କାରର ଚାରୋଟିଯାକ ଟାୟାର ବାହାର କରି ନେଇଗଲେ ଚୋର, ଇଟା ଉପରେ ଠିଆ କରାଇଥିଲେ କାର,ଜାଣନ୍ତୁ ପୁରା ଘଟଣା

ରାଜଧାନୀ ଦିଲ୍ଲୀରେ ଚୋରମାନଙ୍କ ଆତଙ୍କ ସର୍ବଦା ଜାରି ରହିଛି | ଗତ ରାତିରେ ଚୋରମାନେ ସହରର ମଧ୍ୟଭାଗରେ ଅବସ୍ଥିତ କାଲକାଜି ଅଞ୍ଚଳରେ ପାର୍କିଂ ହୋଇଥିବା କାରର ଚାରୋଟି ଯାକ ଟାୟାର ବାହାର କରି ନେଇଗଲେ ଏବଂ କାରକୁ ଇଟା ଉପରେ ରଖିଦେଇଥିଲେ |ବର୍ତ୍ତମାନ ପୋଲିସ ପାଖଆଖରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଚୋରମାନଙ୍କୁ ଖୋଜିବାରେ ଲାଗିଛନ୍ତି |

Google

ସାଉଥ ଇଷ୍ଟ ଦିଲ୍ଲୀର କାଲକାଜି ଅଞ୍ଚଳରେ ଚୋରମାନଙ୍କର ଏପରି କାର୍ଯ୍ୟକଳାପ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | କାଲକାଜିର ଏମ. ବ୍ଲାକ ମାର୍କେଟରେ ଚୋରମାନେ ପାର୍କିଂ ହୋଇଥିବା କାରର ଚାରୋଟିଯାକ ଟାୟାର ଖୋଲି ନେଇଯାଇଛନ୍ତି ଏବଂ କାରକୁ ଇଟା ଦ୍ୱାରା ଠିଆ କରାଇ ଦେଇଛନ୍ତି | ଚୋରମାନଙ୍କର ଏହି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ବାସ୍ତବରେ କାଲକାଜିରେ ରହୁଥିବା କମଲଜିତ ନିଜର ଭେନ୍ୟୁ କାରକୁ ଏମ. ବ୍ଲାକ ମାର୍କେଟରେ ପ୍ରତିଦିନ ପରି ପାର୍କିଂ କରିଥିଲେ କିନ୍ତୁ ସକାଳେ ଯେମିତି ସେ କାରର ଅବସ୍ଥା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

କାରଟି ଇଟା ସାହାଯ୍ୟରେ ଠିଆ ହୋଇଥିଲା ଏବଂ ଗାଡିର ଚାରୋଟିଯାକ ଟାୟାର ଗାଏବ ଥିଲା, ଯାହାପରେ କମଲଜିତ ପୋଲିସ ନିକଟରେ ଅଭିଯୋଗ କରିଥିଲେ | ଏହି ଘଟଣାକୁ ନେଇ ଆଖପାଖର ଲୋକମାନେ କହିଛନ୍ତି ଯେ ଏହା କୌଣସି ପ୍ରଥମ ଘଟଣା ନୁହେଁ | ଏହାପୂର୍ବରୁ ମଧ୍ୟ ଚୋରମାନେ ନୁଆଁ ନୁଆଁ ଉପାୟରେ ଚୋରି ଘଟଣାକୁ ଜାରି ରଖିଛନ୍ତି | ବର୍ତ୍ତମାନ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଚୋରମାନଙ୍କର ତଥ୍ୟ ସଂଗ୍ରହରେ ଲାଗିପଡ଼ିଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *