କୁକୁର ପାଇଁ ରୁଟି ତିଆରି କରିବା ପାଇଁ ଭଉଣୀକୁ କହିଲା ଭାଇ କିନ୍ତୁ ଭଉଣୀ ମନାକରିଦେବାରୁ ଭଉଣୀକୁ ଗୁଳି କରି ମାରିଦେଲା ଭାଇ

ଉତ୍ତରପ୍ରଦେଶର ମେରଠରେ ଏକ ଭାଇ ନିଜର ଭଉଣୀକୁ ଗୁଳିକରି ହତ୍ୟା କରିଦେଲା । କାରଣ ଭଉଣୀ କୁକୁର ପାଇଁ ରୁଟି ତିଆରି କରିନଥିଲା । ପୋଲିସ ଭାଇ ବିରୋଧରେ ମୋକଦ୍ଦମା ରୁଜୁ କରିଛି । ଏହି ଘଟଣା ମେରଠର ଭାବନାପୁର ଅଞ୍ଚଳର ଅଟେ ।

ଏଠାରେ କୈଳାଶ ବାଟିକା କଲୋନୀରେ ରହୁଥିବା 25 ବର୍ଷୀୟ ଆଶିଷ ଘରେ ପାଖାପାଖି ଦୁଇ ଡ଼ଜନ କୁକୁର ପାଳିଥିଲା । ସେ ସର୍ବଦା ନିଜ ଭଉଣୀ ପାରୁଲ ଦ୍ୱାରା କୁକୁର ପାଇଁ ଖାଇବା ବନାଉଥିଲା । ଭାଇର ସର୍ବଦା ଏହିକାମ ପାଇଁ ଭଉଣୀ ବିରକ୍ତ ହୋଇ ସୋମବାର ଏହାକୁ କରିବାପାଇଁ ମନାକରିଦେଇଥିଲା ।

Google

ଭଉଣୀ ମନାକରିଦେବାରୁ ଭାଇର କ୍ରୋଧ ଦ୍ବିଗୁଣିତ ହୋଇଗଲା ଓ ସେ କ୍ରୋଧରେ ନିଜର ଭଉଣୀକୁ ଗୁଳିକରି ହତ୍ୟା କରିଦେଲା। କିଛି ସମୟପରେ ପୋଲିସ ହତ୍ୟାକାରୀକୁ ଗିରଫ କରିଥିଲା । ଘଟଣା ସ୍ଥଳରେ ବର୍ତ୍ତମାନ ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି ।

ଏହି ସାଧାରଣ କଥାରେ ଭାଇ ଦ୍ୱାରା ଭଉଣୀର ହତ୍ୟା ହେବା ବହୁତ ଆଶ୍ଚର୍ଯ୍ୟର କଥା । ପୋଲିସ ମୋକଦ୍ଦମା ରୁଜୁ କରି ଆରୋପୀ ଭାଇକୁ ଗିରଫ କରିଛି ଏବଂ ଶବକୁ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଯାଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *