ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ହଟଷ୍ଟାରକୁ ଲାଗିଲା ଶକ୍ତ ଝଟକା,କୋଟି କୋଟି ଟଙ୍କା ଖର୍ଚ୍ଚ କ୍ଷତି ହୋଇପାରେ,ସୁଶାନ୍ତଙ୍କ ପ୍ରଶଂସକ କଡା ଜବାବ ଦେଲେ ହଟଷ୍ଟାରକୁ

ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଏମିତି ଏକ ନାମ ହୋଇସାରିଛି। ଯାହାକି ଛୋଟ ଛୋଟ ପିଲାମାନେ ମଧ୍ୟ ଜାଣିସାରିଲେଣି। ସୁଶାନ୍ତ ସିଂ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ସାରା ଦେଶ ଜାଣିଗଲେ। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଦେଶରେ ଦୁଇ ପ୍ରକାର ଲୋକ ଦେଖାଯାଇଥିଲେ, ପ୍ରଥମଟି ହେଉଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ରିୟା ଦାୟୀ ବୋଲି କହୁଥିବା କିଛି ଲୋକ ଓ ଦ୍ଵିତୀୟଟି ହେଉଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ରିୟା ନିର୍ଦୋଷି ଅଟନ୍ତି। ଗତ ୬ମାସ ଧରି ଏହି ବିଷୟର ଚର୍ଚ୍ଚା ଚାଲିଛି। ସିବିଆଇ ବର୍ତ୍ତମାନ ମଧ୍ୟ ଏହି ମାମଲାର ଯାଞ୍ଚ କରୁଛି କିନ୍ତୁ ଏପର୍ଯ୍ଯନ୍ତ କୌଣସି ସମାଧାନ ମିଳିନାହିଁ। ଏହିସବୁ ମଧ୍ୟରେ ରିୟାଏନଏନକୁ ଜେଲ ହେଲା ଓ ତାଙ୍କର ଭାଇଙ୍କୁ ମଧ୍ୟ ଜେଲ ହେଲା। ରିୟାଙ୍କ ଉପରେ ବେଆଇନ ଭାବରେ ଡ୍ରଗ୍ସ ବ୍ୟବସାୟ ସମ୍ବନ୍ଧରେ ମାମଲା ରୁଜ୍ଜୁ କରଯାଇଥିଲା। ଏହିସବୁ ଖବର ମଧ୍ୟରେ ଶୁଣିବାକୁ ମିଳୁଛିକି ରିୟା ଚକ୍ରବର୍ତ୍ତୀଙ୍କର ଏକ ନୂଆ ଫିଲ୍ମ ଆସୁଛି ଓ ପୁଣିତାହା ମେଗା ବଜେଟ ଚଳଚ୍ଚିତ୍ର ଅଟେ। ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ…

କରୋନା ମହାମାରୀ କାରଣରୁ ଦେଶର ସମସ୍ତ ମୁଭି ହଲ ବନ୍ଦ ଥିଲା। ଏହି ସମୟରେ ଓଟିଟି ପ୍ଲାଟଫର୍ମରେ ଅନେକ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ପ୍ରଥମେ ରିଲିଜ ହୋଇଥିଲା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କର ଏକ ଚଳଚ୍ଚିତ୍ର ଗୁଲାବ ସିତାବ। ବର୍ତ୍ତମାନ ଆଉ ଏକ ଖବର ଆସୁଛିକି ଅମିତାଭ ବଚ୍ଚନଙ୍କର ଆଉ ଏକ ଚଳଚ୍ଚିତ୍ର ଆସୁଅଛି ଓ ଏହି ଚଳଚ୍ଚିତ୍ରର ନାମ ଚେହେରା ଅଟେ। ଏଥିରେ ଅମିତାଭ ବଚ୍ଚନଙ୍କ ବ୍ଯତୀତ ଇମ୍ରାନ ହାଶ୍ମି ଓ ରିୟା ଚକ୍ରବର୍ତ୍ତୀ ଏକ ବଡ ଭୂମିକାରେ ଅଭିନୟ କରୁଛନ୍ତି। ଖବର ମୁତାବିକ ଏହି ଚଳଚ୍ଚିତ୍ରକୁ ହଟଷ୍ଟାର ଆଣିବ। ସେଥିପାଇଁ ସେ ଏହାର ପ୍ରଥମ କିସ୍ତି ମଧ୍ୟ ଦେଇସାରିଛି। ଏହି ଫିଲ୍ମ ପାଇଁ ଯେଉଁ ମୂଲ୍ୟ ଅଟେ ତାହା ବହୁତ ବଡ ମୂଲ୍ୟ ଅଟେ।

Google

ଖବର ମୁତାବିକ, ଫିଲ୍ମରେ ରିୟା ଚକ୍ରବର୍ତ୍ତୀ ହେବା କାରଣରୁ ନିର୍ଦ୍ଦେଶକ ଫିଲ୍ମର ମୂଲ୍ୟକୁ ବଢାଇଦେଇଛନ୍ତି। ନିର୍ଦ୍ଦେଶକଙ୍କର କହିବା କଥାକି ଲୋକମାନେ ଗତ ୪-୫ ମାସ ମଧ୍ୟରେ ରିୟାଙ୍କ ସହ ଯାହା ହୋଇଛି ଜାଣିଛନ୍ତି ଓ ସେଥିପାଇଁ ସେମାନେ ଏହି ଖବରକୁ ଜାଣିବାକୁ ଚେଷ୍ଟା କରିବେ। ଏହି ଫିଲ୍ମକୁ ଆଣିବା ପାଇଁ ସମସ୍ତ ଓଟିଟି ପ୍ଲାଟଫର୍ମ ନିଜର ନିଜର ମୂଲ୍ୟ ରଖିଥିଲେ କିନ୍ତୁ ଏଥିରେ ହଟଷ୍ଟାର ବାଜି ମାରିନେଲା। ହଟଷ୍ଟାର ଏହି ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଲଗାଇଛି।

ବର୍ତ୍ତମାନ ସୁଶାନ୍ତଙ୍କ ପ୍ରଶଂସକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଯାଇଛି, ସେମାନଙ୍କର କହିବା କଥାକି ଯେଉଁ ରିୟାଙ୍କ ପାଇଁ ସୁଶାନ୍ତଙ୍କୁ ୩୪ ବର୍ଷ ବୟସରେ ଯିବାକୁ ପଡିଲା, ସେହି ରିୟାଙ୍କ ପାଇଁ ହଟଷ୍ଟାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଅଛି। ପ୍ରଶଂସକଙ୍କର କହିବା କଥାକି ଆମେ ରିୟାଙ୍କର ସେହି ଖବରକୁ ଜାଣିବାକୁ ଚାହୁଞ୍ଚୁ ଯାହା ସୁଶାନ୍ତଙ୍କ ସହିତ ଯୋଡି ହୋଇଥିବ। ତାଙ୍କର ଫିଲ୍ମ ଦେଖିବାରେ ଆମକୁ କୌଣସି ଇଚ୍ଛା ନାହିଁ। ଆମେ କେବଳ ତାଙ୍କୁ ଟଙ୍କାର ଦଣ୍ଡ ଦେବାକୁ ଚାହୁଞ୍ଚୁ। ଆମକୁ ତାଙ୍କର ଅଭିନୟ ଦେଖିବାକୁ କୌଣସି ଇଚ୍ଛା ନାହିଁ।

ସୁଶାନ୍ତଙ୍କ ପ୍ରଶଂସକଙ୍କ କହିବା କଥାକି ଯଦି ରିୟାଙ୍କର ଏହି ଫିଲ୍ମ ହଟଷ୍ଟାରରେ ରିଲିଜ ହୁଏ ତେବେ ଆମେ ହଟଷ୍ଟାରକୁ ବୟକଟ କରିଦେବୁ। ଫିଲ୍ମ “ଚେହେରା” ୨୪ ଏପ୍ରିଲ ୨୦୨୦ରେ ରିଲିଜ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ହୋଇପାରିନଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ। ଫିଲ୍ମରେ ଅମିତାଭ, ଇମ୍ରାନ ଓ ରିୟାଙ୍କ ବ୍ଯତୀତ ସିଦ୍ଧାନ୍ତ କପୁର, ଅନୁ କପୁର ଓ କ୍ରିତି ଖରବନ୍ଦା ମଧ୍ୟ ନଜର ଆସିବେ।

ପ୍ରଥମେ ନିର୍ଦ୍ଦେଶକ କହୁଥିଲେକି ଏହି ଫିଲ୍ମରେ ରିୟାଙ୍କ ଅଭିନୟକୁ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ପରିବର୍ତ୍ତନ କରିଦେବେ କିନ୍ତୁ ବର୍ତ୍ତମାନ ସେମିତି କିଛି ହେବ ନାହିଁ। ଏହି ଫିଲ୍ମ ପାଇଁ ସବୁକିଛି ଫାଇନାଲ ହୋଇସାରିଛି ଓ ଏଥିପାଇଁ ହଟଷ୍ଟାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଛି।

ଏହିସବୁ ମଧ୍ୟ ଓଟିଟି ପ୍ଲାଟଫର୍ମରେ ସଞ୍ଜନା ସାଂଘି ଓ ସୁଶାନ୍ତ ସିଂ ରାଜପୁତଙ୍କର ଚଳଚ୍ଚିତ୍ର ରିଲିଜ ହୋଇଥିଲା ଓ ଏହାକୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳିଥିଲା। ଏହାପରେ ବର୍ତ୍ତମାନ ସଞ୍ଜନା ସାଂଘିଙ୍କୁ ବଲିଉଡରୁ ବାହାର କରିବା ପାଇଁ ସାଜିସ ଚାଲିଛି ଓ ଏହା ମଧ୍ୟ ଆରମ୍ଭ ହୋଇସାରିଲାଣି। ନିକଟରେ ସଞ୍ଜନା ସାଂଘିଙ୍କର ଏକ ଏଡଭେଟାଇଜମେଣ୍ଟ ଆସିଥିଲା ଯେଉଁଥିରେ ସେ ଗୋଟିଏ ପୁଅକୁ ୮ଟି ଚଟକଣା ମାରିଥିଲେ, ଓ ଏହାକୁ ନେଇ ପୂଜା ବେଦି ଟୁଇଟ କରିଥିଲେ ଓ ସେ ସ୍ମୃତି ଇରାନୀ ଓ ମହିଳା ଆୟୋଗ ସଂଘକୁ ମଧ୍ୟ ଟ୍ୟାଗ କରିଥିଲେ।

Google

ବର୍ତ୍ତମାନ ବଡ ପ୍ରଶ୍ନ ହେଊଛିକି ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କର ଏହିପରି ଭାବରେ କାରନାମା ଅଛି କିନ୍ତୁ ସେତେବେଳେ କେହି ପ୍ରଶ୍ନ କରିନଥିଲେ କିନ୍ତୁ ଆଜି ସଞ୍ଜନାଙ୍କ ବିରୁଦ୍ଧରେ କାହିଁକି ପ୍ରଶ୍ନ କରାଯାଉଛି, ଦେଖିବାକୁ ଗଲେ “ଥପଡ” ବୋଲି ମଧ୍ୟ ଏକ ଚଳଚ୍ଚିତ୍ର ଅଛି ଓ ଏଥିରେ ଲୋକମାନଙ୍କୁ ମଧ୍ୟ କୌଣସି ଆପତ୍ତି ନଥିଲା କିନ୍ତୁ ଆଜି କାହିଁକି ସଞ୍ଜନାଙ୍କ ବିରୁଦ୍ଧରେ ଏମିତି ସାଜିସ ରଚାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *