସାମ୍ନାକୁ ଆସିଛି। ମଦ ପିଇବାକୁ ସ୍ତ୍ରୀ ମନା କରିଦେଲେ, ସ୍ଵାମୀ ରାଗିଯାଇ ନିଜର ସ୍ତ୍ରୀଙ୍କୁ ଡିଭୋର୍ସ ଦେଇଦେଲେ। ଦାଦରୀ କସବେର ମେବତିୟାନ ମହଲାରେ ରହୁଥିବା ଜଣେ ମହିଳା ତାଙ୍କର ସ୍ଵାମୀଙ୍କ ଉପରେ ଟ୍ରିପଲ ତଲାକର ଦୋଷ ଲଗାଇଛନ୍ତି। ପୀଡ଼ିତାଙ୍କ ଭାଇ ଥାନାରେ ରିପୋର୍ଟ ଦେଇଛନ୍ତି। ପୋଲିସ ଏହି ମାମଲାରେ ଏଫଆଇଆର ଦାଖଲ କରିଛି। ଓ ମାମଲାର ଯାଞ୍ଚ କରୁଅଛି।

ଦୁଇ ବର୍ଷ ପୂର୍ବରୁ ମେବାତିୟାନରେ ରହୁଥିବା ସକିନାଙ୍କର ବିବାହ ଫରିଦାବାଦ ଗାଁର ଧୌଜରେ ରହୁଥିବା ତାରିଫଙ୍କ ସହ ହୋଇଥିଲା। ତାଙ୍କର ମଧ୍ୟ ଗୋଟିଏ ଦୁଇ ବର୍ଷର ପୁଅ ଥିଲା। ବିବାହ ପରେ ତାଙ୍କର ସ୍ଵାମୀଙ୍କର ମଦ ପିଇବା ଅଭ୍ୟାସ ରହିଗଲା। ସେ ଅଧିକାଂଶ ସମୟ ମଦ ପିଇ ଆସି ସକିନାଙ୍କୁ ମାରପିଟ କରିଥାନ୍ତି।

Google

ଗତ ୧୨ ନଭେମ୍ବରରେ ସ୍ଵାମୀ ତାରିଫ ସ୍ତ୍ରୀ ସକିନାଙ୍କ ସହ ମାରପିଟ କରିଥିଲେ। ଯେତେବେଳେ ସକିନା ଏହାର ବିରୋଧ କଲେ ,ତାଙ୍କ ସ୍ଵାମୀ ରାଗିଯାଇ ତାଙ୍କୁ ଡିଭୋର୍ସ ଦେଇଦେଲେ।

ଆରୋପୀ ପରିବାରର ଅନ୍ୟ ଲୋକଙ୍କ ସହିତ ମିଶି ସକିନାଙ୍କ ପରିବାର ଲୋକଙ୍କ ସହ ମାରପିଟ କରିଥିଲେ। ଏହି ମାମଲାରେ ପୀଡ଼ିତାଙ୍କ ପରିବାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଉପରେ ମାମଲା ରୁଜ୍ଜୁ କରାଯାଇଥିଲା। ପୋଲିସର କହିବା କଥାକି ଆରୋପୀଙ୍କୁ ଖୋଜା ଯାଉଛି ଓ ଅତିଶୀଘ୍ର ତାଙ୍କୁ ଗିରଫ କରାଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *