ନୂଆବର୍ଷରୁ ବଦଳିଯିବ ଚେକ୍‌ ପେମେଣ୍ଟର ନିୟମ, ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆବର୍ଷର ଆରମ୍ଭରୁ ଚେକ୍‌ ପେମେଣ୍ଟ ସହ ସମ୍ବନ୍ଧିତ ସମସ୍ତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି|ବ୍ୟାଙ୍କିଙ୍ଗ ଫଣ୍ଡ ପାଇଁ ଲଗାମ ଲଗାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୧ ଜାନୁଆରୀ ୨୦୨୧ ଠାରୁ ଚେକ୍ ରେ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି|ଆରବିଆଇ ଗଭର୍ଣ୍ଣର ଶସିକାନ୍ତ ଦାସ ଅଗଷ୍ଟ ମାସରେ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ|

Google

ପଜିଟିଭ୍ ପେ ସିଷ୍ଟମ୍ ଅନ୍ତର୍ଗତ କୈାଣସି ତୃତୀୟ ପକ୍ଷକୁ ଚେକ୍ ଦେଉଥିବା ବ୍ୟକ୍ତି ନିଜର ବ୍ୟାଙ୍କକୁ ନିଜ ଚେକ୍ ର ତଥ୍ୟ ମଧ୍ୟ ପଠାଇବାକୁ ହେବ|ଏହି ପ୍ରକ୍ରିୟା ଅନ୍ତର୍ଗତ ୫୦,୦୦୦ରୁ ଅଧିକ ଟଙ୍କା ର ଚେକ୍ ଦେବା ପାଇଁ ରିକନଫର୍ମ କରିବାକୁ ପଡ଼ିବ|ଏହି ପ୍ରକ୍ରିୟା ଜରିଆରେ ଚେକ୍ କୁ କ୍ଲିଅରାନ୍ସ ପାଇଁ ମଧ୍ୟ କମ୍ ସମୟ ଲାଗିବ|ଚେକ୍ ଦେଉଥିବା ବ୍ୟକ୍ତିକୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଚେକ୍ ର ତାରିଖ,ଲାଭାର୍ଥୀର ନାମ, ପ୍ରାପ୍ତକର୍ତା, ଓ ପୃମେଣ୍ଟ ପ୍ରକ୍ରିୟା ସମ୍ବନ୍ଧରେ ଆଉଥରେ ତଥ୍ୟ ଦେବାକୁ ହେବ|ଏହି ପ୍ରକ୍ରିୟା ଅନ୍ତର୍ଗତ ଚେକ୍ ର ତଥ୍ୟ ଏସ୍•ଏମ୍•ଏସ୍, ମୋବାଇଲ ଆପ୍, ଇଣ୍ଟରନେଟ ବ୍ୟାକିଙ୍ଗ୍ ଓ ଏଟିଏମ୍ ମାଧ୍ୟମରେ ଦିଆଯାଇ ପାରିବ|ଚେକ୍ ପେମେଣ୍ଟ କରିବା ପୂର୍ବରୁ ଏହି ତଥ୍ୟର ପୁନର୍ବାର ଯାଞ୍ଚ କରାଯିବ|କୈାଣସି ଭୁଲ ଭଟକା ମିଳିଲେ ଚେକ୍ ଟ୍ରାନାଜାକ୍ସନ ସିଷ୍ଟମ୍ ଦ୍ଵାରା ଏହାକୁ ମାର୍କ କରାଯାଇ ଡ୍ରାଇ ବ୍ୟାଙ୍କ (ଯେଉଁ ବ୍ୟାଙ୍କରୁ ଚେକ୍ ପେମେଣ୍ଟ ହେବ)ଏବଂ ପ୍ରେଜେଣ୍ଟିଙ୍ଗ୍ ବ୍ୟାଙ୍କ(ଯେଉଁ ବ୍ୟାଙ୍କର ଏକାଉଣ୍ଟ୍ ରୁ ଚେକ୍ ଜାରି ହୋଇଛି)କୁ ତଥ୍ୟ ଦିଆଯିବ|

ଏହି ନିୟମ ୫୦ହଜାର ବା ତଦୁର୍ଦ୍ଧ୍ବ ଟଙ୍କା ଦେଣନେଣ ପାଇଁ ଲାଗୁ ହେବ|ଯଦିଓ ଏହି ସୁବିଧାର ଲାଭ ଉଠେଇବା ପାଇଁ ନିର୍ଣ୍ଣୟ ଖାତାଧାରକଙ୍କ ପାଖରେ ରହିବ |ସେହି ବ୍ୟାଙ୍କ ଯଦି ଚାହିଁବ,୫ ଲକ୍ଷ ଏବଂ ତଦୁର୍ଦ୍ଧ ଟଙ୍କାର ଚେକ୍ ପାଇଁ ଏହାକୁ ଅନିବାର୍ଯ୍ୟ କରିପାରିବେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *