ରାଷ୍ଟ୍ରୀୟ ମହିଳା ଖେଳାଳିଙ୍କ ସହିତ ହେଉଥିଲା ବ-ଳା-ତ୍କା-ର । 6 ବର୍ଷ ଯାଏଁ ବ୍ଲାକମେଲ କରୁଥିଲା ନିଜର ମାମୁଁ

ୟୁପିର ମୁଜାଫରନଗର ଜିଲ୍ଲାରେ ଏକ ରାଷ୍ଟ୍ରୀୟ ମହିଳା ଖେଳାଳିଙ୍କୁ କେତେବର୍ଷ ଧରି ବଳାତ୍କାର ହେଉଥିବା ଘଟଣା ସମ୍ନାକୁ ଆସିଛି । ମହିଳା ଜଣକର ସମ୍ପର୍କୀୟ ମାମୁଁ ଦୀର୍ଘ 6 ବର୍ଷ ଧରି ତାଙ୍କ ସହିତ ରେପ କରୁଥିଲେ ଓ ଏହାକୁ ସେ ପୋଲିସକୁ ଜଣାଇ ନ୍ୟାୟ ମାଗିଥିଲେ । ପୋଲିସ ମାମଲାକୁ ଗମ୍ଭୀରତାର ସହିତ ନେଇ ତିନିଜଣ ଲୋକଙ୍କ ବିପକ୍ଷରେ ରିପୋର୍ଟ ଦର୍ଜ କରିଛି । ଏବେ ପୋଲିସ ଆଗାମୀ କାର୍ଯ୍ୟବାହୀ ଚାଲୁରଖିଛି ।

ମୁଜାଫରନଗରରେ ରହୁଥିବା ଏହି ରାଷ୍ଟ୍ରୀୟ ସ୍ତରର ସଫ୍ଟବଲ ମହିଳା ଖେଳାଳି 6 ବର୍ଷ ପୂର୍ବେ ନିଜର ଜନ୍ମ ସାର୍ଟିଫିକେଟ ପାଇଁ ନିଜର ମାମୁଁଙ୍କୁ କହିଥିଲେ । ଯେତେବେଳେ ସେ ଜନ୍ମ ସାର୍ଟିଫିକେଟ ପାଇଁ ତାଙ୍କ ମାମୁଁଙ୍କ ପାଖକୁ ଯାଇଥିଲେ ସେତେବେଳେ ତାଙ୍କର ମାମୁଁ ନିଜର ସାଙ୍ଗ ମାନଙ୍କ ସହିତ ମିଶି ଗନ ପଏଣ୍ଟ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ତାଙ୍କର ଫୋଟୋ ମଧ୍ୟ ଉଠାଇଥିଲେ ।

Google

ପୀଡିତାଙ୍କ ଅନୁସାରେ, 6 ବର୍ଷ ହେବ ତାଙ୍କ ମାମୁଁ ଓ ତାଙ୍କର ସାଙ୍ଗମାନେ ମିଶି ତାଙ୍କସହ ରେପ କରୁଛନ୍ତି ଓ ଧମକ ମଧ୍ୟ ଦେଉଛନ୍ତି କି, ଯଦି କାହାରିକୁ ଏହିକଥା କହିବୁ ତାହେଲେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବେ । ଏହାପରେ ମଧ୍ୟ ସେ ମହିଳାଙ୍କର ଫୋଟୋ ଓ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ ବର୍ତ୍ତମାନ ମହିଳା ଜଣକ ପୋଲିସ ପାଖରେ ନିଜର ଅଭିଯୋଗ ପହଞ୍ଚାଇଛନ୍ତି ।

ପୋଲିସ ଉପଧିକ୍ଷକ ରାଜେଶ ଦ୍ବିବେଦୀ କହିଥିଲେ କି, ପ୍ରଥମେ ସୂଚନା ଆଧାରରେ ଏଫଆଇଆର ଦର୍ଜ କରାଯାଇଛି । ସମସ୍ତ ତଥ୍ୟର ଯାଞ୍ଚ କରାଯିବ ଓ ଏହାପରେ ବିଧିକ କାର୍ଯ୍ୟବାହୀ କରାଯିବ । ଏବେ ଏହି ମାମଲାରେ କୌଣସି ଗିରଫଦାରୀ କରାଯିବନାହିଁ । ପ୍ରଥମେ ପିଡ଼ିତାଙ୍କ 164ରେ ବୟାନ ହେବ । ଏହାପରେ ଯାଞ୍ଚରେ ଯାହାବି ସମ୍ନାକୁ ଆସିବ ସେହି ଅନୁସାରେ କାର୍ଯ୍ୟବାହୀ ହେବ ।

ରାଜେଶ ଦ୍ବିବେଦୀ କହିଥିଲେ କି, ଖେଳାଳି ଚାରି-ପାଞ୍ଚ ବର୍ଷ ହେବ ଆରୋପୀଙ୍କ ସହ ପରିଚିତ ରହିଥିଲେ । ବିବାହର ପ୍ରସ୍ତାବ ଦେଇ ତା’ସହିତ ଏପରି କରାଯାଉଥିଲା । ସମସ୍ତ ତଥ୍ୟକୁ ଆଧାର କରି ଯାଞ୍ଚ କରାଯାଉଛି । ତିନି ଲୋକଙ୍କ ବିପକ୍ଷରେ ମୋକଦ୍ଦମା ରୁଜୁ କରାଯାଇଛି । ଜଣେ ମହିଳା ମଧ୍ୟ ରହିଛି ଯିଏକି ତାଙ୍କ ପରିବାରର ମଧ୍ୟ ଅଟେ । କିନ୍ତୁ ଅନ୍ୟ ମହିଳା ଜଣକ କହିଛନ୍ତି କି, ତାଙ୍କର ଏହି ମାମଲାରେ କିଛି ଦେବାର ନେବାର ନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *