କରୋନା ଭାଇରସ୍ ଭ୍ୟାକସିନ ପାଇଁ ଜାରି ହେଲା ଗାଇଡ ଲାଇନ, ଜାଣନ୍ତୁ କିପରି ଲାଗିବ ଟିକା,ପଢନ୍ତୁ ପୁରା ଗାଇଡ ଲାଇନ ବିଷୟରେ

କରୋନା ଭାଇରସ୍ ଟିକାକରଣ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛନ୍ତି|ଏହି ଅନ୍ତର୍ଗତ ପ୍ରତ୍ୟେକ ଓଳି ୧୦୦-୨୦୦ ଲୋକଙ୍କ ଟିକାକରଣ ହେବ|ଟିକା ଦେବାର ୩୦ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ|ଟିକାକରଣ ସ୍ଥାନରେ ଏକ ସମୟରେ କେବଳ ଜଣେ ବ୍ୟକ୍ତିକୁ ଅନୁମତି ଦିଆଯିବ|ରାଜ୍ୟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ କୋଭିଡ୍ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱର୍କ ପ୍ରଣାଳୀରେ ଟିକାକରଣ ପାଇଁ ଜାରି ହେଇଥିବା ଲାଭାର୍ଥୀଙ୍କୁ ଦିଆଯିବ|

ଟିକାକରଣ ଯେଉଁ ସ୍ଥାନରେ ହେବ, ସେଠାରେ ପ୍ରାଥମିକ ଭାବେ ପୂର୍ବରୁ ପଞ୍ଜିକରଣ ହୋଇଥିବା ଲୋକଙ୍କ ଟିକାକରଣ ହେବ, ସେହି ସ୍ଥାନରେ ପଞ୍ଜିକରଣର ସୁବିଧା ରହିବ ନାହିଁ|କୋଭିଡ୍-୧୯ ଟିକା ସଞ୍ଚାଳନ ଦିଶାନିର୍ଦେଶ ଅନୁସାରେ ଟିକାର ଶିଶିକୁ ସୂର୍ଯ୍ୟକିରଣ ଠାରୁ ଦୂରରେ ରଖିବା ବ୍ୟବସ୍ଥା କରାଯିବ|ଟିକାକରଣ ପାଇଁ ବ୍ୟକ୍ତି ପହଞ୍ଚିଲେ ଟିକା ଶିଶି ଖୋଲାଯିବ|

Google

ଦିଶାନିର୍ଦେଶରେ କୁହାଯାଇଛି ଯେ ଟିକାକରଣ ପରେ ଆଇସ୍ ପ୍ୟକ୍ ସହିତ ଅବ୍ୟବହୃତ ଟିକାର ବିତରଣ କୋଲ୍ଡ ଚେନ୍ ସ୍ଥାନକୁ ଫେରାଯିବ|ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଟିକା ସମ୍ବନ୍ଧରେ ବହୁ ବାଧାବିଘ୍ନର ସମ୍ମୁଖିନ ହେବାକୁ ପଡିବ|ଭାରତରେ ୧.୩ ଅରଵରୁ ଅଧିକ ଲୋକଙ୍କୁ ସୁନିଶ୍ଚିତ ଟିକାକରଣ କରିବା ଏକ ଗୁରୁତ୍ବପୂର୍ଣ୍ଣ କାମ|ଏଥିପାଇଁ ଲୋକମାନଙ୍କୁ ସମୟରେ ସୂଚନା ମିଳିବା ଆବଶ୍ୟକ|କମ୍ ସମୟ ମଧ୍ୟରେ ପରୀକ୍ଷଣ ପରେ ଟିକା ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ସୁରକ୍ଷା ସମ୍ବନ୍ଧରେ ବହୁତ ଧାରଣା ଓ ଆଶଙ୍କା ସୃଷ୍ଟି ହୋଇପାରେ ଓ ସୋସିଆଲ ମିଡ଼ିଆରେ ନକରାତ୍ମକ ବାର୍ତ୍ତା ପ୍ରସାରିତ ହୋଇପାରେ|

ଟିକାକରଣ ଟିମରେ ୫ଜଣ ସଦସ୍ୟ ରହିବେ|ସବୁଦିନ ଏକଓଳି ୧୦୦ ଜଣଙ୍କୁ ଟିକା ଦିଆଯିବ|ଯଦି ଟିକାକରଣ ସ୍ଥାନରେ ସମସ୍ତ ବ୍ୟବସ୍ଥା ଥାଏ ,୨ୟ ପର୍ଯ୍ୟାୟର ବ୍ୟବସ୍ଥା ହେବ|ସବୁଠାରୁ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଅଗ୍ରଣୀ କର୍ମୀଓ ୫୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କର ଟିକା ଦିଆଯିବ|ଏହାପରେ ଭୟଙ୍କର ରୋଗଗ୍ରସ୍ତ ୫୦ରୁ କମ୍ ବୟସ ଲୋକ ଓ ମହାମାରୀ ଅବସ୍ଥା ଦେଖି ଅନ୍ୟମାନଙ୍କୁ ଟିକା ଦିଆଯିବ|

୫୦ ବର୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଲୋକସଭା, ବିଧାନସଭାର ମତଦାତା ସୂଚୀ ବ୍ୟବହାର କରାଯିବ|ପ୍ରଥମ ପର୍ଯ୍ୟାୟରେ ୩୦କୋଟି ଲୋକଙ୍କୁ ଟିକା ଦିଆଯିବ|କୋ-ବିନ୍ ୱେବସାଇଟରେ ନିଜେ ପଞ୍ଜିକରଣ ପାଇଁ ଭୋଟର କାର୍ଡ,ଆଧାର,ଡ୍ରାଇଭିଙ୍ଗ ଲାଇସେନ୍ସ,ପାର୍ସଫୋଟ୍,ପେନସନ୍ ଦସ୍ତାବେଜ ସମେତ ୧୨ପ୍ରକାରର ପରିଚୟପତ୍ର ବ୍ୟବହାର କରିପାରିବେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *